ଆଜି ଆମେ ଆପଣଙ୍କୁ ମହାପୁରୁଷ ହାଡି ଦାସ ମାଳିକାରେ କହିଥିବା କିଛି ଶ୍ଳୋକ ବିଷୟରେ କହିବୁ ଓ ଏହା ସହିତ ସେହି ଶ୍ଳୋକ ଗୁଡିକର ଅର୍ଥ ବିଷୟରେ ବି କହିବୁ । ହାଡି ଦାସ ଯାହା ବି ଲେଖି ଦେଇ ଯାଇଛନ୍ତି ତାହା ବର୍ତ୍ତମାନ ସତ୍ୟ ହେଉଛି ।
ଥିଲା ନ ଥିଲା ଲୋକେ ହେବେ ସମସରି ।
ଥୋଇଲା ଠାବରୁ ଧାନବସ୍ତା ନେବେ ହରି ॥
ଦୁନିଆରେ ଏମିତି ବି ଦିନେ ସମୟ ଆସିବ ଯେତେବେଳେ ବଡ ଲୋକ ଓ ଗରିବ ଲୋକ ସମାନ ହୋଇଯିବେ । ଉଦାହରଣ ସ୍ୱରୂପ ଯଦି କୌଣସି ଧନୀ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି ତାକୁ କେହି ଛୁଇଁବେ ନାହିଁ ଓ ଗରିବ ବି ଲୋକ ଯାହାକୁ କରୋନା ହୋଇଛି ତାକୁ ବି କେହି ଛୁଇଁବେ ନାହିଁ । ଏହି ରୋଗ କାରଣରୁ ଧନୀ ଓ ଗରିବ ସମାନ ହୋଇଯାଇଛନ୍ତି ।
ଦ୍ଵନ୍ଦ ବାଦ ଆଚରଣ କରୁଥିବେ କଳି ।
ଦିନା କେତେ ସବୁରି ବେକରେ ଥିବ ମାଳି ॥
ଅର୍ଥାତ କିଛି ଦିନ ବେକରେ ମାଳି ପକାଇ ଲୋକମାନେ କହିବେ କି ମୁଁ ବୈଷ୍ଣବ ହୋଇ ଯାଇଛି । ପୁଣି କିଛି ଦିନ ପରେ କହିବେ କି ମୁଁ ଆମିଷ ଛାଡି ଦେଇଛି । କିନ୍ତୁ କିଛି ସମୟ ପରେ ସେମାନେ ଆମିଷ ଖାଉଥିବେ । କିଛି ଦିନ ବେକରେ ମାଳି ପକାଇବେ କିନ୍ତୁ କିଛି ଦିନ ପରେ ପୂର୍ବରୁ ଯେଉଁ ଅଧର୍ମୀ ଥିଲେ ପୁଣି ଥରେ ସେହି ଅଧର୍ମୀ ହୋଇ ଯିବେ । କହିଦେଉଛୁ କି କଳିଯୁଗରେ ଯେତେ ବଡ ବଡ ନାସ୍ତିକ ଅଛନ୍ତି ସେମାନେ ହିଁ ବଡ ବଡ ଆସ୍ତିକ । ଅର୍ଥାତ ସେମାନେ କେତେ ବେଳେ କାହାକୁ ଚୋଟ ମାରିଦେବେ ଏହା କେହି ଜାଣି ନାହାନ୍ତି । ଏହା ପରେ ମହାପୁରୁଷ ଲେଖିଲେ କି
ଧର୍ମ ଥିଲା ପ୍ରାଣୀମାନେ ଅବଶ୍ୟ ତରିବେ ।
ଧର୍ମ ନ ଥିବା ପ୍ରାଣୀ ଯେ ନିଶ୍ଚୟ ମରିବେ ॥
ଲୋକମାନଙ୍କ ମନରେ ପ୍ରାୟତଃ ଏହା ପ୍ରଶ୍ନ ଉଠି ଥାଏ କି ଧର୍ମ କାମ କରୁଥିବା ଲୋକମାନେ ବି ମୃ-ତ୍ୟୁ ବରଣ କରୁଛନ୍ତି ଓ ଅଧର୍ମୀ ଲୋକମାନେ ବି ମୃ-ତ୍ୟୁ ବରଣ କରୁଛନ୍ତି ।
କିନ୍ତୁ କହିଦେଉଛୁ କି ଯେତେବେଳେ କାଳ ଅଧର୍ମୀମାନଙ୍କୁ ଧରିବ ସେତେବେଳେ ସେ ଅସମ୍ମାନ କରିବ କିନ୍ତୁ ଯେତେବେଳେ ସେ ଧର୍ମୀ ଲୋକମାନଙ୍କୁ ଧରିବ ସେତେବେଳେ ସେ ସମ୍ମାନ ଦେଇ ନବ । ପ୍ରଭୁ ସେମାନଙ୍କ ପ୍ରତି ଦୟା ରଖିଥିବେ ।
ନ ସହିବେ ପ୍ରଭୁ ଆଉ ଭକ୍ତଙ୍କ କଷଣ ।
ନାସିବେ ସକଳ ଗୋଲ ଅବ୍ନିର ଭାର ॥
ଭଗବାନ ଭକ୍ତମାନଙ୍କର କାନ୍ଦ ସହି ପାରନ୍ତି ନାହିଁ । ବର୍ତ୍ତମାନ ଏହି ସମୟ ଆସି ନାହିଁ । ଯେତେବେଳେ ସମସ୍ତେ ହାତ ଉଠାଇ କାନ୍ଦିବେ ସେହି ସମୟରେ ଭଗବାନ ଭକ୍ତମାନଙ୍କର ଶୁଣିବେ ।
ପାଞ୍ଚ ହଜାର ଭିତରେ ଅଣ ଜାଣ ।
ପ୍ରକାଶ ହୋଇବେ ପ୍ରଭୁ ଦେବ ନାରାୟଣ ॥
ମହାପୁରୁଷ କହିଛନ୍ତି କଳି ୫୦୦୦ ହଜାର ବର୍ଷ ପୁରା କରି ସାରିଛି ଓ ଏହାରି ମଧ୍ୟରେ ପ୍ରଭୁ ପ୍ରକଟ ହେବେ । ଏହା ସହିତ ମାଲିକରେ ଏମିତି ବହୁତ ପ୍ରମାଣ ମିଳିସାରିଛି କି ପ୍ରଭୁ ଗୁପ୍ତ ରୂପରେ ପ୍ରକଟ ହୋଇଯାଇଛନ୍ତି ।
ଭୂମି ହତଶିରି ହୋଇବ ଦଶଦିଗ ଅନ୍ଧାର ।
ଭଣିଲେ ଆଗତ ଭବିଷ୍ୟ ହାଡିଦାସ ଚମାର ॥
ଏମିତି ଏକ ସମୟ ଆସିବ ଯେତେବେଳ ଦିନ ସମୟରେ ଅନ୍ଧାର ହୋଇଯିବ । ଭୟଙ୍କର କୁହୁଡି ମାଡି ଆସିବ ।