Health tips; – ପୁରୁଷ ଶକ୍ତି କାହିଁକି ହ୍ରାସ ପାଉଛି ? Dr Kamadev Das

ବ୍ଯସ୍ତବହୁଳ ଜୀବନରେ ଚାପଗ୍ରସ୍ତ ହୋଇ ରହିବା ସ୍ଵାଭାବିକ କଥା ଅଟେ । ତେବେ ସେହି ବ୍ୟସ୍ତବହୁଳତା ମଧ୍ୟରେ ରହି ମଧ୍ୟ ନିଜ ଶରୀରକୁ ଅଣଦେଖା କରିବା ଉଚିତ ନୁହେଁ । ତେବେ ଯଦି ଏଠାରେ ପୁରୁଷଙ୍କ ବିଷୟରେ କହିବାକୁ ଯିବା । ଏବେ ପୁରୁଷ ଶକ୍ତି ହ୍ରାସ ପାଇବା ଆଜିକାଲି ପୁରୁଷଙ୍କ ଠାରେ ଦେଖାଯାଉଥିବା ଏକ ପ୍ରମୁଖ ସମସ୍ଯା ହୋଇଗଲାଣି । ତେବେ ଏହି ସମସ୍ଯା ଦେଖାଯିବାର କାରଣ କଣ ସବୁ ରହିଛି । ଏଥିସହ କିଭଳି ଭାବେ ଏଥିରୁ ମୁକ୍ତି ପାଇପାରିବେ ଏ ସମ୍ପର୍କରେ ଡାକ୍ତର କାମଦେବ ଦାସଙ୍କ ମୁହଁରୁ ଜାଣନ୍ତୁ ।

ତେବେ ଡାକ୍ତରଙ୍କ କହିବା ଅନୁସାରେ ସେକ୍ସ ପାୱାରକୁ ବ୍ରେନରେ ରହିଥିବା 2 ଟି ନର୍ଭସ ସିଷ୍ଟମ କଣ୍ଟ୍ରୋଲ କରିଥାଏ । ଗୋଟିଏ ହେଉଛି ସିମ୍ଫାଥିଟିକ ନର୍ଭ ଓ ଅନ୍ୟଟି ହେଉଛି ପାରା ସିମ୍ଫାଥିଟିକ ନର୍ଭ । ପେନିସ ଠିକ ସମୟରେ ଇରପେକସନ ହେବା ସିମ୍ଫାଥିଟିକର ଦାୟିତ୍ଵ ହୋଇଥାଏ । ହେଲେ ଶୀଘ୍ର ପତନ ପାଇଁ ପାରା ସିମ୍ଫାଥିଟିକ ଦାୟୀ ରହିଥାଏ । ତେବେ ଦିନକୁ ଦିନ ପୁରୁଷଙ୍କର ପୁରୁଷ ଶକ୍ତି କମିବାରେ ଲାଗୁଛି । ତେବେ ଏହାର କିଛି ପ୍ରମୁଖ କାରଣ ଗୁଡିକ ହେଉଛି ।

ହାର୍ଟ, ଡାଇବେଟିସ, କିଡନୀ, ଲିଭର ଏହି ପ୍ରକାର ସବୁ ପ୍ରୋବ୍ଲେମ ଯଦି ରହିଥାଏ । ତେବେ ସେହି କ୍ଷେତ୍ରରେ ପୁରୁଷଙ୍କ ଠାରେ ପୁରୁଷ ଶକ୍ତି କମିଯାଇଥାଏ । ଅବିବାହିତ ସମୟରେ ଯଦି ଅଧିକ ଧାତୁ କ୍ଷୟ ହୋଇଥାଏ ତେବେ ମଧ୍ୟ ପୁରୁଷ ଶକ୍ତି ସମୟ କ୍ରମେ ବହୁତ ଶୀଘ୍ର ହ୍ରାସ ପାଇଥାଏ । ଅତ୍ୟଧିକ ମଦ୍ୟପାନ ଓ ନିଶାସେବନ କରୁଥିବା ପୁଅ ମାନଙ୍କର ମଧ୍ୟ ପୁରୁଷ ଶକ୍ତି ବା ସେକ୍ଷୁଆଲ ପାୱାର ବହୁତ ଶୀଘ୍ର କମିଯାଇଥାଏ । ଯେଉଁ ବ୍ୟକ୍ତିର ରାତିରେ ଠିକ ଭାବେ ନିଦ ହେଉନଥିବ । ସେମାନଙ୍କର ସେକ୍ଷୁଆଲ ପାୱାର ହ୍ରାସ ପାଇଥାଏ ।

ତେବେ ଏହି ସବୁ କାରଣ ଯୋଗୁ ପୁରୁଷଙ୍କର ପୁରୁଷ ଶକ୍ତି ହ୍ରାସ ପାଇଥାଏ । ତେବେ ଏହି ସମସ୍ଯାର ସମାଧାନ କିଭଳି ଭାବେ କରିହେବ ସେ ସମ୍ପର୍କରେ ଜାଣନ୍ତୁ । ଆୟୁର୍ଭେଦରେ ଏଥିପାଇଁ ଅନେକ ଔଷଧ ରହିଅଛି । ଅଶ୍ଵଗନ୍ଧା, ଶତାବରୀ, ଗୋଖରା, ଭୁଇଁ କଖାରୁ ଆଦି ଅନେକ ପ୍ରକାର ଏହି ସମସ୍ଯା ପାଇଁ ଔଷଧ ରହିଅଛି ।

ତେବେ ଏଥିମଧ୍ୟରୁ କୌଣସି କୁ ଯଦି ଆଣି ତାହାକୁ ଚୂର୍ଣ୍ଣ କରି ବା ଘିଅରେ ଭାଜିକି ଖାଇବ । ଏହାକୁ ସକାଳେ ଓ ସନ୍ଧ୍ଯା ସମୟରେ କ୍ଷୀରରେ ମିଶାଇ ସେବନ କରିପାରିବେ । ଏହା ସହିତ ଧାତୁ ପୌଷ୍ଟିକ ଚୂର୍ଣ୍ଣ, ଶତାବରୀ, ମୋଦକ, ଅଶ୍ଵଗନ୍ଧା ଏହି 4 ଟି ଗୁଣ୍ଡ କରି କ୍ଷୀରରେ ସେବନ କରିଲେ ।

ପୁରୁଷ ମାନଙ୍କର ଏହି ସମସ୍ଯା ବହୁତ ଶୀଘ୍ର ଦୂର ହୋଇଥାଏ । ଆଶା କରୁଛୁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *