ଯାଇଛି ବିବାଦ ଫେରିଛି ପୁଣି ଖୁସି । ହଁ ଦର୍ଶକ ବନ୍ଧୁ ଅନେକ ବାଦ ବିବାଦ ପରେ ସବୁ ଝଡ କୁ ସାମ୍ନା କରି ଏବେ ସୁନ୍ଦର ସଂସାର ଟି ଗଢି ତୋଳିଛନ୍ତି ଆମ ଓଲିଉଡ ଅଭିନେତା ତଥା ସୁପର ଷ୍ଟାର ବାବୁସାନ ମହାନ୍ତି । ଆଉ ସେ ନୀଡର ରେ ତାଙ୍କ ଗୁଆନ, ସ୍ତ୍ରୀ ତୃତପି, ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କୁ ନେଇ ସେ ଏବେ ରହୁଛନ୍ତି । ଆଉ ଏବେ ଦୁଷ୍ଟ ହେଉ ନାହାନ୍ତି ବାବୁସାନ ।
ଏବେ ସୁନା ପିଲା ହୋଇ ଯାଇଛନ୍ତି ବାବୁ ଭାଇ । ସରି ଯାଇଛି ଦୁଖର ଦିନ ଆଉ ଫେରି ଆସିଛି ସୁଖର ଦିନ । ପୁଅ ଗୁଆନ ଙ୍କୁ ନେଇ ଏଇ କିଛି ଦିନ ତଳେ ଖୁସି ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଆଉ ଏବେ ଦୁଇ ଟି ଫୋଟୋ ଭାଇରାଲ ହେଉଛି । ସେହି ଫୋଟୋ ରେ ନିଜେ ବାବୁସାନ ମହାନ୍ତି ନିଜ ପୁଅ ଗୁଆନକୁ ଧରି ଗାଡି ଷ୍ଟେରିଙ୍ଗ ଉପରେ ବସିଛନ୍ତି ।
ଆଉ ଏହି ଫୋଟୋ କୁ ଦେଖି ସମସ୍ତେ କହୁଛନ୍ତି ବାପା ପୁଅ ଭଲ ଖେଳ ଖେଳୁଛନ୍ତି । ଦର୍ଶକ ବନ୍ଧୁ ସେପଟେ ସ୍ତ୍ରୀ ତୃପ୍ତି, ମା ଅପରାଜିତା ମହାନ୍ତି ଓ ପୁଅ ଗୁଆନ ଏମାନଙ୍କର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଦେଖିଲା ପରେ ଏବେ ସମସ୍ତେ କହୁଛନ୍ତି ଏବେ ପୁଣି ବାବୁସାନ ଙ୍କ ପରିବାରକୁ ଖୁସି ଫେରିଛି ।
ଦର୍ଶକ ବନ୍ଧୁ ଗତ କିଛି ପୂର୍ବରୁ ବାବୁସାନ ଓ ପ୍ରକୃତିଙ୍କୁ ନେଇ ଯେଉଁ ବିବାଦ ଉଙ୍କି ମାରିଥିଲା ସେତେବେଳେ ବାବୁସାନ କେବେ ଓଡିଶା ଫେରିବେ, ଓଡିଶା ଫେରିବେ କି ନାହି, ଓଡିଆ ସିନେମା କରିବେ ନାହି, ପୁଣି ଥରେ ତାଙ୍କ ସ୍ତ୍ରୀ ତାଙ୍କ ପାଖକୁ ଫେରିବେ କି ନାହି, ବାବୁସାନ ତାଙ୍କ ପୁଅ ଗୁଆନ କୁ ଆଉ ପାଇବେ କି ନାହି ଏମିତି ଅନେକ ଗୁଡାଏ ପ୍ରଶ୍ନ ଉଙ୍କି ମାରୁଥିଲା । ଆଉ ଏ ଫୋଟୋ ଦୁଇ ଟି ଏବେ ସବୁ ପ୍ରଶ୍ନର ଉତ୍ତର ଦେଇ ଦେଉଛି ।
ଏ ଦୁଇଟି ଫୋଟୋ ଏବେ ସବୁ ବିବାଦକୁ ଭୁଲାଇ ଦେଉଛି । ଆଉ ସବୁଠାରୁ ବଡ କଥା ହେଉଛି ଅଭିନେତା ବାବୁସାନ ମହାନ୍ତି ଙ୍କର ଯେଉଁ ସିନେମା ରିଲିଜ ହୋଇଛି ଯାହାର ନାଁ ଦମନ ତାହା ସାରା ଓଡିଶା ନୁହେଁ ବରଂ ଦେଶ ବିଦେଶରେ ବି ବେସ ନାମ କମାଇଛି । ଆଉ ଏହାରି ଭିତରେ ଦମନ ଫିଲ୍ମର ହିନ୍ଦୀ ଡବିଙ୍ଗ ଶେଷ ହୋଇଛି ଆଉ ଯେତେବେଳେ ତାର ହିନ୍ଦୀ ଟ୍ରେଲର ରିଲିଜ ହୋଇ ସାରିଛି ସମସ୍ତେ ଆଶା ବାନ୍ଧିଛନ୍ତି ଦମନ ଫିଲ୍ମ ଯେମିତି ଓଡିଆରେ ସୁପର ହିଟ ହେଲା ସେମିତି ହିନ୍ଦୀ ରେ ସୁପର ହିଟ ହେଉ ।
ଆଉ ଦମନ ଫିଲ୍ମର ସଫଳତା ଦେଖି ସାରିବା ପରେ ବରିଷ୍ଠ ଅଭିନେତା ତଥା ବାବୁସାନ ଙ୍କ ବାପା ଉତ୍ତମ ମହାନ୍ତି ଓ ବରିଷ୍ଠ ଅଭିନେତ୍ରୀ ତଥା ବାବୁସାନ ଙ୍କ ମା ଅପରାଜିତା ମହାନ୍ତି ପୁଅ ଉପରେ ଜେରେ ରାଗ ରଖିଥିଲେ ପୁଅର ସଫଳତା ଆଗରେ ସବୁ କିଛି ଫିକା ପଡି ଯାଇଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।