କ୍ରିକେଟ ପଡିଆରେ ଦେଖିବାକୁ ମିଳିଲା ଅବିଶ୍ଵସନୀୟ ଦୃଶ୍ୟ , Punam Raut କରିଲେ କିଛି ଏମିତି କି ଦେଖି ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ଭାରତୀୟ ମହିଳା କ୍ରିକେଟ ଟିମର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ପୁନମ ରାଉତ ଅଷ୍ଟ୍ରେଲିୟା ବିରୁଦ୍ଧରେ ମାତ୍ର ୩୬ ରନ କରି ପବେଲିୟାନ ଫେରିଗଲେ । ଏହା ସତ୍ବେ ବି ସେ ଖେଳର ଭାବନା ଦ୍ଵାରା ସମସ୍ତଙ୍କର ହୃଦୟ ଜିତି ନେଲେ । ଏତିକି ନୁହେଁ ପୁନମର ନିଷ୍ପତି ଦେଖି ଲୋକମାନଙ୍କୁ ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ କଥା ମନେ ପଡି ଯାଇଛି । କୁଇନ୍ସଲ୍ୟାଣ୍ଡର କେରାରାରେ ପିଙ୍କ ରଙ୍ଗର ବଳରେ ଖେଳା ଯାଉଥିବା ଟେସ୍ଟ ମ୍ୟାଚର ଦ୍ଵିତୀୟ ଦିନରେ ଭାରତୀୟ ଓପନର ସ୍ମୃତି ମନ୍ଦନା ଶତକ ମାରିଲେ ।

ମନ୍ଦନାଙ୍କ ଏହି ଏଇତିହାସିକ ଶତକରେ ପୁନମ ରାଉତର ଭୂମିକା ବି ବହୁତ ମୁଖ୍ୟ ଥିଲା । ଯିଏକି ଅନ୍ୟ ପଟେ ସମ୍ଭାଳି ରଖି ଥିଲେ ଓ ସାଥି ଖେଲାଡ଼ିର ଭରପୁର ସାଥ ଦେଉଥିଲେ । ପୁନମ ଓ ମନ୍ଦନା ଦ୍ଵିତୀୟ ୱିକେଟ ପାଇଁ ୧୦୨ ରନର ପାର୍ଟନରଶିପ କରିଲେ ।

ଡାହାଣ ହାତର ବ୍ୟାଟ୍ସମ୍ୟାନ ପୁନମ ୧୬୫ ଟି ବଳରେ ୨ ଟି ଚଉକା ସାହାର୍ଯ୍ୟରେ ୩୬ ରନ କରିଥିଲେ । ପୁନମଙ୍କୁ ସ୍ପିନର ସୋଫି ମୋଲିନକ୍ସ ପାରିର ୮୧ ତମ ଓଭରରେ ଚତୁର୍ଥ ବଳରେ ଅଲୀସା ହୀଲୀରଙ୍କୁ କ୍ୟାଚ ଦେଲେ । ଏହା ପରେ ଆମ୍ପୟାର ଦ୍ଵାରା ତାଙ୍କୁ ନଟଆଉଟ ଦିଆଯାଇ ଥିଲା ।

କିନ୍ତୁ ଏହି ସମୟରେ ପୁନମ ଭଲ ଖେଳର ଭାବନା ଦର୍ଶାଇଲେ । ପୁନମଙ୍କୁ ଲାଗିଲା କି ବଲ ତାଙ୍କ ବ୍ୟାଟରେ ଲାଗି ଅଲୀସା ହୀଲୀଙ୍କ ହାତକୁ ଯାଇଛି । ସେଥିପାଇଁ ସେ ସଙ୍ଗେ ସଙ୍ଗେ ପାବେଲିୟାନ ଆଡକୁ ଚାଲିଗଲେ । ପୁନମ ଯେତେବେଳେ ପାବେଲିୟାନ ଯାଉଥିଲେ ସେହି ସମୟରେ ଅମ୍ପୟାର ଉପରେ ସମସ୍ତଙ୍କର ନଜର ଥିଲା କିନ୍ତୁ ଅମ୍ପୟାର ଜାଣି ନ ଥିଲେ କି ବ୍ୟାଟ୍ସମ୍ୟାନ ଆଉଟ ଅଛି ନା ନାହିଁ ।

ସେଥିପାଇଁ ଯେତିକି ସମୟ ମଧ୍ୟରେ ଫୀଲ୍ଡ ଅମ୍ପୟାର ନିଜର ନିଷ୍ପତି ଶୁଣାଇଥାନ୍ତେ ସେହି ସମୟ ମଧ୍ୟରେ ପୁନମ ଗ୍ରାଉଣ୍ଡ ଛାଡି ଅଧା ଫୀଲ୍ଡ ପାର କରିସାରି ଥିଲେ । କହିଦେଉଛୁ କି ମହିଳା ଟେସ୍ଟ ମ୍ୟାଚରେ DRSର ବ୍ୟବହାର କରାଯାଏ ନାହିଁ । ସେଥିପାଇଁ ଅଷ୍ଟ୍ରେଲିୟା ଖେଳାଳି ଚାହିଁଲେ ବି DRS ନେଇ ପାରିବେ ନାହିଁ ।

କିନ୍ତୁ ୩୧ ବର୍ଷୀୟ ପୁନମଙ୍କ ଏହି ସଚ୍ଚୋଟତାକୁ ଦେଖି ଫ୍ୟାନମାନେ ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି । ଜଣେ ଫ୍ୟାନ ଟ୍ଵିଟ କରି ଲେଖିଲା, ‘ସ୍ପ୍ରିଟ ଅଫ ଦ ଗେମ’ । ଦ୍ଵିତୀୟ ଫ୍ୟାନ ସଚିନ ତେନ୍ଦୁଲଙ୍କରଙ୍କୁ ଟ୍ୟାଗ କରି ଲେଖିଲେ କି, ‘ଲେଡି ସଚିନ ତେନ୍ଦୁଲକରଙ୍କୁ ଦେଖନ୍ତୁ’ । ଆଉ ଜଣେ ଲେଖିଲା କି ମୋତେ ସଚିନ ସାର ମନେ ପଡି ଗଲେ । ଭାରତୀୟ ଟିମ ଦ୍ଵିତୀୟ ଦିନ ପର୍ଯ୍ୟନ୍ତ ୩ ୱିକେଟରେ ୨୩୧ ରନ କରିସାରିଥିଲେ । ମନ୍ଦନା ୨୧୬ ଟି ବଳରେ ୧୨୭ ରନ କରି ଆଉଟ ହୋଇ ସାରିଥିଲେ । ବର୍ତ୍ତମାନ ସେ ପିଂକ ବଳରେ ଟେଷ୍ଟ ଶତକ ମାରିଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *