ପୁରୁଷ ନିଜ ଅୟେଲି ସ୍କିନରେ କରନ୍ତୁ ଏହି ଉପାୟ, ଦେଖିବେ ଚମତ୍କାର

ଅୟେଲି ସ୍କିନ ବା ତେଲିଆ ତ୍ୱଚା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ, ବେଶିକରି ପୁରୁଷଙ୍କ ପାଇଁ । ଅୟେଲି ସ୍କିନ ପାଇଁ ଧୂଳି ମଇଳା ସବୁ ତ୍ୱଚାରେ ବସିଯାଏ ଓ ଚେହେରାର ଚମକ କମିଯାଏ । ଏଥିପାଇଁ ପୁରୁଷଙ୍କୁ ନିଜ ତ୍ୱଚାର ବିଶେଷ ଧ୍ୟାନ ରଖିବାକୁ ହୋଇଥାଏ । ଆଜି ଆସନ୍ତୁ ଜାଣିବା କି କି ଉପାୟ ପ୍ରୟୋଗ କରିବା ଦ୍ୱାରା ପୁରୁଷଙ୍କ ତେଲିଆ ତ୍ୱଚାକୁ ରକ୍ଷା କରିବ । ତେବେ ସ୍ତ୍ରୀ ହେଉ କିମ୍ବା ପୁରୁଷ ସମସ୍ତେ ଚାହନ୍ତି ସୁନ୍ଦର ଦେଖା ଯିବା ପାଇଁ କିନ୍ତୁ ଏହା ଆଜିକା ସମାଜରେ ସମ୍ଭବ ନୁହେଁ । ପ୍ରଦୂଷଣ ଯୁକ୍ତ ବାୟୁମଣ୍ଡଳ ପାଇଁ ଆମ ତ୍ଵଚା ସମ୍ପୁର୍ଣ୍ଣ ନଷ୍ଟ ହେବାରେ ଲାଗିଲାଣି । ତେବେ ଆସନ୍ତୁ ଆଜି କିଛି ଘରୋଇ ଉପଚାର ବିଷୟରେ ଜାଣିବା ।

ଉଚିତ ଫେସ ୱାସ ବ୍ୟବହାର କରନ୍ତୁ

Image Courtesy: Google

ନିଜ ଚେହେରାର ତ୍ୱଚାକୁ ଧ୍ୟାନରେ ରଖି ଫେସ ୱାସ ବ୍ୟବହାର କରନ୍ତୁ । ବଜାରରେ ବହୁତ ଫେସ ୱାସ ମିଳୁଛି ହେଲେ ସବୁ ଆପଣଙ୍କ ତ୍ବଚ଼ା ପାଇଁ ଉପକାରୀ ନୁହେଁ । ତେଣୁ ଚେହେରା ଧୋଇବା ପାଇଁ ଠିକ ଫେସ ୱାସ ବ୍ୟବହାର କରନ୍ତୁ ।

ତ୍ୱଚାକୁ ଗଭୀର ଭାବେ କରନ୍ତୁ ସଫା

Image Courtesy: Google

ସାବୁନ କି ଫେସ ୱାସ ବ୍ୟବହାରରେ ମୁହଁରୁ ମହିଳା ବାହାରିଥାଏ ହେଲେ କିନ୍ତୁ ଗଭୀର ଭାବେ ସଫା କରିବା ପାଇଁ ସ୍କର୍ବ ବ୍ୟବହାର କରନ୍ତୁ । ଏହାଦ୍ବାରା ମୁହଁରୁ ଅତିରିକ୍ତ ତେଲ ଓ କିଳା ବାହାରିଯାଏ ।

ଘରେ କରନ୍ତୁ ମୁହଁ ସଫା

Image Courtesy: Google

ମୁହଁ ସଫା କରିବା ପାଇଁ ଘରେଈ ଉପଚାର ମଧ୍ୟ ବ୍ୟବହାର କରି ପାରିବେ । ଦହିର ପ୍ରୟୋଗ ଦ୍ଵାରା ମୁହଁ ସଫା ହେବା ସହ ମୁହଁ ରେ ଚମକ ଆସେ । ଦହି କୁ ତୁଳା ସାହାଯ୍ୟରେ ମୁହଁ ରେ କିଛି ସମୟ ମସାଜ କରି କିଛି ସମୟ ପରେ ପାଣିରେ ଧୋଇ ଦିଅନ୍ତୁ । ଏ ଉପାୟ ସପ୍ତାହକୁ 3 ଥର କରନ୍ତୁ ।

ମଶ୍ଚରାଇଜର ପ୍ରୟୋଗ କରନ୍ତୁ

ବହୁତ ଲୋକଙ୍କୁ ଲାଗିଥାଏ ତାଙ୍କ ତ୍ବଚ଼ା ତେଲିଆ, ତେଣୁ ସେମାନଙ୍କୁ ମଶ୍ଚରାଇଜର କରିବା ଜରୁରୀ । ଅୟେଲ ଫ୍ରି ମଶ୍ଚରାଇଜର କରିବା ଦ୍ୱାରା ତ୍ବଚ଼ାରୁ ଅଧିକ ତେଲ ବାହାରିବା କମ ହୋଇଥାଏ ।

ଟୋନର ପ୍ରୟୋଗ କରନ୍ତୁ

ମୁହଁକୁ ଭଲରେ ଧୋଇବା ପରେ ଟୋନରର ବ୍ୟବହାର କରନ୍ତୁ । ଏହାର ପ୍ରୟୋଗ ଦ୍ଵାରା ତ୍ବଚ଼ାରୁ ମହିଳା ବାହାରିଯାଇ ମୁହଁକୁ ତାଜା ରଖିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *