କରୋନା ସମୟରେ ପ୍ରାୟତଃ ସବୁ ଜିନିଷର ଦାମ ଆକାଶ ଛୁଆଁ ହୋଇ ଯାଇ ଥିଲା । କିନ୍ତୁ ସ୍ଥିତିରେ ସୁଧାର ଆସିବା ସହ ସବୁ ଜିନିଷର ମୂଲ୍ୟ ବି ସାମାନ୍ୟ କମ ହେବାରେ ଲାଗିଛି । ଯିଏ ବି ଘର ତିଆରି କରିବାକୁ ଚାହୁଁଛନ୍ତି କିମ୍ବା କରୁଛନ୍ତି ସେମାନଙ୍କ ପାଇଁ ଖୁସି ଖବର ଆସି ଯାଇଛି । ଗୃହ ନିର୍ମାଣ ପାଇଁ ଆବଶ୍ୟକ ଜିନିଷ ଗୁଡିକର ଦାମ ଶସ୍ତା ହୋଇ ଯାଇଛି । ଲୁହା ଛଡ କ୍ବିଣ୍ଟାଲ ପିଛା ୮୦୦ – ୯୦୦ ଓ ସିମେଣ୍ଟ ବସ୍ତା ପିଛା ୫୦ ରୁ ୬୦ ଟଙ୍କା ଶସ୍ତା ହୋଇଛି ।
ଏହି ସବୁ ଜିନିଷର ମୂଲ୍ୟ ବୁଦ୍ଧି ଯୋଗୁ କାମ ବନ୍ଦ ପଡି ଯାଇ ଥିଲା । ସମସ୍ତେ ଏହି ସବୁ ଜିନିଷର ମୂଲ୍ୟ ଦେଖି ଘର ତିଆରି କରିବା ପାଇଁ ଇଚ୍ଛା କରୁ ନ ଥିଲେ । କେବଳ ରଡ ଓ ସିମେଣ୍ଟ ନୁହେଁ ଅନ୍ୟ ସମସ୍ତ ସାମଗ୍ରୀର ବି ଦାମ କମ ହୋଇଛି ।
ଯେଉଁ କାରଣରୁ ଗ୍ରାହକମାନଙ୍କୁ ଅଳ୍ପ ଆଶ୍ଵସ୍ତି ମିଳିଛି । ଦୀପାବଳି ସମୟରେ ଲୁହା ଛଡ ଓ ସିମେଣ୍ଟର ମୂଲ୍ୟ ବହୁତ ବଢି ଯାଇ ଥିଲା । ସିମେଣ୍ଟ ୩୫୦ରୁ ଅଧିକା ଥିବା ସହ ଲୁହା ରଡ ୬୫୦୦ ଟଙ୍କା ପର୍ଯ୍ୟନ୍ତ ବଢି ଯାଇ ଥିଲା । ଅନ୍ୟ ସବୁ ସାମଗ୍ରୀର ବି ମୂଲ୍ୟ ବଢି ଯାଇ ଥିଲା । କିଛି ଲୋକମାନେ ଘର ତିଆରି କରିବା ପାଇଁ ସଙ୍କୋଚ କରୁଥିଲେ । କେତେକ ଲୋକମାନେ ତ ଘର ତିଆରି କାମ ବି ବନ୍ଦ କରି ଦେଇଥିଲେ ।
ପାଖାପାଖି ୨୦ ରୁ ୨୫ ଦିନ ପରେ ରଡ ଓ ସିମେଣ୍ଟର ମୂଲ୍ୟ ହ୍ରାସ ପାଇଛି । ବଜାରରେ ରଡ କ୍ବିଣ୍ଟାଲ ପିଛା ୫୭୦୦ ରୁ ୫୮୦୦ ଟଙ୍କାରେ ବିକ୍ରି ହେଉଛି । ସିମେଣ୍ଟ ବସ୍ତା ୨୯୦ ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ବାଲିର ମୂଲ୍ୟ ବି ହ୍ରାସ ପାଇବାରେ ଲାଗିଛି ।
ଗୋଟିଏ ହାଇୱା ଟ୍ରିପ ବାଲି ୪୫୦୦ ଟଙ୍କାରେ ମିଳୁଛି । ସମସ୍ତ ସାମଗ୍ରୀର ମୂଲ୍ୟ ହ୍ରାସ ହେବା କାରଣରୁ ଗୃହ ନିର୍ମାଣ କାର୍ଯ୍ୟ କରିବା ପାଇଁ ଇଚ୍ଛା ରଖୁଥିବା ଲୋକମାନେ ଅଳ୍ପ ମୂଳରେ ଜିନିଷ କିଣି ପୁଣି ଥରେ କାର୍ଯ୍ୟ ଆରମ୍ଭ କରି ପାରିବେ । ଆଗକୁ ଆହୁରି ସିମେଣ୍ଟର ଦାମ ବି ଶସ୍ତା ହୋଇପାରେ ।