ପୁରୀର ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ବିଶ୍ଵ ପ୍ରସିଦ୍ଧ ଅଟେ । ସେଥିପାଇଁ ପୁରୀରେ ସବୁଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ଲକଡାଉନ ଓ ସଟଡାଉନ କାରଣରୁ ପୁରୀ ମନ୍ଦିରକୁ ପ୍ରବେଶ ମନା ଅଟେ ।
ସୋସିଆଲ ମିଡିଆରେ ବିଶ୍ଵ ପ୍ରସିଦ୍ଧ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ଗର୍ଭଗୃହର କିଛି ଫଟୋ ଭାଇରାଲ ହେବାର ଖବର ସାମ୍ନାକୁ ଆସୁଛି । ପଶ୍ଚିମବଙ୍ଗର ଅଭିଜିତ ଚନ୍ଦ୍ର ନାମକ ଜଣେ ବ୍ୟକ୍ତି ନିଜର ଫେସବୁକ ଆକାଉଣ୍ଟରେ ମୁଖ୍ୟ ମନ୍ଦିରର କିଛି ଫଟୋ ଉଠାଇ ଶେୟାର କରିଛନ୍ତି । ଏହି ଫଟୋରେ ରତ୍ନ ସିଂହାସନ ଉପରେ ଭଗବାନ ସୁଦର୍ଶନ ସହ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ନଜର ଆସୁଛନ୍ତି । ରିପୋର୍ଟରେ ଏହା ବି କୁହାଯାଉଛି କି ଫେସବୁକ ଉପରେ ଶେୟାର କରାଯାଇଥିବା ଫଟୋକୁ ସେହି ବ୍ୟକ୍ତି ଜଣକ ମନ୍ଦିରର ଏକ ସେବକୁ ଟ୍ୟାଗ ମଧ୍ୟ କରିଛି ।
ବର୍ତ୍ତମାନ ଏହା ପ୍ରଶ୍ନ ଆସୁଛି କି ସେହି ବ୍ୟକ୍ତି ଜଣକ ଓ ସେବକ ମଧ୍ୟରେ କଣ ସମ୍ପର୍କ ଅଛି । କହିଦେଉଛୁ କି ଓଟିଭି ଟିମ ସର୍ବେ ପ୍ରଥମେ ସୋସିଆଲ ମିଡିଆରେ ଏହି ଫଟୋକୁ ଦେଖିଲେ ଓ ତୁରନ୍ତ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରଶାସନକୁ ଏହା ବିଷୟରେ ସୂଚିତ କରିଲେ । ଏହା ପରେ ମନ୍ଦିରର ପ୍ରଶାସନ କିଛି ବିଶେଷଜ୍ଞକୁ ଏଥିରେ ସାମିଲ କରି ପୋସ୍ଟର ଯାଞ୍ଚ ଆରମ୍ଭ କରିଦେଇଛନ୍ତି ଓ ପୋଲିସରେ କେସ ବି ଦାୟର କରିଛନ୍ତି ।
କହିଦେଉଛୁ କି ପଶ୍ଚିମବଙ୍ଗର ନିବାସୀ ଅଭିଜିତ ଚନ୍ଦ୍ର ୨୭ ମେକୁ ନିଜର ଫେସବୁକ ଆକାଉଣ୍ଟ ଉପରେ ରତ୍ନବେଦିର ଏକ ଫଟୋ ସହ ବଙ୍ଗାଳୀରେ କିଛି କ୍ୟାପ୍ସନ ଲେଖି ପୋସ୍ଟ କରିଥିଲା । ମନ୍ଦିରର ପ୍ରଶାସନର ଅଧକ୍ଷ କହିଛନ୍ତି କି ଆମର ଆଇଟି ଟିମ ପୋସ୍ଟର ଯାଞ୍ଚ ପରେ ପୋଲସି ଷ୍ଟେସନରେ ଅଭିଯୋଗ ଦାଖଲ କରିଛନ୍ତି । ସେ ଆଗକୁ କହିଲେ କି ଫେସବୁକରେ ଭଗବାନଙ୍କକ ଫଟୋକୁ ପୋସ୍ଟ କରି ଧାର୍ମିକ ଭାବନାକୁ ଆଘାତ କରାଯାଇଛି । କହିଦେଉଛୁ କି ମନ୍ଦିରରେ କୌଣସି ବି ପ୍ରକାରର ଫଟୋ ଉଠାଇବା ବାରଣ ଅଟେ ।
ଆପଣ ମନ୍ଦିର ଭିତରର କୌଣସି ବି ପ୍ରକାରରେ ଫଟୋ ଉଠାଇ ପାରିବେ ନାହିଁ । ମନ୍ଦିର ଭିତରକୁ ମୋବାଇଲ କିମ୍ବା କୌଣସି କ୍ୟାମେରା ବି ଛଡା ଯାଏ ନାହିଁ । ରିପୋର୍ଟ ଅନୁସାରେ ଏହି ଫଟୋକୁ କୌଣସି ମୋବାଇଲ ଫୋନରେ ଉଠାଯାଇଛି । କିନ୍ତୁ ଗଭୀର ଯାଞ୍ଚ ପରେ ଏହି ସ୍ପଷ୍ଟ ହୋଇଯିବ କି ଏହା ଅସଲ ଅଟେ ନା ଫଟୋସପ କରାଯାଇଛି । ୧୨ ତମ ଶତାବ୍ଦୀରୁ ମନ୍ଦିରରେ କ୍ୟାମେରା ଓ ଫୋନ ସହିତ କୌଣସି ବି ପ୍ରକାରର ଇଲେଟ୍ରୋନିକ ଜିନିଷର ପ୍ରବେଶ ଉପରେ ପ୍ରତିବନ୍ଧିତ ହୋଇଛି ।
କହିଦେଉଛୁ କି ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ବି ମନ୍ଦିର ଭିତରର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କିନ୍ତୁ ଏହାକୁ ନେଇ ପ୍ରଶାସନ କେଉଁ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏହା ବିଷୟରେ ଜଣା ନାହିଁ । ମନ୍ଦିରର ଫଟୋ ଭାଇରାଲ ହେବା ଅର୍ଥ ଏହା ମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନ ବାଚକ ଛିଡା କରୁଛି । ସରକାରଙ୍କ କିଛି କଡା ନିୟମ ଯୋଗୁ ଆମେ ଫେସବୁକରେ ଭାଇରାଲ ହୋଇଥିବା ଫଟୋ ଆପଣଙ୍କୁ ଦେଖାଇ ପାରିବା ନାହିଁ । କହିଦେଉଛୁ କି ଏହି ମାମଲା ବଢିବା କାରଣରୁ ଅଭିଜିତ ଚନ୍ଦ୍ର ଜିଏକି ଫଟୋ ଶେୟାର କରିଥିଲେ ସେ କିଛି ଦିନ ପରେ ସଙ୍ଗେ ସଙ୍ଗେ ଏହି ପୋସ୍ଟକୁ ଡିଲୀଟ କରିଦେଲେ ।