Special Story: ଦିନେ ଟ୍ରେନଲାଇନ ରୁ ଉଦ୍ଧାର କରି ଦେଇଥିଲେ ନୂଆ ଜୀବନ, ଆଜି କଲେ କନ୍ୟାଦାନ, ପୁରା କାହାଣୀ ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ, ଦେଖନ୍ତୁ Video

ବର୍ତ୍ତମାନ ସମୟରେ ଏମିତି କିଛି ପିତା ମାତା ଅଛନ୍ତି ଯେଉଁମାନେ ନିଜର ଝିଅକୁ ବୋଝ ବୋଲି ମନେ କରିଥାନ୍ତି । ଯାହାକି ସମ୍ପୂର୍ଣ ରୂପରେ ଭୁଲ ଧାରଣା ଅଟେ । ଏହି ସମାଜରେ ପୁଅର ଆବଶ୍ୟକତା ଯେତିକି ଅଛି ଝିଅମାନଙ୍କର ଆବଶ୍ୟକତା ମଧ୍ୟ ସେତିକି ଅଛି ।

ଯେଉଁଠି ଝିଅକୁ ବୋଝ ବୋଲି ମନେ କରନ୍ତି କିନ୍ତୁ ଆଜି ବି ଏମିତି ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ଝିଅ ଥାଇ ମଧ୍ୟ ଅନାଥ ଝିଅ ପାଳି ପୋଷୀ ବଡ କଉଛନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି ସତ୍ୟ ଘ-ଟ-ଣା ବିଷୟରେ କହିବୁ । କହିଦେଉଛୁ କି କଟକ ସତୀଚଉରା ମସାଣିରେ କରୋନାରେ ମୃ-ତ ଶ-ବ ଶହ ବ୍ୟକ୍ତିଙ୍କ ଶ-ବ-ଦା-ହ କରି ବିଭୂତି ରାୟ ଚର୍ଚାରେ ଆସିଥିଲେ । ଯିଏକି କଟକର ଜଣେ ସମାଜସେବୀ ଅଟନ୍ତି । ଏମିତିରେ ସେ ପୁଣି ଥରେ ଏକ ପୂଣ୍ୟ କାର୍ଯ୍ୟ କରି ଚର୍ଚାରେ ଆସିଯାଇଛନ୍ତି ।

କହିଦେଉଛୁ କି ପିଲାଦିନୁ ଗୋଟିଏ ଅନାଥ ଝିଅକୁ ନିଜ ପାଖରେ ରଖି ନିଜ ଝିଅ ଠାରୁ ବି ଅଧିକ ତାର ଦେଖାଶୁଣା କରିଥିଲେ ଓ ବର୍ତ୍ତମାନ ସେ ଭଲ ବରପାତ୍ର ଦେଖି ସେହି କନ୍ୟାର ବିବାହ ମଧ୍ୟ କରି ଦେଉଛନ୍ତି । କହିବାକୁ ଗଲେ ୧୨ ବର୍ଷ ତଳେ ଏକ ଟ୍ରେନ ଦୁ-ର୍ଘ-ଟ-ଣା ରେ ବହୁତ ଲୋକ ଆ-ଘା-ତ ହୋଇ କଟକର ବଡ ମେଡିକାଲକୁ ଚିକିତ୍ସିତ ହେବା ପାଇଁ ଆସିଥିଲେ । ସେମାନଙ୍କ ମଧ୍ୟରେ ଗୋଟିଏ ଛୋଟ ଝିଅ ବି ଆସିଥିଲା । ଯାହାର କେହି ବି ନ ଥିଲେ ।

ଏମିତିରେ ମେଡିକାଲ ସ୍ଵଚ୍ଛାସେବ ରୂପରେ କାମ କରୁଥିବା ବିଭୂତି ରାୟଙ୍କୁ ଯେତେବେଳେ ଏହି ଝିଅ ବିଷୟରେ ଜଣା ପଡିଲା ତେବେ ସେ ଏହି ଅଜଣା ଓ ଅନାଥ ଝିଅର ସେବା କରି ତାହାର ଜୀବନ ବଞ୍ଚାଇ ଥିଲେ ।

ଏହା ପରେ ବହୁତ ଦିନ ଅପେକ୍ଷା କରିବା ପରେ ବି ଯେତେବେଳେ ଏହି ଝିଅର ପରିବାର ଲୋକମାନେ ଆସିଲେ ନାହିଁ ତେବେ ବିଭୂତି ରାୟ ତାଙ୍କୁ ପୋଷ୍ୟକନ୍ୟା ରୂପରେ ଆପଣାଇ ନେଇଥିଲେ । ଏହା ପରେ ତାର ନାଁ ବି ଦେଇଥିଲେ ଅନିତା ।

ବିଭୂତି ରାୟଙ୍କ ନିଜର ଦୁଇଟି କନ୍ୟା ଅଛି । କିନ୍ତୁ ଏହା ସତ୍ବେ ବି ସେ ଅନ୍ୟ ଏକ ଅନାଥ ଝିଅକୁ ନିଜ ପାଖରେ ରଖିବା ପାଇଁ ନିଷ୍ପତି ନେଇଥିଲେ । ଯାହାକି ବହୁତ ହିଁ ବଡ କଥା ଅଟେ । ଏତିକି ନୁହେଁ ବିଭୂତି ରାୟ ଓ ତାଙ୍କର ପତ୍ନୀ ନିଜ ପିଲାମାନଙ୍କ ଠାରୁ ଅନିତାଙ୍କୁ ବହୁତ ଅଧିକ ଭଲ ପାଉଥିଲେ । ଯେତେବେଳେ ଅନିତା ବିବାହ ଯୋଗ୍ୟ ହୋଇଗଲେ ତେବେ ସେ ତାଙ୍କ ପାଇଁ ଏକ ବର ପାତ୍ର ଖୋଜି ତାର ବିବାହ କରୁଛନ୍ତି । ଏହା ସମସ୍ତଙ୍କ ପାଇଁ ଏକ ବଡ ଉଦାହରଣ ଓ ପ୍ରେରଣା ଦାୟକ ଅଟେ ।

ଅନିତା କହିଲେ କି ତାଙ୍କର ପିତା ମେଡିକାଲରେ ସମାଜ ସେବା କରନ୍ତି ଓ ସେ ମୋତେ ମେଡିକାଲରୁ ଘରକୁ ଆଣି ଝିଅ କରି ରଖିଥିଲେ । ବର୍ତ୍ତମାନ ମୋତେ ବାହା କରି ଦେଉଛନ୍ତି । ମୋତେ ତାଙ୍କୁ ଛାଡି ଯିବାର ଇଚ୍ଛା ନାହିଁ । ସେ ମୋର ବାପା ମା ନୁହନ୍ତି ପରିବାର ନୁହନ୍ତି, ସେ ମୋର ଭଗବାନ । ଜନ୍ମ କଲା ବାପା ମା ବି ଏତିକି କରିବେନି ଯେତିକି ସେ କରିଛନ୍ତି । ମୁଁ ଜୀବନରେ ମୁଁ ଯାହା ବି ପାଇଛି ସେଥିରେ ମୁଁ ବହୁତ ଖୁସି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *