ଯେଉଁ ସ୍ତ୍ରୀ ରବିବାର ଦିନ ଏହି ଫଳର ଦାନ କରନ୍ତି ତା ଘର ଧନ ଦୌଲତରେ ଭରି ରୁହେ- Vastu Tips

ବନ୍ଧୁଗଣ, ସୂର୍ଯ୍ୟମାଳା ରେ ସ୍ଥିତ ସମସ୍ତ ନବଗ୍ରହ ମାନଙ୍କର ଆମ ଜୀବନରେ ଗଭୀର ପ୍ରଭାବ ପଡିଥାଏ । ଆମ୍ଭେ ପ୍ରତିଦିନ ଯେଉଁ କର୍ମ କରିଥାଉ ତାହାର ପ୍ରଭାବ ଆମ ଭାଗ୍ୟ ଉପରେ ପଡିଥାଏ । ଏବଂ ଆମ୍ଭେ ଆମ୍ଭର ସମସ୍ତ କାର୍ଯ୍ୟ ଏହି ନବଗ୍ରହ ଆଧିନରୁ ହିଁ କରିଥାଉ । ବନ୍ଧୁଗଣ ଆମ୍ଭର ଭାଗ୍ୟ ଏହି ନବଗ୍ରହ ସହିତ ଜଡିତ ହୋଇ ରହିଥାଏ । ଆମ୍ଭର ସୂର୍ଯ୍ୟମାଳା ରେ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହଷ୍ପତ୍ତି, ଶୁକ୍ର, ଶନି, ରାହୁ, ଏବଂ କେତୁ ଏହି ନବଗ୍ରହ ଅବସ୍ଥିତ ଅଟନ୍ତି । ବନ୍ଧୁଗଣ ଆମ୍ଭ କୁଣ୍ଡଳୀ ରେ ଏହିସବୁ ନବଗ୍ରହ ମଧ୍ୟରୁ କୌଣସି ନା କୌଣସି ଗ୍ରହର ଶୁଭ ତଥା ଅଶୁଭ ପ୍ରଭାବ ଆମ୍ଭ ଉପରେ ନିଶ୍ଚିତ ପଡିଥାଏ ।

ଏହା ଆମ୍ଭକୁ ଭଲ ତଥା ଖରାପ କର୍ମ କରିବା ନିମନ୍ତେ ବାଧ୍ୟ କରିଥାନ୍ତି । ଜ୍ଯୋତିଷ ଶାସ୍ତ୍ର ରେ ଏହି ସବୁ ଗ୍ରହ ମାନଙ୍କ ମଧ୍ୟରୁ ସୂର୍ଯ୍ୟ କୁ ସର୍ବଶ୍ରେଷ୍ଠ ଗ୍ରହ ବୋଲି ମାନଯାଇଅଛି । ବନ୍ଧୁଗଣ କିଛି ଉପାୟ ରହିଅଛି ଯାହାକୁ ପାଳନ କରିବା ଦ୍ଵାରା ଆମ୍ଭର ସମସ୍ତ ଦୁଖ କଷ୍ଟ ଦୂର ହୋଇଥାଏ । ଆସନ୍ତୁ ଜାଣିବା ତେବେ ସେହି ଉପାୟ ଗୁଡିକ କଣ ଅଟେ ?

୧- ବନ୍ଧୁଗଣ ସୂର୍ଯ୍ୟ ଦେବତା ଙ୍କ ନିତ୍ୟ ଉପାସନ ଜରୁରୀ ହୋଇଥାଏ । ସରକାରୀ ଚାକିରି ରେ ଉଚ୍ଚପଦ ପ୍ରାପ୍ତ କରିବା ପାଇଁ ପରିଶ୍ରମ କରୁଛନ୍ତି ତେବେ, ଆପଣଙ୍କୁ ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବାକୁ ହେବ। କାରଣ ସୂର୍ଯ୍ୟ ଦେବତା ପ୍ରଗତି ତଥା ନେତୃତ୍ଵ ର କାରକ ହୋଇଥାନ୍ତି । ଯେବେ ପ୍ରଗତି ହୋଇଥାଏ ସେବେ ଉଚ୍ଚପଦ ମିଳିଥାଏ । ସେଥିପାଇଁ ଯଦି କାରିୟର ତଥା ଚାକିରିରେ ଉନ୍ନତି ଚାହିଁଥାନ୍ତି ତେବେ ସୂର୍ଯ୍ୟ ଦେବତାଙ୍କ ଉପାସନା କରନ୍ତୁ।

୨- ପ୍ରତିଦିନ ସୂର୍ଯ୍ୟ ଉଦୟ ସମୟରେ ତମ୍ବା ନୋଟା ରେ ଜଳରେ ଆର୍ଘ୍ୟ ଅବଶ୍ୟ ଦିଅନ୍ତୁ । ସୂର୍ଯ୍ୟ ଉଦୟ ସମୟରେ ସୂର୍ଯ୍ୟଙ୍କ ଠାରୁ ବାହାରୁ ଥିବା ସକାରାତ୍ମକ ଊର୍ଜା ମାଧ୍ୟମରେ ଆମ୍ଭ ଜୀବନରେ ନାନା ପ୍ରକାର ର ପରିବର୍ତ୍ତନ ହୋଇଥାଏ । ବନ୍ଧୁଗଣ ୧୨ ମାସର ପ୍ରତ୍ୟକ ରବିବାର ଦିନ ସୂର୍ଯ୍ୟ ଦେବତାଙ୍କ ବ୍ରତ ରଖନ୍ତୁ । ଏହି ଦିନ ବିନା ଲୁଣ ଯୁକ୍ତ ଖାଦ୍ଯ ତଥା ଫଳ ଆହାର କରନ୍ତୁ । ସଂପୂର୍ଣ୍ଣ ମନଦେଇ ଏହି ବ୍ରତ କରିଲେ, ସୂର୍ଯ୍ୟ ଦେବତା ଆପଣଙ୍କ ମନୋସ୍କାମନା ନିଶ୍ଚିତ ପୂର୍ଣ୍ଣ କରିବେ ।

୩- ବନ୍ଧୁଗଣ ଆମ୍ଭର ଉତ୍ତମ ସ୍ୱାସ୍ଥ୍ୟ ଆମ୍ଭର ସବୁଠାରୁ ବଡ ପୁଞ୍ଜି ହୋଇଥାଏ । ତାହା ମାନସିକ ସ୍ୱାସ୍ଥ୍ୟ ହେଉ କିଅବା ଶାରୀରିକ । ସୂର୍ଯ୍ୟ ଦେବତା ଆମ୍ଭର ଉତ୍ତମ ସ୍ୱାସ୍ଥ୍ୟ ର ମଧ୍ୟ କାରକ ହୋଇଥାନ୍ତି । ଉତ୍ତମ ସ୍ୱାସ୍ଥ୍ୟ ଏବଂ ନିରୋଗୀକାୟା ନିମନ୍ତେ ପ୍ରତ୍ୟକ ରବିବାର ଦିନ ସୂର୍ଯ୍ୟ ଦେବତା ଙ୍କୁ ଜଳ ଅର୍ପଣ କରିଲା ସମୟରେ ଜଳରେ କିଛି ହଳଦୀ ଖଣ୍ଡକୁ ମିଶାଇ ଦିଅନ୍ତୁ । ଏହାପରେ ସେହି ହଳଦୀ ଖଣ୍ଡ କୁ ଗୋଟିଏ ଲାଲୀ ସୂତାରେ ନିଜ ଶରୀରର ଯେ କୌଣସି ଅଙ୍ଗରେ ବାନ୍ଧି ଦିଅନ୍ତୁ ।

୪- ରବିବାର ଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରୁଥିବା ସମୟରେ କିଛି ଶୁଦ୍ଧ କର୍ପୁର କୁ ଲାଲୀ ଅଥବା ହଳଦିଆ କପଡା ରେ ବାନ୍ଧି ସେହି କପଡା କୁ ନିଜ ଆଲମାରୀ, ତିଜୋରି ଅଥବା ବ୍ୟବସାୟ ସ୍ଥାନ ପାଖରେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କ ଧନ-ସମ୍ପତ୍ତି ୨ ଗୁଣ ହୋଇଯିବ ।

୫- ଏହିଦିନ ଫଳ ଦାନ କରିବା ଦ୍ଵାରା ବହୁତ ଶୁଭ ଫଳ ମିଳିଥାଏ, ବନ୍ଧୁଗଣ ଯଦି ଏହିଦିନ ସମ୍ଭବ ତେବେ କଦଳୀ ଦାନ କରନ୍ତୁ । ଏହି ଦିନ ଗୋମାତା ଙ୍କୁ କଦଳୀ ଅବଶ୍ୟ ଖୁଆନ୍ତୁ । ଏପରି କରିବା ଦ୍ଵାରା ସୂର୍ଯ୍ୟ ଦେବ ଏବଂ ମାତା କାମଧେନୁ ଙ୍କ କୃପା ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଏହି ବିବରଣୀ ଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *