‘ରାମାୟଣ’ ର କୈକେୟି ଆଜି କାଟୁଛନ୍ତି ଏମିତି ଜୀବନ, ହିନ୍ଦୀ ଏବଂ ଭୋଜପୁରୀ ଚଳଚିତ୍ରରେ ବନାଇ ଥିଲେ ନିଜର ଅଲଗା ପରିଚୟ

ନିଜର ଅଭିନୟରେ ଲୋକମାନଙ୍କ ମନରେ କିଛି ଚିହ୍ନ ଛାଡିଯିବା ଏହି କଥା ତାଙ୍କ ଠାରୁ ଶିଖିବାର ଅଛି । ୯୦ ଦଶନ୍ଧିରେ ଦୂରଦର୍ଶନ ରେ ପ୍ରସାରିତ ହେଉଥିବା ସିରିଏଲ ରାମାୟଣ ଆପଣଙ୍କର ମନେ ଥିବ । ରାମାୟଣ ରେ ସବୁ ଚରିତ୍ର ନିଜର ଅଭିନୟ କୁ ବହୁତ ଭଲଭାବରେ ନିଭାଇଥିଲେ ,କିନ୍ତୁ ଏଥିରେ ବି ଏକ ଏମିତି ଚରିତ୍ର ଥିଲା , ଯାହାର ଫଟୋ ଦେଖିଲା ପରେ ବି ଲୋକମାନେ ତାଙ୍କୁ ତାଙ୍କ ନାମରେ ନୁହେଁ ବରଂ ଚରିତ୍ରର ନାମରେ ହିଁ ଡାକିଥାନ୍ତି ।

ଆମେ କଥା ହେଉଛେ ରାମାୟଣ ର କୈକେୟି ଙ୍କ ବିଷୟରେ ।

ସେ ଏହି ଚରିତ୍ରକୁ ବହୁତ ଭଲ ଭାବରେ ନିଭାଇଥିଲେ ଏହାର ଅନ୍ଦାଜା ଏହି କଥାରୁ ଲଗାଯାଇପାରିବା କି ଲୋକମାନେ ତାଙ୍କୁ ଅସଲ ଜୀବନରେ ବି କୈକେୟି ନାମରେ ଜାଣିଛନ୍ତି । ତାଙ୍କର ପ୍ରକୃତ ନାମ ପଦ୍ମା ଖନ୍ନା ଅଟେ ।

ସେ ନିଜର ଅଭିନୟ କ୍ଯାରିୟର ର ଆରମ୍ଭ ୧୨ବର୍ଷ ବୟସରେ ହିଁ କରିଥିଲେ ,କିନ୍ତୁ ତାଙ୍କ କ୍ଯାରିୟର ରେ ସବୁଠାରୁ ବଡ ବ୍ରେକ କିଛି ବର୍ଷ ପରେ ୧୯୭୦ରେ ମିଳିଲା । ସେ ବର୍ଷ ତାଙ୍କୁ ଫିଲ୍ମ ‘ଯାନି ମେରା ନାମ’ରେ ଏକ ଡ୍ୟାନ୍ସ ନମ୍ବର କରିବାର ସୁଯୋଗ ମିଳିଲା । ଏହା ପରେ ସେ ଅଲଗା ଅଲଗା ଭାଷାରେ ପାଖାପାଖି ୪୦୦ ଫିଲ୍ମରେ କାମ କଲେ ,କିନ୍ତୁ ବହୁତ ଫିଲ୍ମରେ ତାଙ୍କୁ ଡ୍ୟାନ୍ସର ରୋଲ ମିଳିଛି । ୧୯୭୩ରେ ଆସିଥିବା ଫିଲ୍ମ ସୌଦାଗର ର ଏକ ଗୀତ ‘ସଜନା ହେ ମୁଝେ ସଜନା କେଲିୟେ’ ତାଙ୍କୁ ଲୋକମାନଙ୍କ ଭିତରେ ଆହୁରି ବି ପାପୁଲାର କରିଦେଲା ,ଯାହାକୁ ଲୋକମାନେ ଆଜି ବି ମନେପକାଉଛନ୍ତି ।

ପଦ୍ମା ୧୦ମାର୍ଚ ୧୯୪୯ ମସିହାରେ ବନାରସ ରେ ଜନ୍ମ ହୋଇଥିଲେ । ସେ ୭ବର୍ଷ ବୟସରେ ଗୁରୁ ବିରଜୁ ମହାରାଜ ଙ୍କ କାଥନର ଟ୍ରେନିଂ ନେବା ଆରମ୍ଭ କରିଦେଲେ । ସେ ୧୨ବର୍ଷ ର ଥିଲେ ,ଯେତବେଳେ ଭୋଜପୁରୀ ଫିଲ୍ମ ‘ଭେୟା’ ରେ ପ୍ରଥମ ରୋଲ ମିଳିଲା । ୭୦ ଏବଂ ୮୦ ଦଶକ ରେ ସେ ବହୁତ କଳାକାରୀ ଦେଖାଇଲେ । କେବଳ ହିନ୍ଦୀ ନୁହେଁ ପଦ୍ମା ଭୋଜପୁରୀ ଫିଲ୍ମରେ ବି କାମ କରିଛନ୍ତି ଏବଂ ପାପୁଲାର ବି ହୋଇଛନ୍ତି ।

ପଦ୍ମା ଙ୍କର ସଂଯୋଗ ମିନାକୁମାରୀ ଙ୍କ ସହିତ ବି ଅଛି ,କିନ୍ତୁ ଏହି କଥା ବହୁତ କମ ଲୋକଙ୍କୁ ଜଣା ଅଛି । ଯେତବେଳେ ମିନାଙ୍କ ସ୍ଵାମୀ ଅମରୋହୀ ନିଜର ଫିଲ୍ମ ବନାଉଥିଲେ ,ମିନାକୁମାରୀ ଫିଲ୍ମ ସୁଟିଙ୍ଗ ସମୟରେ ବହୁତ ବେମାରରେ ପଡିଗଲେ । ହାଲତ ଏମିତି ହୋଇଗଲା ଯେ ସେ ବହୁତ ଜରୁରୀ ସୁଟିଙ୍ଗରେ ପହଞ୍ଚି ପାରିଲେ ନାହିଁ । ଏଥିରେ ମିନାକୁମାରୀଙ୍କ ଜାଗାରେ ପଦ୍ମାଙ୍କୁ ବାଡି ଡବଲ ପାଇଁ ବ୍ୟବହାର କରାଗଲା । କ୍ୟାମେରାର ଆଙ୍ଗେଲ କୁ ବଦଲା ଗଲା ।

୯୦ ଦଶକରେ ସେ ଫିଲ୍ମ ନିର୍ଦେଶକ ଜଗଦିଶ ଏଲ ସିନାଡା ଙ୍କ ସହିତ ବିବାହ କଲେ । ବିବାହ ପରେ ପଦ୍ମା ଫିଲ୍ମ ଠାରୁ ଦୂରେଇ ଗଲେ ତାହା ପରେ ତାଙ୍କୁ ପ୍ରାୟ ଲୋକମାନେ ଭୁଲିଗଲେ । ବିବାହ ପରେ ସେ ଆମେରିକାରେ ଏକ ଡ୍ୟାନ୍ସ ଏକାଡିମୀ ଖୋଲିଲେ ଏବଂ ସେଠାରେ ସେ ସବୁ ବୟସର ଲୋକମାନଙ୍କୁ ନାଚ ଶିଖାଉଛନ୍ତି । ତାଙ୍କର ଦୁଇଟି ପିଲା ଅଛନ୍ତି ଗୋଟେ ପୁଅ ଏବଂ ଗୋଟେ ଝିଅ ।

Leave a Reply

Your email address will not be published. Required fields are marked *