ପୁର୍ଣିମା ଦିନ କରନ୍ତୁ ଏହି ମଧ୍ୟରୁ କୌଣସି ଗୋଟିଏ ଉପାୟ ଭାଗ୍ୟ ବଦଳିଯିବ, ହେବ ଧନର ବର୍ଷା

ବାସ୍ତୁ ଶାସ୍ତ୍ର ଅନୁସାରେ ପୂର୍ଣ୍ଣିମା କୁ ବହୁତ ମାନ୍ୟତା ଦିଆ ଯାଇଛି । ପ୍ରତି ମାସ ରେ ପୁର୍ଣ୍ଣିମା ପଡିଥାଏ । ଏହି ଦିନ ଯଦି କୌଣସି ବ୍ୟକ୍ତି ପୂଜା ପାଠ କରନ୍ତି ବା ଏପରି କିଛି ଉପାୟ କରନ୍ତି ଯାହା କରିବା ଦ୍ଵାରା ଧନ ବୃଦ୍ଧି ହେବା ସହ ସବୁ ସମସ୍ୟାର ସମାଧାନ ହୋଇ ପାରିବ । ଆଜି ଆମେ ଆପଣ ମାନଙ୍କୁ ପୂର୍ଣ୍ଣିମା ଦ୍ଵାରା କରା ଯାଉଥିବା କିଛି ବିଶେଷ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଧନୀ ହେବା ସହ ଅନେକ ସମସ୍ୟାର ନିବାରଣ ହୋଇ ପାରିବ ।

୧- ପୂର୍ଣ୍ଣିମା ଦିନ ଆପଣ ନିଜ ଘରେ ଖିରୀ ତିଆରି କରି ମା ଲକ୍ଷ୍ମୀ ଙ୍କୁ ଭୋଗ ଲଗାନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଘରେ ଧାନର ଆଗମନ ହୋଇଥାଏ । ମା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟାର ସମାଧାନ ହୋଇଥାଏ । ଘରର ଯେ କୌଣସି ସମସ୍ଯା ରହୁଥାଉ ନାଁ କାହିଁକି ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀ ଙ୍କ ପାଖ ରେ ଖିରୀ ଭୋଗ ଲଗାଇଲେ ଏହା ଦୂର ହୋଇଥାଏ ।

୨- ପୂର୍ଣ୍ଣିମା ଦିନ ନିଜ ଘର ମୁଖ୍ୟ ଦ୍ଵାରା ରେ ଆମ୍ବ ଡାଳ ଲଗାନ୍ତୁ । ତା ପର ଦିନ ଆମ୍ବ ଡାଳ କୁ ପାଣି ରେ ଭସାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ଘରେ ସମ୍ପତି ର ବୃଦ୍ଧି ହୋଇଥାଏ । ଏହା ସହ ଏହି ଉପାୟ କରିବା ଦ୍ଵାରା ସମସ୍ତ ବାସ୍ତୁ ଦୋଷ ର ନିବାରଣ ହୋଇଥାଏ ।

୩- ପୂର୍ଣ୍ଣିମା ଦିନ କୌଣସି ବ୍ୟକ୍ତି ଆମିଷ ବା ନିଶାଦ୍ରବ୍ୟ ସେବନ କରନ୍ତୁ ନାହି । ଏପରି କରିବା ଦ୍ଵାରା ଗୃହ ରେ ଦରିଦ୍ରତା ଓ ଅଭାବ ଦେଖା ଯାଇଥାଏ । ଏହା ସହ ବ୍ୟକ୍ତି ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ତେଣୁ ପୂର୍ଣ୍ଣିମା ଦିନ ଏପରି କରିବା ଉଚିତ ନୁହେଁ ।

୪- ପୂର୍ଣ୍ଣିମା ଦିନ ହଳଦୀ ସହ ଗଙ୍ଗାଜଳ ମିଶାଇ ନିଜ ଘର ମୁଖ୍ୟ ଦ୍ଵାରା ରେ ଓମ ଲେଖି ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଘରେ ଚାଲିଥିବା ସବୁ ସମସ୍ୟାର ନିବାରଣ ହୋଇ ପାରିବ ।

୫- ପୂର୍ଣ୍ଣିମା ଦିନ ଚନ୍ଦ୍ର ପୂଜା କରିବା ଦ୍ଵାରା ବ୍ୟକ୍ତି ଜୀବନରେ ସବୁ ସମସ୍ଯାର ନିବାରଣ ହୋଇଥାଏ । ଯଦି ଆପଣଙ୍କ ଘରେ କେହି ରୋଗୀ ବହୁତ ଦିନ ହେବ ରହିଥାନ୍ତି ତେବେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ଚନ୍ଦ୍ର ଙ୍କୁ ପୂର୍ଣ୍ଣିମା ଦିନ ସନ୍ଧ୍ୟା ସମୟରେ ପୂଜା କରିବା ବେଳେ ଖିରୀ ଭୋଗ ଲଗାନ୍ତୁ ।

୬- ପୂର୍ଣ୍ଣିମା ଦିନ ସକାଳେ ଶିବ ମନ୍ଦିର ଯାଇ ମହାଦେବଙ୍କର ଜଳାଭିଷେକ କରି ମହୁ ଅର୍ପଣ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଗୃହରେ ଥିବା ମାନସିକ କ୍ଲେଶ ଦୂର ହେବ । ପୂର୍ଣ୍ଣିମା ଦିନ ଏହି ସବୁ ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନରେ ସବୁ ସମସ୍ୟାର ନିବାରଣ ହେବା ସହ ଧନ ବୃଦ୍ଧି ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *