ପ୍ରତେକ ମଣିଷ ନିଜ ଜୀବନରେ ଉନ୍ନତି ପାଇବା ପାଇଁ ପୂଜା ପାଠ ଅକରିଥାଏ । କିଛି ଲୋକେ ଏମିତି ଅଛନ୍ତି ଯିଏ ପ୍ରଭୁଙ୍କ ଚରଣରେ ନିଜକୁ ସମର୍ପଣ କରି ଦେଇଛନ୍ତି । ଆଜିକାଲି କିନ୍ତୁ ଲୋକ ମାନେ ନିଜ କର୍ମମୟ ଜୀବନରେ ଏତେ ବ୍ୟସ୍ତ ବହୁଳ ରହୁଛନ୍ତି ଯେ ପୂଜା ପାଠ କରିବାକୁ ସମୟ ପାଉ ନାହାନ୍ତି । ବିଶ୍ଵାସ ଏମିତି ଏକ ଗଣ ମାଧ୍ୟମ ଯାହା ଦ୍ଵାରା ଆମେ ପ୍ରଭୁଙ୍କର ନିକଟତର ହୋଇ ପାରିବା ।
ବିଶ୍ଵାସ ଦ୍ଵାରା ମଣିଷ ନିଜର ଭାଗ୍ୟ ପରିବର୍ତ୍ତନ କରିପାରେ । ଆଜି ଆମେ ଆପଣ ମାନଙ୍କୁ କେଉଁ ଦେବା ଦେବୀଙ୍କର ଫୋଟୋ ଘରେ ରଖିଲେ ଅଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ନିଜ ପୂଜା ଘରେ ନଟରାଜ ମୂର୍ତ୍ତି ରଖନ୍ତି ତେବେ ଆପଣଙ୍କ ଘରେ ମଧ୍ୟ ତାଣ୍ଡବ ସୃଷ୍ଟି ହୋଇପାରେ । ଆପଣଙ୍କ ଘରେ ସର୍ବଦା କଳହ ସୃଷ୍ଟି ଲାଗି ରହିବ ।

ଏହି ମୂର୍ତ୍ତି ରଖିଲେ ଆପଣଙ୍କ ପରିବାର ଲୋକଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବ । ଏହା ଛଡା ଘରେ ମନମାଳିନ୍ୟ ଦେଖାଯିବା ସହ ଘରେ ଅଶାନ୍ତି ସୃଷ୍ଟି ହେବ । ତେଣୁ ଯଦି ଆପଣ ଆପଣଙ୍କ ପୂଜା ଘରେ ନଟରାଜ ମୂର୍ତ୍ତି ରଖିଥାନ୍ତି ତେବେ ତୁରନ୍ତ ଏହାକୁ କୌଣସି ମନ୍ଦିର ରେ ଦାନ କରି ଦିଅନ୍ତୁ ।
ମହାକାଳୀ ରାକ୍ଷସ ମାନଙ୍କର ସର୍ବନାଶ ପାଇଁ ମା ଦୂର୍ଗାଙ୍କର ସ୍ୱରୂପ ବା ଅବତାର ନେଇଥିଲେ । ମା କାଳୀ ହେଉଛନ୍ତି କ୍ରୋଧର ଅବତାର । ତେଣୁ ତାଙ୍କର ଫୋଟୋ ବା ମୂର୍ତ୍ତି କେବେ ବି ଘର ପୂଜା ସ୍ଥାନରେ ରଖିବା ଉଚିତ ନୁହେ । ପୂଜା ଘରେ ସବୁବେଳେ ଶାନ୍ତ ଓ ସୋମ୍ୟ ମୂର୍ତ୍ତି ରଖିବା ଦରକାର ଅଟେ ।

ଯଦି ମା କାଳୀଙ୍କର ଫୋଟୋ ବା ମୂର୍ତ୍ତି ପୂଜା ଘରେ ରଖାଯାଏ ତେବେ ଆପଣଙ୍କ ଘରେ କ୍ରୋଧର ଉତ୍ପନ ହୋଇଥାଏ । ଏହା ଛଡା ଘରର ସଦସ୍ୟଙ୍କ ମଧ୍ୟରେ କଳହ ଲାଗି ରହିଥାଏ । ଏଭଳି ମୂର୍ତ୍ତି ଘରେ ଥିଲେ ତୁରନ୍ତ ମନ୍ଦିରରେ ଦାନ କରି ଦିଅନ୍ତୁ । ପ୍ରଭୁ ଶନିଦେବଙ୍କର ମୂର୍ତ୍ତି ବା ଫୋଟୋ ଘରେ ରଖି ପୂଜା କରିଲେ ଅଶୁଭ ହୋଇଥାଏ । କାରଣ ଶନି ଦେବ ବିନାଶର କାରଣ ହୋଇଥାନ୍ତି ।

ଥରେ ଯେଉଁ ବ୍ୟକ୍ତି ଉପରେ ଶନିଙ୍କର କୋପ ଦ୍ରୁଷ୍ଟି ପଡିଯାଏ ତେବେ ତାର ସର୍ବନାଶ ହେବା ନିଶ୍ଚିନ୍ତ ଅଟେ । ତେଣୁ ଯଦି ଶନିଙ୍କର ଫୋଟୋ ଘରେ ଥାଏ ତେବେ ତୁରନ୍ତ ଏହାକୁ କୌଣସି ଶନି ମନ୍ଦିରରେ ପ୍ରତିଷ୍ଠା କରନ୍ତୁ । ଏହା ପରେ ବାବା ଭୈରବନାଥ ଙ୍କର ପୂଜା କରିବା ସହଜ ନୁହେ । କାରଣ ଏହାକୁ ତାନ୍ତ୍ରିକ ମାନେ ପୂଜା କରିଥାନ୍ତି । ତେଣୁ ଯଦି ଘରେ ବାବା ଭୈରବନାଥଙ୍କର ମୂର୍ତ୍ତି ବା ଫୋଟୋ ଥାଏ ତେବେ ଏହାକୁ ମନ୍ଦିରରେ ଦାନ କରି ଦିଅନ୍ତୁ ।

ଏହା ଛଡା ଯଦି ଆପଣଙ୍କ ଘରେ ଠିଆ ହୋଇଥିବା ମା ଲକ୍ଷ୍ମୀଙ୍କ ମୂର୍ତ୍ତି ବା ଫୋଟୋ ରହିଥାଏ ତେବେ ତୁରନ୍ତ ଏହାକୁ ମନ୍ଦିରରେ ଦାନ କରନ୍ତୁ । କାରଣ ଏହା ଦ୍ଵାରା ଆପଣଙ୍କ ଘରର ଉନ୍ନତି ନ ହୋଇ ଅନିଷ୍ଟ ହୋଇଥାଏ । ତେଣୁ ବସିଥିବା ମା ଲକ୍ଷ୍ମୀଙ୍କ ଫୋଟୋ ଘରେ ରଖିବା ଉଚିତ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
