ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।
୧- କାହାକୁ ଦାନ କଲେ ନିଜର ବୃଦ୍ଧି ହୁ ଓ ସାଇତି ରଖିଲେ କ୍ଷୟ ହୁଏ ?
ଉତ୍ତର- ଶିକ୍ଷା ବା ଜ୍ଞାନ
୨- ଓଡିଆ ମହାଭାରତ କିଏ ରଚନା କରିଛନ୍ତି ?
ଉତ୍ତର- ସାରଳା ଦାସ
୩- ପଥର ହେଲେ ବି ସେ ପାଣି ତାହା କଣ ?
ଉତ୍ତର- ବରଫ
୪- ପଦ୍ମ ଚରଣ ରାଏଙ୍କୁ କେଉଁ ଉପାଧି ଦିଆ ଅଯାଇଛି ?
ଉତ୍ତର- ଉତ୍କଳ ଭୀମ ଉପାଧି
୫- ଘଟ ଗାଁ କେଉଁ ମନ୍ଦିର ପାଇଁ ପ୍ରସିଦ୍ଧ ଅଟେ ?
ଉତ୍ତର- ମା ତାରିଣୀ
୬- ଧାମରା ନଗର କେଉଁ ଜିଲା ରେ ଅବସ୍ଥିତ ଅଟେ ?
ଉତ୍ତର- ଭଦ୍ରକ
୭- ଏମିତି କେଉଁ କାମ ଯାହାକୁ ପୁରୁଷ ମାନେ ଠାରେ କରନ୍ତୁ କିନ୍ତୁ ନାରୀ ମାନେ ପ୍ରତି ଦିନ କରିଥାନ୍ତି ?
ଉତ୍ତର- ମଥା ରେ ସିନ୍ଦୁର ଦେବା
୮- ସବୁଠାରୁ ଓଜନିଆ ଧାତୁର ନାମ କଣ ?
ଉତ୍ତର- ଓଏସମିୟମ
୯- ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଓଡିଶା ପ୍ରଦେଶରେ କେତେ ଗୋଟି ଜିଲା ଥିଲା ?
ଉତ୍ତର- ୭ଗୋଟି ଜିଲ୍ଲା
୧୦- ମା ତାରିଣୀ ଙ୍କ ପୂଜକ ଙ୍କୁ କଣ କୁହାଯାଏ ?
ଉତ୍ତର- ଦେହୁରି
୧୧- ଯୁଧିଷ୍ଠିର କରିଥିବା ରାଜସ୍ବ ଯଜ୍ଞ ରେ ବ୍ରାମହଣ ମାନଙ୍କ ପାଦ କିଏ ଧୋଇ ଦେଇଥିଲେ ?
ଉତ୍ତର- ଶ୍ରୀକୃଷ୍ଣ
୧୨- କେଉଁ ଜାଗାରେ ଜଣେ ଚାହିଁଲେ ବି ଘୁଙ୍ଗୁଡି ମାରି ପାରିବ ନାହି ?
ଉତ୍ତର- ମହାକାଶରେ
୧୩- ଭାରତରେ ବନ ମହୋଶ୍ଚବ ଆରମ୍ଭ କିଏ କରିଥିଲେ ?
ଉତ୍ତର- କେ ଏମ ମୁନସି
୧୪- ସେ କେଉଁ ଜିନିଷ ଆମେ ନ ଚାହିଁଲେ ବି ଆସିଥାଏ ?
ଉତ୍ତର- ମୃତ୍ୟୁ
୧୫- ବିଶ୍ଵକର୍ମା ଙ୍କ ବାହନ କିଏ ଅଟନ୍ତି ?
ଉତ୍ତର- ହାତୀ ଓ ରାଜହଂସ
୧୬- ମୁଁ ସବୁଥରେ ଅଛି ମାତ୍ର କେହି ମୋତେ ଧରି ପାରନ୍ତି ନାହି ଏହାର ଉତ୍ତର କଣ ?
ଉତ୍ତର- ପବନ
୧୭- ପବନ ଖାଇଲେ କିଏ ମରି ଯାଇଥାଏ ?
ଉତ୍ତର- ଝାଳ
୧୮- କେଉଁ ମସିହାରେ ଭାରତ ସରକାରଙ୍କ ଦ୍ଵାରା ସଙ୍ଗୀତ ନାଟକ ଏକାଡେମି ସ୍ଥାପିତ ହୋଇଥିଲା ?
ଉତ୍ତର- ୧୯୫୩ ମସିହାରେ
୧୯- ପୁରା ଜୀବନରେ ପୁଅ ଙ୍କୁ ୧ଥର ଓ ଝିଅ ଙ୍କୁ ୨ ଥର ମିଳିଥାଏ ତାହା କଣ ?
ଉତ୍ତର- nick name… ବିବାହ ପରେ ଝିଅ ମାନଙ୍କର ଆଉ ଥରେ ନାମକରଣ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।