ରବି(Sun) ଚଳିଲେ ସିଂହ(Leo) ରାଶିକୁ, ଆଜି ସିଂହ ସଙ୍କ୍ରାନ୍ତିରେ ବନୁଛି 4ଟି ମହାସଂଯୋଗ, ଏହି 6ଟି ରାଶି ରୁହନ୍ତୁ ସାବଧାନ!

ବନ୍ଧୁଗଣ ଆଜି ହେଉଛି ସିଂହ ସଙ୍କ୍ରାନ୍ତି । ଆଜି ଠାରୁ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି । ସୂର୍ଯ୍ୟଦେବ ଏକ ବର୍ଷ ପରେ ସିଂହ ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ଯୋତିଷ ଅନୁଯାୟୀ ସୂର୍ଯ୍ୟଙ୍କୁ ପରାକ୍ରମର କାରକ ଭାବେ ବିଚାର କରାଯାଇଥାଏ । କ୍ୟାରିୟରରେ ଉନ୍ନତି ସୂର୍ଯ୍ୟଙ୍କୁ ବିଚାର କରା ଯାଇଥାଏ । ଆଜି ଠାରୁ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ କାରଣରୁ ମହା ପରିବର୍ତ୍ତନ ହେବାକୁ ଯାଉଛି ବା ମହତ୍ଵପୂର୍ଣ୍ଣ ଯୋଗ ବନିବାକୁ ଯାଉଛି । ଆଜି ଆମେ ଆପଣଙ୍କୁ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ କାରଣରୁ କେଉଁ ରାଶି ରହିବେ ସାବଧାନ ସେହି ବିଷୟରେ କହିବାକୁ ଯାଉଛୁ ।

ମେଷ ରାଶି : ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ କାରଣରୁ ବୁଦ୍ଧାଆଦିତ୍ୟ ଯୋଗ ବନୁଅଛି । କିନ୍ତୁ ଏହା ତ ପ୍ରାୟତ ବନିଥାଏ । ଆପଣଙ୍କ ପାଇଁ ସମ୍ପତି ମାମଲାରେ ସମୟ ଶୁଭ ଅଟେ । ଜାଗାବାଡି କ୍ଷେତ୍ରରେ ଆପଣଙ୍କୁ ଅଧିକ ଲାଭ ମିଳିବ । ଧନ ଜନିତ ସମସ୍ଯା ଦୂର ହେବ । କିନ୍ତୁ ଧ୍ୟାନ ରଖିବେ ଆପଣଙ୍କର ନେତ୍ର ଜନିତ ସମସ୍ଯା, ଜ୍ଵର, ଜଣ୍ଡିସ, ସ୍ୱାସ୍ଥ୍ୟ ଦୁର୍ବଳ ଏପରି କିଛି ସ୍ୱାସ୍ଥ୍ୟ ଜନିତ ସମସ୍ଯା ରହିପାରେ ।

ମିଥୁନ ରାଶି : ଆପଣଙ୍କ ପାଇଁ ଖୁସି ପୂର୍ଣ୍ଣ ସମୟ ରହିବ । ଏହାର ପ୍ରଭାବରେ କାମ କାର୍ଯ୍ୟ ରେ ଉନ୍ନତି ହେବ । ପ୍ରତେକ କାର୍ଯ୍ୟ ରେ ଆପଣ ସଫଳ ହେବେ । ଅଧିକାରୀଙ୍କ ଦ୍ଵାରା କୌଣସି ନା କୌଣସି ପଦ ଓ ଧନ ର ଲାଭ ପାଇବେ । ମାନ ସମାନ ବଢିବ । ଆଗକୁ ୧ମାସ ଯାଏଁ ଆପଣଙ୍କ ପାଇଁ ବହୁତ ଲାଭକାରି ରହିବାର ଅଛି । କିନ୍ତୁ ସତର୍କତା ଅବଲମ୍ବନ ନ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ସିଂହ ରାଶି : ସୂର୍ଯ୍ୟଦେବ ୧ ବର୍ଷ ପରେ ସିଂହ ରାଶିକୁ ଆସୁଛନ୍ତି । ମାତା ପିତାଙ୍କୁ ଧନ ଲାଭ ହେବା ସହ ମାନ ସମ୍ମାନରେ ବୃଦ୍ଧି ହେବ । ପଦ ପ୍ରତିଷ୍ଠାରେ ବୃଦ୍ଧି ହେବ । ଜାଗାବାଡି କ୍ଷେତ୍ରରେ ଆପଣଙ୍କୁ କ୍ଷତି ହୋଇପାରେ, ସତର୍କ ରହିବେ । ଧନ ଜନିତ ସମସ୍ୟା ଦୂର ହେବ । ଆଗକୁ ଆସୁଥିବା ୧ ମାସ ସମୟ ଆପଣଙ୍କ ପାଇଁ ଭଲ ରହିବାର ଅଛି ।

କନ୍ୟା ରାଶି : ଆପଣଙ୍କର ଅଟକି ରହିଥିବା ଧନ ଫେରି ଆସିବ । ପଦ ପ୍ରତିଷ୍ଠା ପ୍ରାପ୍ତ ହେବ । ଜୀବନରେ ସୁଖ ସୁବିଧା ପ୍ରାପ୍ତ ହେବ । ଦାଂପତ୍ଯ ଜୀବନ ସୁଖପୂର୍ଣ୍ଣ ରହିବ । ନୂଆ ମିତ୍ର ସ୍ଥାପନ କରିବେ ଯାହାଙ୍କ ଠାରୁ କ୍ଷତି ସହିବାକୁ ପଡିବ, ସେଥିପ୍ରତି ଧ୍ୟାନ ଦେବେ । କିନ୍ତୁ କଳା ଜନିତ ସମସ୍ଯା ଦେଖାଯାଇପାରେ ।

ବିଛା ରାଶି : ଯାନବାହନକୁ ନେଇ ଖର୍ଚ୍ଚ ହୋଇପାରେ ଯାହା ଆପଣଙ୍କ ଚିନ୍ତାର ବିଷୟ ହୋଇପାରେ । କିନ୍ତୁ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ କ୍ୟାରୀୟରରେ ଉନ୍ନତି ଆଣିବ । ସାଙ୍ଗ ସାଥିଙ୍କ ମାହୋଲରେ ଆପଣ ଅଧିକ ସମୟ ବ୍ଯତୀତ କରିବେ ।

କୁମ୍ଭ ରାଶି : ଯେଉଁ ମାନେ ଅବିବାହିତ ଅଛନ୍ତି ସେମାନଙ୍କୁ ଜୀବନ ସାଥି ମିଳିପାରେ । କୌଣସି କ୍ଷେତ୍ରରୁ ଧନ ଲାଭ ହେବ । ପ୍ରତେକଟି କ୍ଷେତ୍ରରେ ସଫଳ ହେବେ । ଲଭ ଲାଇଫ ରେ ଆସନ୍ତା ୧ ମାସ ଯାଏଁ ଭଲ ସମୟ ରହିବାର ଅଛି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *