ରାଷ୍ଟ୍ରପତି ପ୍ରାର୍ଥୀନୀ Draupadi Murmu ଙ୍କ ଜୀବନର 3 ଝଡ, ଜାଣନ୍ତୁ Draupadi Murmu ଙ୍କ ଜୀବନର ଦୁଃଖ କାହାଣୀ…

NDA ର ଘୋଷଣା ସାମନା କୁ ଆସିବା ପରେ ଅନେକ କିଛି ବଦଳି ଯାଇଛି ଦ୍ରୋପଦି ମୁର୍ମୁ ଙ୍କ ଜୀବନରେ । ଦ୍ରୋପଦି ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ବଛା ହୋଇଛନ୍ତି ଏକ ପାର୍ଥି ଭାବେ । ଏହି ଖବର ସେ ନିଜେ ଟିଭି ରୁ ଶୁଣିବା ପାଇଁ ପାଇଥିଲେ ବୋଲି କହିଛନ୍ତି । ଏହି ଖବର ତାଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ଥିଲା । ସଫଳ ବ୍ୟକ୍ତିର ଜୀବନ ରେ ନିଶ୍ଚିତ ଭାବେ ବାଧା ଥାଏ ତାହା ପାରିବାରିକ ଝଡ଼ ପାଇଁ ହେଉ କିମ୍ବା ସମାଜ ଦେଇଥିବା ନିନ୍ଦା ଓ ଅପବାଦ ହେଉ ।

ଏହାକୁ ନିଜ ଲକ୍ଷ୍ୟ ର ବାଧା ଭାବେ ଗ୍ରହଣ ନ କରି ଯେଉଁ ବ୍ୟକ୍ତି ଆଗକୁ ଯାଇ ଥାନ୍ତି ସେହି ଭଳି ବ୍ୟକ୍ତି ମାନେ ହିଁ ସଫଳ ହୋଇ ଥାନ୍ତି ଏହାର ଉଦାହରଣ ଦ୍ରୋପଦି ମୁର୍ମୁ । ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଥିବା ଦ୍ରୋପଦି ମୁର୍ମୁ ମୟୁରଭଞ୍ଜ ଜିଲ୍ଲାର ବାସିନ୍ଦା ଅଟନ୍ତି ।

ସେ ଭୁବନେଶ୍ୱର ରମାଦେବୀ ମହାବିଦ୍ୟାଳୟ ରୁ ସ୍ନାତକ ପାଇ ଥିଲେ । ପ୍ରଥମ ପର୍ଯ୍ୟୟ ରେ ଏକ ଶିକ୍ଷିକା ଭାବେ ସେ ନିଜ ପେଶା ଆରମ୍ଭ କରିଥିଲେ । ପରେ 1997 ରେ ବଜେପି ରେ ସଦସ୍ୟ ହୋଇ ଥିଲେ । ସେ ଓଡ଼ିଶାର ମନ୍ତ୍ରୀ ଭାବେ ମଧ୍ୟ କାମ କରି ସାରିଛନ୍ତି ଏହା ସହ ଦୁଇଥର ସେ MLA ପଦରେ ମଧ୍ୟ ରହିଥିଲେ ।

ନିଜ ଭଲ ସମାଜ ସେବା ପାଇଁ ସେ ଅନେକ ବାର ପୁରସ୍କୃତ ମଧ୍ୟ ହୋଇଛନ୍ତି । ଛତିଶଗଡ଼ ର ସେ ରାଜ୍ୟପାଳ ମଧ୍ୟ ରହି ସାରିଛନ୍ତି । ମାତ୍ର ଏବେ ଯେଉଁ ଖୁଶି ମିଳିଛି ତାକୁ ସେ ନିଜ ସ୍ୱାମୀ କିମ୍ବା ଦୁଇ ପୁଅଙ୍କ ସହ ବାଣ୍ଟିବା କୁ ଅସମର୍ଥ ଅଟନ୍ତି ।

ଏହି ଦିନ ଦେଖିବା ପାଇଁ ତାଙ୍କ ପାଖରେ ସ୍ୱାମୀ କି ଦୁଇ ସନ୍ତାନ ନାହାନ୍ତି କିନ୍ତୁ ପରଲୋକରେ ରହି ସେମାନେ ମଧ୍ୟ ଖୁସି ଅନୁଭବ କରୁଥିବେ । ବ୍ୟଙ୍କ ମ୍ୟାନେଜର ଶ୍ୟାମ ଚରଣ ମୁର୍ମୁଙ୍କୁ ଦ୍ରୋପଦି ମୁର୍ମୁ ବିବାହ କରିଥିଲେ । କିନ୍ତୁ ଅଧା ବାଟରେ ସେ ହାତ ଛାଡି ଚାଲି ଯାଇଥିଲେ ଏହା ପରେ ଦୁଇ ସନ୍ତାନ ଙ୍କ ଦେହାନ୍ତ ମଧ୍ୟ ହୋଇଥିଲା ।

ଏବେ ତାଙ୍କ ପାଖରେ କେବଳ ତାଙ୍କର କନ୍ୟା ଇତିଶ୍ରୀ ମୁର୍ମୁ ଅଛନ୍ତି ଓ ସେ ରଗ ବି ଖେଳାଳି ଗଣେଶ ହେମରମ ଙ୍କୁ ଵିବାହ କରିଛନ୍ତି । କେବଳ ସେ ହିଁ ଏବେ ନିଜ ମା ଙ୍କ ପାଖରେ ଅଛନ୍ତି । ଦ୍ରୋପଦି ମୁର୍ମୁ କହିଛନ୍ତି କି ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ଅଟେ ।

ଯଦି ସେ ରାଷ୍ଟ୍ରପତି ହେଲେ ତେବେ ସେ ନିଶ୍ଚିତ ଭାବେ ଭାରତୀୟ ସମ୍ବିଧାନର ସମ୍ମାନ ବଜାୟ ରଖିବେ । ଦ୍ରୋପଦି ମୁର୍ମୁ ହେଉଛନ୍ତି ଏକ ଆଦିବାସି ମହିଳା ଯିଏ କି ଏହା ପ୍ରମାଣିତ କରିଛନ୍ତି କି ଭାରତୀୟ ମାନେ କେଉଁ ଜାତି, ଧର୍ମ, ବର୍ଗ ରୁ ଆସିଛନ୍ତି ତାହା ମାନେ ରଖି ନଥାଏ । ଆମ ଲକ୍ଷ୍ୟ ସ୍ପଷ୍ଟ ହେବା ନିହାତି ଜରୁରୀ ।

Leave a Reply

Your email address will not be published. Required fields are marked *