ପୁରୀ ଶ୍ରୀମନ୍ଦିରରେ ଜଣେ ଅଜଣା ବ୍ୟକ୍ତି ଜଗା ହୁଣ୍ଡିରେ ଦାନ କରିଛନ୍ତି ଏତେ ଲକ୍ଷ ଟଙ୍କା…. ଜାଣିଲେ ବିଶ୍ଵାସ ହେବନି

ନମସ୍କାର ବନ୍ଧୁଗଣ । ପୁରୀ ଶ୍ରୀମନ୍ଦିରରେ ଦାନକୁ ନେଇ ଚର୍ଚ୍ଚା କମ ହେବାର ନାଁ ଧରୁନି । ଗୋଟିଏ ଦିନରେ ପୁରୀ ଶ୍ରୀମନ୍ଦିର ହୁଣ୍ଡିରୁ ୨୮ ଲକ୍ଷ ଟଙ୍କା ମିଳିଛି । ଏଥିରେ ରହିଛି ୨୦୦୦ ଟଙ୍କିଆ ୫ଟି ବଣ୍ଡଲ, ୫୦୦ ଟଙ୍କିଆ ୯ଟି ବଣ୍ଡଲ । ତେବେ ଗୋଟିଏ ଦିନରୁ ହୁଣ୍ଡିରୁ ମିଳିଥିବା ୨୮ ଲକ୍ଷ ଟଙ୍କା ବିରଳ ରେକର୍ଡ ସୃଷ୍ଟି କରିଛି । ଏହା ସହ ଭକ୍ତ ମାନଙ୍କୁ ମଧ୍ୟ ପ୍ରଭାବିତ କରିଛି । ଦାନ ପାଇଁ ପ୍ରେରଣା ଦେଇଛି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିବା ଏହି ଭକ୍ତ ୨୦୦୦ ଟଙ୍କିଆ ୫ଟି ବଣ୍ଡଲର ଦାନ ଦେଇଥିଲେ । ଏହି ବଣ୍ଡଲରେ ୧୦ ଲକ୍ଷ ଟଙ୍କା ଦାନ ମିଳିଥିଲା ।

ସେହିପରି ୫୦୦ ଟଙ୍କିଆ ୯ଟି ବଣ୍ଡଲ ରହିଥିଲା ଯେଉଁଥିରେ ପ୍ରତି ବଣ୍ଡଲରେ ୫୦ହଜାର ଟଙ୍କା ରହିଥିଲା । ଯାହା ପାଇଁ ହାତ ଶ୍ରୀମନ୍ଦିର ହୁଣ୍ଡିର ଟଙ୍କା ରେ ବୃଦ୍ଧି ଆସିଥିଲା । ଦୈନିକ ଶ୍ରୀମନ୍ଦିରରୁ ଦାନ ୨ରୁ ୪ ଲକ୍ଷ ଟଙ୍କା ମିଳିଥାଏ । ତେବେ ଏତେ ମାତ୍ରାରେ ଟଙ୍କା କିଏ ଦେଇଛି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଭଳି ଦାନା କରିଥିବା ବ୍ୟକ୍ତିଙ୍କର ମହାପ୍ରଭୁଙ୍କ ପ୍ରତି ନିଆରା ଭକ୍ତି ରହିଛି ବୋଲି ସୂଚନା ମିଳୁଛି ।

ଏମିତି ବି ଚର୍ଚ୍ଚା ହେଉଛି କି କଳା ଟଙ୍କାକୁ ଧଳା କରିବା ପାଇଁ ଠାକୁରଙ୍କୁ ଦେଇଛନ୍ତି କି ଦାନ ଏହି ଅଜଣା ବ୍ୟକ୍ତି ଜଣକ ଯାହାକୁ ନେଇ ଖୁବ ଜୋରସୋର ରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏମିତି ବି ଚର୍ଚ୍ଚା ହେଉଛି କି ଭକ୍ତ ଜଣକ ଭକ୍ତି ଭାବାରେ ଏତେ ଟଙ୍କା ଦାନ କରିଛନ୍ତି । ତେବେ ଏପରି ପରିମାଣରେ ଟଙ୍କା ଆଗରୁ କେବେ ଦେଖିବାକୁ ମିଳି ନ ଥିଲା ବୋଲି ସୂଚନା ରହିଛି । ପୂର୍ବରୁ ୭ ଲକ୍ଷ ରୁ ୧୦ ଲକ୍ଷ ଟଙ୍କା ଯାଏଁ ଦାନ କରିବାର ଦେଖିବାକୁ ମିଳିଥିଲା । କିନ୍ତୁ ଏକା ଥରକେ ୨୮ ଲକ୍ଷ ଟଙ୍କା ଦାନ କରିବା କିଛି ଛୋଟ କଥା ନୁହେଁ ।

ମହାପରଭୁଙ୍କୁ ଦର୍ଶନ କରିବା ପାଇଁ ଓଡିଶା ସମେତ ଓଡିଶା ବାହାରୁ ମଧ୍ୟ ଭକ୍ତ ମାନଙ୍କର ଭିଡ ଯମୁଚି । ତେବେ ଏହି ଅଜଣା ବ୍ୟକ୍ତି ଜଣକ କିଏ ଯିଏ ଏତେ ମୋଟା ରକମର ଟଙ୍କା ଅନୁଦାନ କରିଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ତେବେ ଏଭଳି ମହାନ କାମ ପାଇଁ ଅନ୍ୟ ମାନେ ମଧ୍ୟ ପ୍ରେରିତ ହୋଇ ପାରନ୍ତି । ଏହି ୨୮ ଲକ୍ଷ ଟଙ୍କା ଯାହା ହୁଣ୍ଡିରୁ ଦାନରେ ମିଳିଛି ତାହା ଆଖି ଦୃଶିୟା ବୋଲି କୁହା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *