ପୁଣି ବଢିଲା ତେଲ ଦର, ଦେଖନ୍ତୁ ଆଜି କେତେ ଅଛି Petrol ଓ Diesel ଦର

ପେଟ୍ରୋଲ ଓ ଡିଜେଲର ଦର ବୁଦ୍ଧି ସହ ଅନ୍ୟ ପଟେ ଅନ୍ୟ ସମସ୍ତ ଜିନିଷର ମୂଲ୍ୟ ବୁଦ୍ଧି ଯୋଗୁ ଲୋକମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କହିବାକୁ ଗଲେ ଲଗାତର କିଛି ଦିନ ହେବ ପେଟ୍ରୋଲର ମୂଲ୍ୟ ବଢି ଚାଲିଛି । ଆଜି ୨ ଅକ୍ଟୋବର ୨୦୨୧ ଶନିବାର ଦିନ ବି ଲଗାତର ତୃତୀୟ ଦିନ ପାଇଁ ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପୁଣି ଥରେ ବଢିଛି । ମହଙ୍ଗା ବଜାର ସହ ପୁଣି ତେଲର ଦର ବୁଦ୍ଧି ଲୋକମାନଙ୍କୁ ଏକ ବହୁତ ବଡ ଝଟକା ଦେଇଛି ।

ପେଟ୍ରୋଲ ଓ ଡିଜେଲ ଦର ବୁଦ୍ଧିରେ ବର୍ତ୍ତମାନ ରେକର୍ଡ କରିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଆଜି ପ୍ରତି ଲିଟରକୁ ୨୫ ପଇସା ବୁଦ୍ଧି ପାଇଥିବା ସମୟରେ ଡିଜେଲ ପ୍ରତି ଲିଟରକୁ ୩୦ ପଇସା ବୁଦ୍ଧି ହୋଇଛି ।

ଦର ବୁଦ୍ଧି ହେବା ପରେ ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୨.୧୪ ଟଙ୍କା ପ୍ରତି ଲିଟର ହୋଇ ଯାଇଛି ଓ ଡିଜେଲ ପ୍ରତି ଲିଟର ୯୦.୪୭ ଟଙ୍କା ହୋଇ ଯାଇଛି । ପୂର୍ବେ ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟରକୁ ୧୦୧.୮୯ ଟଙ୍କା ଓ ଡିଜେଲ ପ୍ରତି ଲିଟରକୁ ୯୦.୧୭ ଟଙ୍କା ଥିଲା । ଅନ୍ୟ ପଟେ ଭୁବନେଶ୍ଵରରେ ପେଟ୍ରୋଲ ପ୍ରତି ଲିଟରକୁ ୪୪ ପଇସା ବଢିଛି । ଯାହା ଦ୍ଵାରା ବର୍ତ୍ତମାନ ଭୁବନେଶ୍ଵରରେ ପେଟ୍ରୋଲର ମୂଲ୍ୟ ପ୍ରତି ଲିଟରକୁ ୧୦୩.୧ ଟଙ୍କା ଅଛି ।

ସେପ୍ଟେମ୍ବର ୩୦ରେ ପ୍ରତି ଲିଟରକୁ ୩୦ ପଇସା ଓ ଅକ୍ଟୋବର ୧ରେ ୧ ପଇସା ବଢି ଥିଲା । ଡିଜେଲର ଦର ବି ଭୁବନେଶ୍ଵରରେ ବଢି ଚାଲିଛି । ଆଜି ଡିଜେଲର ମୂଲ୍ୟ ୫୧ ପଇସା ବଢିଛି । ଦର ବଢିବା ପରେ ଡିଜେଲର ମୂଲ୍ୟ ୯୮.୬୫ ପଇସା ହୋଇ ଯାଇଛି । କହିଦେଉଛୁ କି ଗତକାଲି ଡିଜେଲ ପ୍ରତି ଲିଟରକୁ ୯ ପଇସା ଓ ସେପ୍ଟମ୍ବର ୩୦ରେ ୩୮ ପଇସା ବଢି ଥିଲା । ଦେଶର ୪ ଟି ପ୍ରମୁଖ ମେଟ୍ରୋ ସହର ମଧ୍ୟରେ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ସବୁଠୁ ଅଧିକ ଅଛି ।

ମୁମ୍ବାଇରେ ବର୍ତ୍ତମାନ ପେଟ୍ରୋଲ ପ୍ରତି ଲିଟରକୁ ୧୦୮ ଟଙ୍କା ବୁଦ୍ଧି ପାଇଛି ଓ ଡିଜେଲ ୯୮ ଟଙ୍କା ହୋଇଛି । କୁହାଯାଉଛି କି ଆନ୍ତର୍ଜାତିକ ବଜାରରେ କଞ୍ଚା ତେଲର ମୂଲ୍ୟ ତିନି ବର୍ଷ ମଧ୍ୟରେ ଅଧିକ ବଢିଥିବା କାରଣରୁ ଭାରତରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମହଙ୍ଗା ହୋଇଛି । କଲିକତାରେ ପେଟ୍ରୋଲ ମୂଲ୍ୟ ୧୦୨.୭୭ ଟଙ୍କା ଓ ଡିଜେଲ ୯୩.୫୭ ଅଛି । ଚେନ୍ନାଇରେ ଲୋକମାନେ ପ୍ରତି ଲିଟର ପେଟ୍ରୋଲ ପାଇଁ ୯୯.୮୦ ଟଙ୍କା ଓ ଡିଜେଲ ଲିଟର ୯୫.୨ ପଇସା ଦେଇ କିଣୁଛନ୍ତି ।

Leave a Reply

Your email address will not be published. Required fields are marked *