ରକ୍ତହୀନତା ସମସ୍ୟା ଦୂର କରିବା ପାଇଁ ଖାଆନ୍ତୁ ଏହି ଖାଦ୍ଯ… Diet Plan for Anaemia

ବନ୍ଧୁଗଣ ଆଜିକାଲି ପ୍ରାୟତ ଅନେକ ଲୋକଙ୍କ ଥରେ ଆନିମିଆ ଭଳି ସମସ୍ୟା ଦେଖା ଯାଉଛି । ଯାହାର କାରଣ ଖାଦ୍ୟପେୟର ପରିବର୍ତ୍ତନ ହୋଇଥାଏ । ଲୌହ ସାର ବା ଆଇରନ ଖାଦ୍ଯରେ ଅଧିକ ପରିମାଣରେ ରହିଥାଏ । ସେଥିରେ କାର୍ବୋ ହାଇଡ୍ରେଡ ଯୁକ୍ତ ଖାଦ୍ଯ ଯେମିତି ନାଲି ଚୂଡା, ନାଲି ଚାଉଳ ଆଇରନ ଅଧିକ ପରିମାଣରେ ରହିଥାଏ । ମାଡିୟା, ରାଗି ରେ ଆଇରନ ଅଧିକ ରହିଥାଏ । ଯେଉଁ କଲିଜା, ଚିଙ୍ଗୁଡି, ଚିକେନ କଲିଜା ଆମେ ଖାଇଥାଉ ସେଥିରେ ଅଧିକ ଆଇରନ ଅଧିକ ରହିଥାଏ ।

ଫଳ ଭିତରେ ସେଓ, ବେଦନାରେ ଅଧିକ ଆଇରନ ରହିଥାଏ । ପାରିବା ଅମଧ୍ୟରେ ପାଳଙ୍ଗ ଶାଗ, ସଜନା ଶାଗ ଅଧିକ ପରିମାଣରେ ଆଇରନ ଅଧିକ ରହିଥାଏ । ଗଜାମୁଗ, ଡ୍ରାଏ ଫୃଡ୍ସ ଯଥା କିସମିସ, ଆପ୍ରିକୋଟ, ଖଜୁରୀ ଆଦିରେ ଆଇରନ ପ୍ରଚୁର ପରିମାଣରେ ରହିଥାଏ । ଏହାର ସେବନ କରିଲେ ଶରୀରରେ ହିମୋଗ୍ଲୋବିନ ବଢିଥାଏ । ଯେତେବେଳେ ଆଇରନ ଯୁକ୍ତ ଖାଦ୍ୟ ଖାଉଛନ୍ତି ତେବେ ଶରୀରରେ ତାହା ଅବଜର୍ଭ ହେବ ଜରୁରୀ । ଆଇରନ ଯୁକ୍ତ ଖାଦ୍ୟ ଖାଇବା ସମୟରେ ଭିଟାମିନ-ସି ଯୁକ୍ତ ଖାଦ୍ୟ ଦେବା ନିହାତି ଜରୁରୀ ଅଟେ ।

ଭିଟାମିନ-ସି ରେ ଯେମିତି ଖଟା ଫଳ ଏମିତି ପିଜୁଳି, ଅଁଳା, ଲେମ୍ବୁରେ ଥାଏ । ଯଦି ଆପଣ ତରକାରୀ ରାନ୍ଧିବା ପାଇଁ ଲୁହା କଢେଇ ବା ଖଡିକା ବ୍ୟବହାର କରୁଛନ୍ତି ସେଥିରୁ ଆଇରନ ମିଳିଥାଏ । ଯଦି ଆପଣଙ୍କର ଆନିମିଆ ଅଛି ତେବେ ଅଧିକ ଚାହା ବା କଫି ସେବନ କରିବା ଅନୁଚିତ । ଏହା ସହ ଥଣ୍ଡା ଜାତୀୟ ଖାଦ୍ୟ ଯେମିତକୀ କୋଲଡ୍ରିଂକ୍ସ ସେବନ କରିବା ଅନୁଚିତ । ଏହା ବ୍ଯତୀତ ଯଦି ଆପଣ ମଦ୍ୟପାନ କରୁଛନ୍ତି ତେବେ ଶରୀର ରେ ରକ୍ତ ହୀନତା ଭଳି ସମସ୍ଯା ଦେଖାଯାଏ । ତେଣୁ ଏଜ୍ହାର ସେବନ କରିବା ଉଚିତ ନୁହେଁ ।

ସକାଳ ସମୟରେ ଆମଲା ଓ ଆଲୋଭେରା ଜୁସ ସେବନ କରିଲେ ରକ୍ତ ହୀନତା ଦୂର ହୋଇଥାଏ । ଏହା ସହ ଖଜୁର, ବାଦାମ, ଆପ୍ରିକୋଟ ନିଜର ଡାଏଟ ରେ ଆଡ କରିପାରିବେ । ନାଲି ଚୂଡା, ଗୁଡ, କଦଳି, ଛେନା ବା ଦହି ସକାଳେ ବ୍ରେକଫାଷ୍ଟ ରେ ନେଇ ପାରିବେ । ଏହା ସହ ଇଡଲି, ଚକୁଳି, ମଟର ତରକାରୀ ମଦ୍ୟ ଖାଇ ପାରିବେ । ଯଦି ରୋଟି ଖାଉଛନ୍ତି ତେବେ ରୋଟି ଦହି ଖାଇ ପାରିବେ । ଗାଜର, ବିଟ ସାଲାଟ ନିଜ ଖାଦ୍ୟ ରେ ଆଡ କରିଲେ ରକ୍ତହୀନତା ଭଳି ସମସ୍ଯା କମ ହୋଇଥାଏ । ଏହା ସହ ଗଜମୁଗ ମଧ୍ୟ ଡାଏଟ ରେ ଆଡ କରି ପାରିବେ । ସକାଳ ଖାଇବା ପରେ ଫଳ କିଛି ଖାଇ ପାରିବେ ।

ଦ୍ଵିପହର ରେ ନାଲି ଚାଉଳର ଭାତ, ଡାଲି, ଯେ କୌଣସି ଶାଗ, ମାଛ, ଚିକେନ ନେଇ ପାରିବେ । ବହୁତ କମ ହିମୋଗ୍ଲୋବିନ ଥିଲେ ସପ୍ତାହକୁ ଥରେ କୌଣସି କଲିଜା ଖାଇ ପାରିବେ । ଗଜାମୁଗର ସାଲାଟ ବା ରାଜମା ସାଲାଟ ସେବନ କରିପାରିବେ । ରାତ୍ରିରେ ଭାତ ବା ରୁଟି ସହ ଛୋଲେ, ରାଜମା, ଅଣ୍ଡା, ଡାଲମା ଖାଇପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *