ପୁଅଙ୍କୁ ଭୁଲରେ ବି ଏହି ୪ଟି କଥା ଝିଅ ମାନଙ୍କୁ କହିବା କଥା ନୁହେଁ, ନହେଲେ ବିପଦରେ ପଡି ଯିବେ

ନୂଆ ସମ୍ପର୍କକୁ ବାନ୍ଧି ରଖିବା ସହଜ ନୁହେଁ, ନୂଆ ସମ୍ପର୍କ ଜୀବନ ସାରା ରଖିବା ପାଇଁ ସମ୍ପର୍କ ମୂଲ୍ୟ ବୁଝିବାକୁ ପଡିଥାଏ । ପୁଅ ଓ ଝିଅ ଦୁହିଁକ ମଧ୍ୟରେ ଥିବା ଏହି ସମ୍ପର୍କ କୁ ବୁଝିବାକୁ ପଡିଥାଏ, ଯେଉଁଠି ଭଲ ପାଇବା ସହ ଆତ୍ମସମ୍ମାନ ଓ ନିଜସ୍ୱ ମଧ୍ୟ ଥାଏ । ଆଜି କାଲୀ ଦେଖିବାରେ ଆସୁଛି ଯେ ନୂଆ ସମ୍ପର୍କରେ ଦୁହେଁ ନିଜ ସମ୍ବନ୍ଧ ଭଲ କରିବା ଛାଡି ଝଗଡା କରୁଛନ୍ତି, ଏହା କାରଣରୁ ସମ୍ପର୍କ ଜଲ୍ଦି ଭାଙ୍ଗୁଅଛି । ତେବେ କିଛି ଏମିତି କଥା ଆଜି ଆମେ ଆପଣଙ୍କୁ କହିବୁ ଯାହା କେବେବି କୌଣସି ଝିଅକୁ ଭୁଲରେ କୁହନ୍ତୁ ନାହିଁ, ନଚେତ ଆପଣଙ୍କ ସମ୍ପର୍କ ଖରାପ ହୋଇ ପାରେ ।

ତମେ କଣ ଏତେ ଖାଇବ ?

 

ଏହି କଥା ବହୁତ ସାଧାରଣ ଲାଗୁଛି ଯାହା ଲୋକ ନିଜ ସାଙ୍ଗ ବା ନିଜ ଗର୍ଲଫ୍ରେଣ୍ଡକୁ କହି ଦିଅନ୍ତି, କିନ୍ତୁ ବେଳେ ବେଳେ ଏହି କଥା ଝିଅ ମାନଙ୍କୁ ଆଘାତ କରିଥାଏ । ଏହା କହିଲେ ଝିଅ ଭାବିବ ଆପଣ ତାଙ୍କୁ ମୋଟା କହୁଛନ୍ତି ଓ ଝିଅକୁ ମୋଟା କହିଲେ ଆପଣ ଜାଣିଥିବେ କଣ ହୁଏ । ସେଥିପାଇଁ କେବେ ବି କୌଣସି ଝିଅକୁ ଖାଇବା ବିଷୟରେ କିଛି କୁହନ୍ତୁ ନାହିଁ ଆପଣଙ୍କ ପାଇଁ ଭଲ ରହିବ ।

ସେହି ଝିଅ ସୁନ୍ଦର ଅଛି :

ନିଜ ଗର୍ଲଫ୍ରେଣ୍ଡ ସାମ୍ନାରେ ଆଉ କାହାକୁ ଦେଖିବା ବା ଅନ୍ୟ ଝିଅ ର ପ୍ରଶଂସା କରନ୍ତୁ ନାହିଁ ଏହା ଆପଣଙ୍କ ସମ୍ପର୍କ ପାଇଁ ଉଚିତ ନୁହେଁ । ଜଣେ ସାମାନ୍ୟ ମନୋବିଜ୍ଞାନ କହିଛନ୍ତି ନିଜ ଗର୍ଲଫ୍ରେଣ୍ଡ ସାମ୍ନାରେ ଅନ୍ୟ ଝିଅ ପ୍ରଶଂସା କରିବା ଆପଣଙ୍କ ସମ୍ପର୍କ ଖରାପ କରି ପାରେ ।

ତମେ ନିଜ ମାଁ ପରି କଥା ହଉଛ

କେବେ ବି ନିଜ ଗର୍ଲଫ୍ରେଣ୍ଡ କୁ ତାଙ୍କ ମାଁ, ଭଉଣି ବା ଅନ୍ୟ ସମ୍ପର୍କୀୟ ଲୋକଙ୍କ ସହ ତୁଳନା କରନ୍ତୁ ନାହିଁ କାହିଁକିନା ଆପଣ ତାଙ୍କ ପରିବାରକୁ ଭଲ ଭାବରେ ଚିହ୍ନି ନାହାନ୍ତି ଓ ଦ୍ଵିତୀୟ କଥା ସମସ୍ତେ ଗୋଟେ ପରିବାର ର ହେଲେ ବି ଅଲଗା ପ୍ରକୃତି ର ହୋଇଥାନ୍ତି ସେଥିପାଇଁ କେବେ କାହା ଘର ଲୋକଙ୍କ ବିଷୟରେ କୁହନ୍ତୁ ନାହିଁ ।

ମୋ ପୁରୁଣା ଗର୍ଲଫ୍ରେଣ୍ଡ ଏମିତି କରୁନଥିଲା :

ଏହି ପ୍ରକାର ଭୁଲ କେବେ ବି କରନ୍ତୁ ନାହିଁ, ପୁରୁଣା ଗର୍ଲଫ୍ରେଣ୍ଡ ବିଷୟରେ କଥା ହୋଇ ଆପଣ କେବଳ ନିଜ ସମ୍ପର୍କ କୁ ଖରାପ କରିବେ । ଏହା ଊହିତ ମଧ୍ୟ ନୁହେଁ କାହିଁକିନା ସମସ୍ତେ ଅଲଗା ପ୍ରକୃତିର ହୋଇଥାନ୍ତି ଓ ଆପଣଙ୍କ ପୁରୁଣା ଗର୍ଲଫ୍ରେଣ୍ଡ  ବିଷୟରେ କହି ଆପଣ ନିଜ ଆଜି ଖରାପ କରିବେ ଓ କାହାକୁ ଆଘାତ ମଧ୍ୟ କରିବେ ସେଥିପାଇଁ ପୁରୁଣା କଥା ନୂଆ ସମ୍ପର୍କ ରେ କରନ୍ତୁ ନାହିଁ ।

ତେବେ ଏହା ବ୍ଯତୀତ ଆହୁରି ବି ଏମିତି ଅନେକ କଥା ଅଛି ଯାହା କେବେ ଝିଅ ମାନଙ୍କୁ କହିବା କଥା ନୁହେଁ , ଏହିସବୁ କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ॥

Leave a Reply

Your email address will not be published. Required fields are marked *