ପୁଳା ପୁଳା ଧନ ପାଇବା ପାଇଁ କରନ୍ତୁ ଏହି ଉପାୟ- Ajira Anuchinta

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଅନୁଚିନ୍ତା ନେଇ ଆସିଛୁ ଯାହାର ପାଳନ କରିଲେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିବା ସହ ଧନ ବର୍ଷା ହେବାର ଯୋଗ ରହିଛି । ତେବେ ଆସନ୍ତୁ ଜାଣିବା ସେହି ଅନୁଚିନ୍ତା ଗୁଡିକ କଣ ରହିଛି ।

୧- ଘରର ଉତ୍ତର ପୂର୍ବ ଦିଗକୁ ସର୍ବଦା ସଫା ସୁତୁରା ରଖିଲେ ଘରେ ସୁଖ ଶାନ୍ତି ଆସିବା ସହ ଧନ ଲାଭର ମଧ୍ୟ ଯୋଗ ରହିଛି । ଆପଣଙ୍କ ଘରର ଉତ୍ତର ଦିଗରେ ଆଇନା ବା କୁବେର ଯନ୍ତ୍ର ଲଗାଇଲେ ଧନ ବୃଦ୍ଧି ହୋଇଥାଏ ।

୨- ଆପଣଙ୍କ ଘରେ ଦକ୍ଷିଣ ପଶ୍ଚିମ କୋଣରେ ଉତ୍ତରପୂର୍ବକୁ ମୁହାଣ କରି ଆଲମାରି ରଖିଲେ ଧନ ପ୍ରାପ୍ତ ହୋଇଥାଏ । ଏହା ଛଡା ଆଲମାରି ଦକ୍ଷିଣ ପଶ୍ଚିମ ଦିଗକୁ ମୁହଁ କରି ରଖିଲେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଥାଏ ।

୩- ଆପଣ ନିଜ ଘରର ଭିତର ଓ ବାହାର ଜାଗାକୁ ସର୍ବଦା ସଫା ସୁତୁରା ରଖନ୍ତୁ । ଏହା ଦ୍ଵାରା ଧନ ବୃଦ୍ଧି ହୋଇଥାଏ । ଘର ମୁଖ୍ୟ ଦ୍ଵାରାକୁ ସର୍ବଦା ସଜେଇ ରଖିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ ।

୪- ଘରର ଉତ୍ତର ପୂର୍ବ ବା ଦକ୍ଷିଣ ପୂର୍ବରେ ପାଣି ଟାଙ୍କି ରଖିଲେ ଧନ ହାନି ହୋଇଥାଏ । ଯଦି ଆପଣଙ୍କ ଘରୁ କୌଣସି ଜାଗାରୁ ପାଣି ବୋହୁଥାଏ ତେବେ ଏହାର ତୁରନ୍ତ ସମାଧାନ କରନ୍ତୁ ।

୫- ଘରେ ପଶ୍ଚିମ ଦିଗରେ ବାଥ୍ରୁମ କରିଲେ ଶୁଭ ହୋଇଥାଏ । ଏହା ସହ ଧନ ବୃଦ୍ଧି ମଧ୍ୟ ହୋଇଥାଏ । ଏହା ଛଡା ଘର ଉତ୍ତର ଦିଗରେ ମନି ପ୍ଳାଣ୍ଟ ଲଗାଇଲେ ଧନ ବଢିଥାଏ ।

୬- ଘରର ଉତ୍ତର ବା ପୂର୍ବ ଦିଗରେ କୌଣସି ବି ବଡ ଗଛ ଲଗାନ୍ତୁ ନାହି । ଏହା ଦ୍ଵାରା ଧନ ହାନି ହୋଇଥାଏ । ଆପଣ ଘର ଛାତ ଉପରେ କୌଣସି ପକ୍ଷୀକୁ ଖାଇବାକୁ ଦେଲେ ସୁବ ହେବା ସହ ଧନ ପ୍ରାପ୍ତିର ମଧ୍ୟ ସହାୟ ହୋଇଥାଏ ।

୭- ଘରର ଡ୍ରାଇଙ୍ଗ ରୁମରେ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ଏହା ଶୁଭ ହେବା ସହ ଘର ବାସ୍ତୁ ଦୋଷ ଦୂର ହୋଇଥାଏ । ଏହା ଛଡା ଡ୍ରାଇଙ୍ଗ ରୁମରେ ଝରଣା, ମାଛ ବା ବହି ଯାଉଥିବା ନଦୀର ଫୋଟୋ ଲଗାଇଲେ ଧନ ବୃଦ୍ଧି ହୋଇଥାଏ ।

୮- ମାସର ପ୍ରଥମ ସପ୍ତାହର ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ପାଖରେ ଘିଅ ଦୀପ ଜଳାଇ କ୍ଷୀରୀ ଭୋଗ କରିଲେ ଧନ ପ୍ରାପ୍ତି ହୋଇଥାଏ । ଏହା ଛଡା ୭ ବର୍ଷରୁ କଣ ବୟସର କନ୍ୟାଙ୍କୁ କ୍ଷୀରୀ ଖାଇବାକୁ ଦେଲେ ମା ଲକ୍ଷ୍ମୀଙ୍କ କୃପା ମିଳିବା ସହ ଧନ ପ୍ରାପ୍ତି ହୋଇଥାଏ ।

୯- ଶୁକ୍ରବାର ଦିନ ନାଲି ବା ଧଳା ବସ୍ତ୍ର ଧାରଣ କରିଲେ ଧନ ବୃଦ୍ଧି ହୋଇଥାଏ । ଏହା ଛଡା ସ୍ନାନ କରିବା ସମୟରେ ପାଣିରେ ଅଳ୍ପ ଦହି ମିଶାଇ ସ୍ନାନ କରିଲେ ଶୁଭ ହେବା ସହ ଧନ ପ୍ରାପ୍ତ ହୋଇଥାଏ ।

୧୦- ଶୁକ୍ରବାର ଦିନ ୧୧ଟି କଉଡି ପୂଜା କରି ଜଳରେ ପ୍ରଭାବିତ କରିଲେ ଧନ ବୃଦ୍ଧି ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଅନୁଚିନ୍ତା ଗୁଡିକ ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *