ରଜ ପର୍ବ ରେ ଘରେ ଠାକୁର ପୂଜା କରିବା ଉଚିତ କି ନୁହେଁ ? Raja Puja Vidhi

ବନ୍ଧୁଗଣ ଆମ ଓଡିଶାର ଅନେକ ପର୍ବ ପର୍ବାଣି ପାଳନ କରାଯାଏ । ସେଥି ମଧ୍ୟରୁ ରଜ ପର୍ବ ହେଉଛି ଅନ୍ୟତମ । ପ୍ରତି ବର୍ଷ ଜୁନ ମାସ ବା ଆଷାଢ ମାସରେ ରଜ ପର୍ବ ଖୁବ ଧୂମ ଧାମ ରେ ପାଳନ କରାଯାଏ । ରଜ ପର୍ବ କୁମାରୀ ଝିଅ ମାନଙ୍କର ମୁଖ୍ୟ ପର୍ବ ହୋଇଥାଏ । ଆଗାମୀ ଭବିଷ୍ୟତରେ କୁମାରୀ ଝିଅ ମାନେ ବିବାହ କରି କେମିତି ଖୁସି ରେ ରହିବେ ସେଥିପାଇଁ ରଜ ପର୍ବ ପାଳନ କରିଥାନ୍ତି । ରଜ ର ପ୍ରଥମ ଦିନକୁ ପହିଲି ରଜ, ଦ୍ଵିତୀୟ ଦିନକୁ ମିଥୁନ ସଙ୍କ୍ରାନ୍ତି ବା ରଜ ସଙ୍କ୍ରାନ୍ତି ଓ ତୃତୀୟ ଦିନକୁ ଶେଷ ରଜ କୁହା ଯାଇଥାଏ ।

ତେବେ ଏହି ଦିନ ଝିଅ ଏମାନଙ୍କୁ କିଛି କଥା ପ୍ରତି ଧ୍ୟାନ ଦେବାର ଅଛି । ଏମିତି କିଛି କାମ କରିବା ଅନୁଚିତ ଯାହା ଝିଅ ମାନେ ଜାଣିବା ଉଚିତ । ଆଜି ଆମେ ଆପଣ ମାନଙ୍କୁ କହିବୁ ରଜ ପର୍ବ ଘରେ ଠାକୁର ପୂଜା କରିବା ଉଚିତ କି ନୁହେଁ । ଏହି 3 ଦିନରେ କୁମାରୀ ମାନେ ନିଜର ଆଗାମୀ ଭବିଷ୍ୟତର ବିବାହ କାମନା ପାଇଁ ପାଳନ କରୁଥିବା ବେଳେ ବିବାହିତା ନାରୀ ସନ୍ତାନଙ୍କ ପାଇଁ ପାଳିଥାନ୍ତି ।

ରଜ ପର୍ବ ରେ କୌଣସି ଦେବୀ ଦେବତାଙ୍କ ପୂଜା ମନ୍ଦିର ରେ ବନ୍ଦ ହୁଏ ନାହିଁ । ଏହି ଦିନ ମା ବସୁଧା ରଜ ପାଳନ କରନ୍ତି । ବସୁମତୀ ସ୍ନାନ ଦିନ ମା ବସୁମତୀ ସ୍ନାନ କରନ୍ତି । ପୁରୁଷ ମାନେ ଏହି ସ୍ନାନ କରାନ୍ତି ନାହିଁ । ଯେଉଁ ମାନଙ୍କର ଋତୁସ୍ରାବ ବନ୍ଦ ହୋଇ ଯାଇଛି ସେମାନେ ଏହି ପୂଜା କରିବା ଉଚିତ । ମା ବସୁମତୀ ହଳଦୀ ପାଣିରେ ସ୍ନାନ କରିଥାନ୍ତି ।

ବସୁମତୀ ସ୍ନାନ ଦିନ ମା ଲକ୍ଷ୍ମୀ ଙ୍କର ବିଶେଷ ଭାବେ ପୂଜା କରାଯାଏ । ଯେମିତି ଚିତା ପଡିବା, ପିଠା ପଣା କରାଯାଇ ମା ଲକ୍ଷ୍ମୀଙ୍କର ପୂଜା କରାଯାଏ । ରଜ ପର୍ବ ରେ ଝିଅ ଓ ବିବାହିତା ମହିଳା ମାନେ ଠାକୁର ପୂଜା କରି ପାରିବେ । ଶାସ୍ତ୍ର ରେ ଏମିତି କିଛି ବାରଣ କରାଯାଏ ନାହିଁ । ରଜ ପର୍ବ ରେ ପରିବା କାଟିବା, କିଛି ବାଟିବା ବନ୍ଦ ରହିଥାଏ ।

କୁମାରୀ ଝିଅ ମାନେ ଓ ବିବାହିତ ସ୍ତ୍ରୀ ଏହି ଭୁଲ କରିବା ଅନୁଚିତ । ଏହା ଦ୍ଵାରା ବସୁଧା ମାତା ଙ୍କୁ କଷ୍ଟ ଅନୁଭବ ହୋଇଥାନ୍ତି । ବସୁଧା ମାତା 3 ଦିନ ଋତୁସ୍ରାବ ପାଳନ କରିଥାନ୍ତି । ତେଣୁ ଏହି ଦିନ କୁମାରୀ ଝିଅ ଓ ବିବାହିତ ସ୍ତ୍ରୀ ମାନେ ଏହି ସବୁ କାମ ରୁ ବର୍ଜିତ ରହିବା ଉଚିତ । ତେଣୁ ରଜ ପର୍ବ ରେ ଝିଅ ମାନେ ଓ ବିବାହିତା ସ୍ତ୍ରୀ ମାନେ ଠାକୁର ପୂଜା କରି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *