ରକ୍ତ କର୍କଟ ହେବାର ଦୁଇମାସ ପୂର୍ବରୁ ଶରୀର ଦେଇଥାଏ ଏହି ସବୁ ସଙ୍କେତ- Health tips

ବ୍ୟସ୍ତମୟ ଜୀବନରେ ଖାଇବା ପୀଇବାର ଅବହେଳା ଲାଗି ଶରୀର ବିଭିନ୍ନ ପ୍ରକାର ରୋଗକୁ ନିମତ୍ରଣ କରିଥାଏ । ଏହି ରୋଗ ଭିତରେ ବ୍ଲଡ କ୍ୟାନ୍ସର ଅନ୍ୟତମ । ଦେଶର ବହୁତ ଲୋକ ଏବେ ଏହି ରୋଗରେ ପୀଡିତ ହେଉଛନ୍ତି, ଏହା ଯେକୌଣସି ବୟସରେ ହୋଇଥାଏ କିନ୍ତୁ ୩୦ ବର୍ଷରୁ ଅଧିକ ବ୍ୟକ୍ତି ମାନଙ୍କ ଠାରେ ଏହି ରୋଗର ମାତ୍ରା ଅଧିକ ଦେଖାଦେଇଥାଏ ।

ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ପ୍ରଥମେ ଆଭାସ ହୋଇନଥାଏ ଯେଉଁଥି ପାଇଁ ଏହି ରୋଗ ଗଭୀର ରୂପ ନେଇଥାଏ । ପ୍ରଥମରୁ ଏହି ରୋଗକୁ ଜାଣିବା ଦରକାର, ସମୟ ପୂର୍ବରୁ ଏହାର ଚିକିତ୍ସା କଲେ ଭଲ ହୋଇପାରିବେ । ଆସନ୍ତୁ ଜାଣିବା ପ୍ରଥମେ ବ୍ଲଡ କ୍ୟାନସର ସଙ୍କେତ ବିଷୟରେ ।

ଏନିମିୟା କିମ୍ବା ଜ୍ଵର – ବ୍ଲଡ଼ କ୍ୟାନସର ପ୍ରଥମରେ ଆପଣଙ୍କୁ ଏନିମିୟା ଭଳି ସଙ୍କେତ ଦେଇଥାଏ । ସବୁବେଳେ ଥକାପଣ, ଅଳ୍ପ ଜ୍ଵର ଓ ଦୁର୍ବଳ ଲାଗିଥାଏ ।

ଗଳାରେ ଦରଜ ହେବା – ବ୍ଲଡ଼ କ୍ୟାନସର ପ୍ରଥମରେ ଗଳା ଦରଜ କିମ୍ବା କାଖ ତଳେ ଅଳ୍ପ ଦରଜ ହେବା । ଏହାଛଡା ପାଦ ବିନ୍ଧିବା କିମ୍ବା ଛାତି ପୋଡିବା, ଯଦି ଏମିତି କିଛି ଅନୁଭବ କରୁଛନ୍ତି ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ବ୍ଲିଡିଙ୍ଗ ହେବା – ଯଦି ଆପଣଙ୍କ ମୁହଁ, ନାକ, କିମ୍ବା ଶୌଚ ସମୟରେ ରକ୍ତ ବାହାରୁଛି ତେବେ ଯଥା ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେଇ କର୍କଟ ରୋଗର ଚିକିତ୍ସା କରନ୍ତୁ ।

ନ୍ୟୁମୋନିଆ – ନ୍ୟୁମୋନିଆ ହେବା, ମୁହଁରେ ଘା ହେବା, ମୁଣ୍ଡବ୍ୟଥା, ଚର୍ମରେ ରାସେସ ହେବା, ହାଲିକ ଜ୍ଵର ହେବା ।

ହଠାତ ଓଜନ କମିବାକୁ ଲାଗିବା – ଯଦି ହଠାତ ଓଜନ ହ୍ରାସ ହେଉଛି ଓ ଭୋକ ଲାଗୁନି ଏହା ବ୍ଲଡ଼ କ୍ୟାନସରର ପ୍ରଥମ କାରଣ ।

ସବୁବେଳେ ସଙ୍କ୍ରମଣର ଶିକାର ହେବା – ଶରୀରରେ ଲ୍ୟୁକେମିଆ ସେଲ ବିକଶିତ ହେଲେ ରୋଗୀ ମୁହଁରେ, ଗଳା, ଯକୃତ, ଚର୍ମ, ଏହି ସବୁ ବାରମ୍ବାର ସଙ୍କ୍ରମଣର ଶିକାର ହୁଏ ।

ଶୋଇବା ସମୟରେ ଝାଳ ବାହାରିବ – ଶିତ ଋତୁରେ ସୋବ ସମୟରେ ଝାଳ ବାହାରିଲେ ଡେରି ନକରି ମେଡିକାଲ ଯାଞ୍ଚ କରନ୍ତୁ ।

ଶରୀରରେ ଦାଗ ପଡିବା – ରକ୍ତରେ ପ୍ଲେଟଲେଟ୍ସ କମ ହେବା ବ୍ଲଡ଼ କ୍ୟାନସର ଲକ୍ଷଣ ହୋଇଥାଏ । ଏହାଦ୍ବାରା ଶରୀରରେ ବାଇଗଣି କି ନାଲି ରଙ୍ଗର ଦାଗ ପଡିଥାଏ ।

ହାଡ କିମ୍ବା ଜଏଣ୍ଟ ଦରଜ ହେବା – ହାଡ କିମ୍ବା ଗଣ୍ଠି ଦରଜ ହେଲେ ସେଥିପାଇଁ ସତର୍କ ରୁହନ୍ତୁ । କାରଣ ବ୍ଲଡ଼ କ୍ୟାନସର ଅସ୍ତିମଜାରେ ହେଉଥିବା ରୋଗ ତେଣୁ ଏହାକୁ କେବେ ସହଜ ଭାବରେ ନେବେନି ।

ଥକାପଣ – ବ୍ଲଡ଼ କ୍ୟାନସର ହେଲେ ଶରୀରରୁ ହିମୋଗ୍ଲୋବିନର ,ମାତ୍ରା କମିଯାଇଥାଏ । ଅମ୍ଳଜାନ ଶରୀରରେ ଠିକସେ ପହଞ୍ଚି ପାରିନଥାଏ । ସେଥିପାଇଁ ଶରୀରର ଅଙ୍ଗ କାମ କରିବା ବନ୍ଦ କରିଦିଏ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *