ଉତ୍ତର ପ୍ରଦେଶର ହାଥରସରେ ଗ୍ୟାଙ୍ଗ ରେପ ପୀଡ଼ିତା ଦଳିତ ଯୁବତୀ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଚନ୍ଦପା ଥାନା କ୍ଷେତ୍ରରେ ରହୁଥିବା ଦଳିତ ଯୁବତୀ ସହିତ 14 ସେପ୍ଟେମ୍ବରରେ ଗ୍ୟାଙ୍ଗ ରେପ ଘଟଣା ହୋଇଥିଲା ।
ଗ୍ୟାଙ୍ଗ ରେପ ପରେ ତା ଉପରେ ହତ୍ୟା କରିବା ପାଇଁ ଆକ୍ରମଣ କରଯାଇଥିଲା । ଏହି ଘଟଣାକୁ ନେଇ ବିପକ୍ଷରୁ ନେଇ ସେଲିବ୍ରେଟି ପର୍ଯ୍ୟନ୍ତ ସବୁ ରାଗିବା ସହିତ ଦୋଷୀଙ୍କ ବିରୁଦ୍ଧରେ କଡା କାରବାଇର ଦାବି କରିଛନ୍ତି ।

ପରିବାରରୁ ମିଳିଥିବା ସୂଚନା ଅନୁଯାଇ, ଯୁବତୀର ଶବକୁ ସନ୍ଧ୍ୟା ସୁଧା ଗାଁକୁ ଅଣାଯିବ । ତାପରେ ତାର ଅନ୍ତିମ ସଂସ୍କାର କରାଯିବ । ଖବର ଅନୁସାରେ ଚନ୍ଦପା ଥାନା ଅନ୍ତର୍ଗତ ଗୋଟେ ଗାଁରେ 19 ବର୍ଷର ଜଣେ ଦଳିତ ଯୁବତୀ ସହିତ ଅତି ଘୃଣିତ ଘଟଣା 14 ସେପ୍ଟେମ୍ବରରେ ହୋଇଥିଲା । ଯେତେବେଳେ ପଶୁ ମାନଙ୍କର ଚାରା ପାଇଁ ଝିଅଟି ତା ମା ସହିତ କ୍ଷେତକୁ ଯାଇଥିଲା ।

ଆରୋପି ମାନେ ସେ ଗାଁର ଅଟନ୍ତି, ସେ ଝିଅଟିକୁ କ୍ଷେତରୁ ଟାଣି ଆଣି କ୍ଷେତରେ ଗ୍ୟାଙ୍ଗ ରେପର ଶିକାର କରିଥିଲେ ଓ ତାକୁ ଜୀବନରୁ ମାରିବା ପାଇଁ ଚେଷ୍ଟା କରିଥିଲେ । ଯୁବତୀ ଜଣଙ୍କ ଗଂଭୀର ରୂପରେ ଜଖମି ହୋଇଥିଲେ । ଆନନ ଫାନନରେ ତାକୁ ଆଲିଗଡର ଯେଏନ ମେଡିକାଲ କଲେଜରେ ଭର୍ତି କରଯାଇଥିଲା । ତାର ଅବସ୍ଥା ବିଗିଡି ଯିବାର ଦେଖି ତାକୁ ସଫଦରଜଙ୍ଗ ପଠା ଯାଇଥିଲା ଓ ସେଠାରେ ତା ମୃତ୍ୟୁ ହୋଇଥିଲା ।

ପୁଲିସ ଉପରେ ପରିବାର ଲୋକ ଆରୋପ ଲଗାଇଥିଲାକି ପୁଲିସ ତତ୍କାଳ କିଛି ସ୍ଟେପ ନେଇ ନଥିଲା । ମାମଲାକୁ ବଢିବାର ଦେଖି ସ୍ଥାନୀୟ ଲୋକଙ୍କ ଛଡା ବାହାର ରାଜନେତା ପୀଡ଼ିତା ପରିବାରର ସାହାର୍ଯ୍ୟ କରିବା ପାଇଁ ଆସିଥିଲେ । ଏହା ଭିତରେ ପୂର୍ବ ମୁଖ୍ୟମନ୍ତ୍ରୀ ମାୟାବତୀ ଘଟଣାର ନିନ୍ଦା କରି କହିଲେ ଏହି ପ୍ରଦେଶରେ ଝିଅ ଭଉଣୀ ମାନେ ସୁରକ୍ଷିତ ନୁହନ୍ତି । ଏହି ଘଟଣା ନିର୍ଭୟା ଗ୍ୟାଙ୍ଗ ରେପକୁ ତାଜା କରିଦେଇଛି ଓ ଦୋଷୀ ମାନଙ୍କ ପାଇଁ ଫାଶି ଦାବି କରାଯାଇଛି ।

ଏହି ଘଟଣାରେ ଆକ୍ରୋଷିତ ଦଳିତ ସମାଜର ଲୋକ ଜିଲାର ମୁଖ୍ୟ କର୍ଜ୍ୟାଳୟରେ ଆରୋପି ମାନଙ୍କୁ ଗିରଫ କରିଥିଲେ । ପୋଲିସ ଜଣ ଜଣ କରି ଚାରିଜନଙ୍କୁ ଗିରଫ କରିଥିଲା । ଚାରିଜଣ ଦୋଷୀ ହେଉଛନ୍ତି ସନ୍ଦିପ, ରାମୁ, ଲବକୁଶ, ଓ ରବି । ପୀଡ଼ିତାର ପରିବାରକୁ ପ୍ରଶାସନ 4 ଲକ୍ଷ 12 ହଜାର ଟଙ୍କାର ଆର୍ଥିକ ସାହାର୍ଯ୍ୟ କରିଛି । ପୀଡ଼ିତାର ଘରେ ଫୋର୍ସ ଜଗିଛନ୍ତି । ଝିଅର ଭାଇ କହିଲେକି ତାଙ୍କ ଭଉଣୀକୁ ବଞ୍ଚେଇବାକୁ ଚହୁଁଛନ୍ତି । ଓ ସେହି ଦୋଷୀ ମାନଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି । ତାଙ୍କ ଭଉଣୀ ସହ ଯାହା ହୋଇଛି ସେଥିପାଇଁ ନ୍ୟାୟ ମାଗିଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।