ପୁଣି ଏକ ଭିଡିଓ ଛାଡି Varshaଙ୍କୁ ନେଇ କିଛି ଏମିତି କହିଲେ Anubhab…. ଦେଖନ୍ତୁ Video

ବନ୍ଧୁଗଣ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ୨୦୧୪ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ଦୁହିଙ୍କ ମଧ୍ୟରେ ପାରିବାରିକ କଳହ ଏତେ ବଢିଛି କି ମାମଲା ଯାଇ କୋର୍ଟରେ ବିଚାରଧିନ ଅବସ୍ଥାରେ ଅଛି । ଏହାରି ମଧ୍ୟରେ ଅନୁଭବଙ୍କ ହାତରୁ ଗୋଟିଏ ପରେ ଗୋଟିଏ ସତ୍ତା ଖସିବାରେ ଲାଗିଛି ଯାହାକୁ ନେଇ ଅନୁଭବ ଏବେ ଲାଇଭ ଆସି ତାଙ୍କର ଓ ବର୍ଷାଙ୍କ ସମ୍ପର୍କ ବିଷୟରେ ଅନେକ ରହସ୍ୟ ଖୋଲିବାରେ ଲାଗିଛନ୍ତି । ତେବେ ଏହି ଭିଡିଓ ରେ ଅନୁଭବ କହିଛନ୍ତି ବର୍ଷା ତାଙ୍କୁ ଦିଲ୍ଲୀ ଘରକୁ ଗଲେ ସମ୍ପର୍କ ଗଢିବା ବୋଲି କହିଥିଲେ ।

ଯେମିତି ଛୋଟ ପିଲାଙ୍କୁ ଚକଲେଟ ଦେଖାଇ ବୁଝାଯାଏ ସେମିତି ବର୍ଷା କରିଛନ୍ତି । ବର୍ଷାଙ୍କ କଥାରେ ଅନୁଭବ ଦିଲ୍ଲୀ ଯାଇଥିଲେ ମଧ୍ୟ ସମାଧାନ ହେଲା ନାହି । ଏହା ପରେ ଅନୁଭବ ବର୍ଷାଙ୍କ ବଡ ଭଉଣୀକୁ ଏହି ବିଷୟରେ କହିଲେ କି ବିବାହର ୫ ମାସ ବୀତି ଯାଇତିଳେ ମଧ୍ୟ ବର୍ଷା ତାଙ୍କୁ ଆପଣେଇ ନାହାନ୍ତି ।

ଉତ୍ତରରେ ବର୍ଷାଙ୍କ ମଝିଆ ଭଉଣୀ କହିଲେ କି ସେ ମଧ୍ୟ ତାଙ୍କ ସ୍ଵାମୀଙ୍କୁ ଆପଣେଇବାକୁ ୫ ମାସ ଲାଗିଥିଲା ଓ ବର୍ଷାଙ୍କୁ ବୁଝାଇବାକୁ ସେମାନେ କହିଥିଲେ । ଅନୁଭବ ଏହି ସବୁ କହିବା ସମୟରେ କାନ୍ଦୁଥିବାର ନଜର ଆସିଛନ୍ତି । ଆହୁରି ଅଧ୍ୟ ଅନୁଭବ କହିଛନ୍ତି କି ସେ ସକାଳୁ ପାର୍ଲିୟାମେଣ୍ଟ ଯାଇଥାନ୍ତି ଓ ସେଠାରେ ତାଙ୍କ କାମ ନିଷ୍ଠାର ସହ କରିଥାନ୍ତି ।

କିନ୍ତୁ ଘରକୁ ଫେରିବା ପରେ ବର୍ଷା ବଜାର ବୁଲିବା ପାଇଁ ପ୍ରସ୍ତୁତ ହୋଇ ରହିଥାନ୍ତି । ଏହା ଦେଖିବା ପରେ ମଧ୍ୟ ଅନୁଭବ ନିଆ କଥା ଭୁଲି ବର୍ଷାଙ୍କ ଖୁସିକୁ ଆଗରେ ରଖିଥିଲେ । ସେ ବର୍ଷାଙ୍କୁ ବଜାର ମଧ୍ୟ ନେଇ ଯାଇଥାନ୍ତି କାରଣ ଯେ ହେତୁ ବର୍ଷା ତାଙ୍କର ବାପା ମାଙ୍କୁ ଛାଡି ଆସିଛନ୍ତି ତେଣୁ ତାଙ୍କର ସବୁ ଦାୟିତ୍ଵ ଏବେ ଅନୁଭବଙ୍କର ।

ଆହୁରି ମଧ୍ୟ ଅନୁଭବ କହିଛନ୍ତି ଯେ ସେ ଗୋଟେ ପଇସାର ହିସାବ ମଧ୍ୟ ରଖନ୍ତି ନାହି ବର୍ଷା ଙ୍କ ପଛରେ କେତେ ଟଙ୍କା ଖର୍ଚ୍ଚ କରନ୍ତି । ବାହାଘର ପୂର୍ବରୁ ଓ ପରେ ସେ ବର୍ଷାଙ୍କ ପଛରେ ଅନେକେ ଟଙ୍କା ଖର୍ଚ୍ଚ କରିଛନ୍ତି ଯାହାର ହିସାବ ନାହି । ଦିଲ୍ଲୀରେ ଏମିତି ହେବା ପରେ ଓଡିଶା ଫେରିଲେ ସମ୍ପର୍କ ରଖିବେ ବୋଲି ବର୍ଷା କହିଲେ । ଅନୁଭବଙ୍କ ଜନ୍ମଦିନରେ ତାଙ୍କ ସହ ସମ୍ପର୍କ ରଖିବେ ବୋଲି କହିଥିଲେ ବର୍ଷା ।

କାରଣ ବର୍ଷାଙ୍କ ମାତା ପିତାଙ୍କ ତାଙ୍କ ଜନ୍ମଦିନରେ ବିବାହ କରିଥିଲେ ଯାହାକୁ ସମାନ ଦେଇଥିଲେ ଅନୁଭବ । କିନ୍ତୁ ଅନୁଭବ ଜାଣି ନ ଥିଲେ ବର୍ଷା ତାଙ୍କୁ ବୋକା ବନାଉଛନ୍ତି । ଏହି କଥା ଶୁଣିବା ପରେ ଅନୁଭବ ବର୍ଷାଙ୍କର ଏହି ପ୍ରସ୍ତାବକୁ ଗ୍ରହଣ କରି ଖୁବ ସୁନ୍ଦର ଭାବେ ନିଜର ରୁମକୁ ସଜାଇଥିଲେ ।

କିନ୍ତୁ ସେଦିନ ସେ ବହୁତ କାନ୍ଦିଛନ୍ତି । ବାହାଘର ପରେ ସେ ସବୁ ରାତି କାନ୍ଦିଛନ୍ତି କିନ୍ତୁ ବର୍ଷା ରାତି ୧୦ଟା ଶୋଇ ପଡିଥାନ୍ତି । ବାହାଘର ପରେ ବର୍ଷା କେବେ ବି ଅନୁଭବଙ୍କୁ ସମ୍ପର୍କ ରଖିବା ପାଇଁ ଅନୁମତି ଦେଇ ନାହାନ୍ତି ବୋଲି ଅନୁଭବ କାନ୍ଦିକି କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *