ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ସୁନାକୁ ନେଇ ଆସିଛି ନୂଆ ନିୟମ । ତେବେ ଏପ୍ରିଲ 1ରୁ ହଲମାର୍କ ସୁନା ବିକ୍ରି ବାଧ୍ୟତାମୂଳକ କରା ଯାଇଛି । ଏପରି ସ୍ଥିତିରେ ଆପଣ ମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଘରେ ଥିବା ପୁରୁଣା ସୁନା କଣ ହେବ । ଏହାକୁ ଦୋକାନରେ ବିକ୍ରି କିମ୍ବା ବଦଳ କରାଯାଇ ପାରିବ ନା ନାହିଁ । ନୂଆ ନିୟମ ଦ୍ଵାରା ଗ୍ରାହକଙ୍କର କଣ ଲାଭ ହେବ ? କାହିଁକି ଏଭଳି ନିୟମ କରୁଛନ୍ତି ସରକାର ।
ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ନିୟମ ବିଷୟରେ କିଛି ଜରୁରୀ କଥା କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ । ସୁନାକୁ ନେଇ ଆସିଲା ନୂଆ ନିୟମ ଯାହା ଏପ୍ରିଲ 1 ତାରିଖରୁ ଲାଗୁ ହେବାକୁ ଯାଉଛି । ଆଉ ହଲମାର୍କ ସୁନା ବିକ୍ରି ବାଧ୍ୟତାମୂଳକ ହେବ । ହଲମାର୍କ ହେଉଛି ଶୁଦ୍ଧତାର ଏକ ସାର୍ଟିଫିକେସନ ।
ଯେଉଁଥିରେ 6 ସଂଖ୍ୟା ବିଶିଷ୍ଟ ଏଚୟୁଆଇଡି ନମ୍ବର ରହିଥାଏ । ଫଳରେ ଗ୍ରାହକ ସୁନାର ଶୁଦ୍ଧତା ନେଇ ନିଶ୍ଚିନ୍ତ ରୁହେ । ହଲମାର୍କ ସୁନା ପୁନଃ ବିକିଲେ ଗ୍ରାହକ ଏହାର ଉଚିତ ମୂଲ୍ୟ ପାଇ ପାରିବେ । ଏପରି କି କିଣିଥିବା ସୁନାରେ ହେର ଫେର ହୋଇଥିଲେ କାର୍ଯ୍ୟନୁଷ୍ଠାନ ନେଇ ହେବ । ଯେତିକି ସୁନା କମିଥିବ ତାର ଦୁଇ ଗୁଣ କ୍ଷତି ପୂରଣ ବି ମିଳିପାରେ । ହଲମାର୍କ ଦ୍ଵାରା ସୁନାର ସଠିକ ତଥ୍ୟ ମିଳି ପାରିବ ।
2021 ଜୁନ 16 ପର୍ଯ୍ୟନ୍ତ ହଲମାର୍କିଙ୍ଗ ସ୍ଵେଛାଧୀନ ଥିଲା । ପର୍ଯ୍ୟାୟ କ୍ରମେ ଏହାକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନିଆଗଲା । ଏପ୍ରିଲ 1ରୁ ବିନା ହଲମାର୍କରେ ସୁନା ଗହଣା ବିକ୍ରି ମନା କରା ଯାଇଛି । ଏଠି ପ୍ରଶ୍ନ ଉଠୁଛି ଘରେ ଥିବା ପୁରୁଣା ସୁନାର କଣ ହେବ ଆଉ ଏହା ଆପଣଙ୍କ ମନରେ ଦ୍ଵନ୍ଦ ସୃଷ୍ଟି କରିଥିବ । ତେବେ ପୁରୁଣା ସୁନାର ହଲମାର୍କ କରେଇ ହେବ । ସୁନାର ଶୁଦ୍ଧତା ଯାଞ୍ଚ କରିବା ପରେ ହଲମାର୍କ ମିଳି ଥାଏ ।
ଆପଣ ମାନେ ବିଆଇଏସ ରେଜିଷ୍ଟ୍ରି ଜୁଏଲର ପାଖରୁ ହଲମାର୍କ ମିଳି ପାରିବେ । ସୁନାର ହଲମାର୍କ ପାଇଁ 35 ଟଙ୍କା ଚାର୍ଜ ପଡିବ । ଏସବୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି ଏପ୍ରିଲ 1 ତାରିଖ ଠାରୁ । ଯଦି ଆପଣଙ୍କ ପାଖରେ ପୁରୁଣା ସୁନା ଅଛି ଯେଉଁଥିରେ ହଲମାର୍କ ଚିହ୍ନ ନାହି ତା ହେଲେ ମଧ୍ୟ ବ୍ୟତି ବ୍ୟସ୍ତ ହୁଅନ୍ତୁ ନାହି । ନୂଆ ସୁନା ଯାହା ଆସୁଛି ସେଥିରୁ ନିଶ୍ଚୟ ଲାଭ ମିଳିବ କିନ୍ତୁ ପୁରୁଣା ସୁନା ନଷ୍ଟ ହେବ ନାହି । ତା ହେଲେ ବନ୍ଧୁଗଣ ଏହି ଖବର କୁ ନେଇ ଆପଣ ମାନଙ୍କର ମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।