ବନ୍ଧୁଗଣ ଆମେ ଠାକୁର ପୂଜା କରିବା ସମୟରେ ପଞ୍ଚ ଉପଚାର ଯଥା ଗନ୍ଧ, ଦୀପ, ଧୂପ, ନୈବେଦ୍ୟ ର ବବାହାର କରିଥାଉ । ଏଥି ମଧ୍ୟରୁ ଦୀପର ମହତ୍ଵ ଅଧିକ ରହିଛି । ଅନେକ ସମୟରେ ଦେଖାଯାଏ କି ଆମେ ପୂଜା କରିବା ସମୟରେ ଦୀପ ଜଳୁଥିବା ସମୟରେ ହଠାତ ଲିଭି ଯାଏ । ଏହା ଦେଖିବା ପରେ ଆମେ ପୁଣି ଥରେ ଦୀପ ନିହାତି ଲଗାଇ ଥାଉ ।
କିନ୍ତୁ ଦୀପ ହଠାତ ଲିଭିଯିବା ଶୁଭ ବା ଅଶୁଭ ହୋଇଥାଏ ଏବଂ ଦୀପ ଲିଭି ଯାଇଥିଲେ ତାହାକୁ ଆଉ ଥରେ ଲଗାଇବା ଠିକ ନା ଭୁଲ ସେହି ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଠାକୁର ପୂଜା ସମୟରେ ଦୀପ ଲଗାଇବା ସହ ଯେ କୌଣସି ଅନୁଷ୍ଠାନ କରୁଛୁ ସେଥିରେ ଦୀପ ପ୍ରଜ୍ଵଳନ କରିବାର ବିଧି ରହିଛି । ଦୀପ ଜାଳିବାର ଉଦେଶ୍ୟ ହେଉଛି ଦୀପ ହେଉଛି ସାକ୍ଷୀ । ଦୀପ ହେଉଛି ସାକ୍ଷୀ ସ୍ୱରୂପ ।
ତେଣୁ ପୂଜା ପାଠରେ, ଓଷା ପର୍ବରେ ଦୀପ ଜାଳିବାର ବିଧି ରହିଛି । ଭୂମି ଉପରେ ଯେଉଁ ବ୍ୟକ୍ତି ଜଳନ୍ତା ଦୀପକୁ ସ୍ଥାପନ କରନ୍ତି ସେମାନେ ସାତ ଜନ୍ମ ଯାଏଁ ଅନ୍ଧତ୍ଵକୁ ପ୍ରାପ୍ତ କରନ୍ତି । ଯେଉଁ ମଣିଷ ଶଙ୍ଖକୁ ଭୂମିରେ ରଖନ୍ତି ସେମାନେ ଜନ୍ମାନ୍ତର ଯାଏଁ କୃଷ୍ଠ ରୋଗରେ ଆକ୍ରାନ୍ତ ହୁଅନ୍ତି । ଦୀପ ତଳେ କିଛି ଆସନ ଦେଇ ସ୍ଥାପନ କରିବା ଉଚିତ ।
ବସୁଧା ସବୁ କିଛି ସହିପାରନ୍ତି କିନ୍ତୁ ଅକାରଣରେ ବସୁଧାକୁ ପଦାଘାତ କରିବା ତେବେ ମତ ବସୁଧା ସହ୍ୟ କରିପାରନ୍ତି ନାହି । ସେହିପରି ପଜ୍ଵଳିତ ଦୀପର ଉତ୍ତାପକୁ ମାତା ବସୁଧା ସହ୍ୟ କରିପାରନ୍ତି ନାହି । ନୃଶିଙ୍ଘ ପୁରାଣରେ କୁହାଯାଇଛି ଘିଅ ଓ ରାଶି ତେଲରେ ଦୀପ ଲଗାଇବା ଉଚିତ । ଶାସ୍ତ୍ର କୁହନ୍ତି ଦୀପ ଜଳାଇବା ସମୟରେ 2ଟି ବଳିତା ଦୀପରେ ଦେବାକୁ ପଡିବ ।
ପୂଜା, ବ୍ରତ, ଅନୁଷ୍ଠାନରେ ଦୁଇଟି ବଳିତା ଦୀପରେ ଦେବା ଉଚିତ । ପୂଜା ସମୟରେ ଦୁଇଟି ଦୀପ ଜଳାଇବା ଉଚିତ ଯଥା ଘୃତ ଦୀପ ଓ ତୈଳ ଦୀପ । ଘିଅ ଦୀପ ଲଗାଇଲେ ଶ୍ଵେତ ବର୍ଣ୍ଣର କର୍ପାସ ବଳିତା ଓ ତୈଳ ଦୀପ ଲଗାଇଲେ ରକ୍ତ ବର୍ଣ୍ଣର ବଳିତା ଦେବା ଉଚିତ । ସବୁଠାରୁ ଶ୍ରେଷ୍ଠ ହୋଇଥାର ଘିଅର ଦୀପ ଯାହାର ବିଶେଷ ମହତ୍ଵ ରହିଛି ।
ଭଗବାନ ବିଶୁଣୁ ଓ ଦେବାଧି ଦେବ ମହାଦେବଙ୍କ ନିକଟରେ ଘିଅ ଦୀପ ଜାଳିଲେ ଗଙ୍ଗା ସ୍ନାନ କରିବାର ପୂଣ୍ୟ ଫଳକୁ ପ୍ରାପ୍ତ କରିଥାନ୍ତି । ଯଦି ପୂଜା କରିବା ସମୟରେ ହଠାତ ଦୀପ ଲିଭିଯାଏ ତେବେ ଅନିଷ୍ଟ ହେବାର ସଂକେତ ନୁହେଁ । ଯଦି ଦୀପ ଲିଭିଯାଏ ତେବେ ଦୀପ ଆଉ ଥରେ ଲଗାଇବାକୁ ହେବ । ଯଦି ନବରାତ୍ରି, ଜନ୍ମାଷ୍ଟମୀ ରେ ଅଖଣ୍ଡ ଦୀପ ଜାଳୁଛନ୍ତି ଆଉ ଦୀପ ହଠାତ ଲିଭିଯାଏ ତେବେ ଦୀପ ଆଉ ଥରେ ଲଗାଇପାରିବେ ।
ଯଦି ଆପଣ କିଛି ଅନୁଷ୍ଠାନ କରୁ ନାହନ୍ତି ଆଉ ଦୀପ ଜାଳିବା ସମୟରେ ଲିଭି ଯାଉଛି ତେବେ ଘିଅ ଓ ବଳିତାକୁ ବାହାର କରି ଆଉ ଥରେ ଦୀପ ଲଗାଇପାରିବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।