ଟଲିଉଡ ଜଗତରେ ଜଣେ ପ୍ରସିଦ୍ଧ ଅଭିନେତା ‘ରାମ ପୋଥିନେନୀ’ ସବୁ ଅଭିନେତାଙ୍କ ଠାରୁ ଅନ୍ୟତମ । ୧୧ବର୍ଷ ବୟସରେ ସେ ନିଜର କାରିୟର ଆରମ୍ଭ କରିଥିଲେ । ସେ ବର୍ତମାନ ସାଉଥର ଜଣେ ଖୁବ ପ୍ରସିଦ୍ଧ ଅଭିନେତା ଅଟନ୍ତି । ସେ ଜଣେ ଏମିତି ଅଭିନେତା ଅଟନ୍ତି ଯାହାଙ୍କୁ ଅତ୍ୟଧିକ କଥା କହିବାର ଆବଶ୍ୟକ ହେଇନଥାଏ । କାରଣ ତାଙ୍କର ଅଭିନୟ ସବୁକିଛି କହିଦେଇଥାଏ । ଏହି ଦକ୍ଷତ୍ତା ତାଙ୍କୁ ସାଉଥର ଜଣେ ପ୍ରସିଦ୍ଧ ଅଭିନେତା ବନେଇ ଦେଇଛି । ଆସନ୍ତୁ ଜାଣିବା ତାଙ୍କ ପରିବାରରେ କିଏ କିଏ ଅଛନ୍ତି ।
ବନ୍ଧୁଗଣ ଆପଣ ସମସ୍ତେ ‘ରାମ ପୋଥିନେନୀ’ଙ୍କ କାରିୟର ବିଷୟରେ ଜାଣିଛନ୍ତି । କିନ୍ତୁ ତାଙ୍କ ପରିବାର ବିଷୟରେ ଅଧିକାଂଶ କିଛି ଜାଣି ନାହାନ୍ତି । ତାଙ୍କ ପରିବାରରେ କିଏ କିଏ ଅଛନ୍ତି, ସେମାନେ କଣ କରନ୍ତି, ଏବଂ ଦେଖିବାକୁ କେମିତି ଏସବୁ ବିଷୟରେ । ଆଜି ଆମେ ତାଙ୍କ ବାସ୍ତବ ପରିବାର ବିଷୟରେ ଏହି ସବୁ କଥା କହିବାକୁ ଯାଉଛୁ । ସାଉଥ ଫିଲ୍ମ ଜଗତର ଜଣେ ପ୍ରସିଦ୍ଧ ଅଭିନେତା ହେଉଛନ୍ତି ‘ରାମ ପୋଥିନେନୀ’ ଯିଏ ନିଜ କାରିୟରରେ ଗୋଟିଏ ପରେ ଗୋଟିଏ ସଫଳ ଫିଲ୍ମ ଦେଇ ଆସିଛନ୍ତି ।
ସାଉଥ ଜଗତର ଏହି ଅଭିନେତା ‘ଆନ୍ଦ୍ର ପ୍ରଦେଶ’ ରାଜ୍ୟର ‘ଗଙ୍ଗାଜାତି’ ସମୁଦାୟର ଫିଲ୍ମ ପରିବାରରୁ ନିଜର ପରିଚୟ ରଖିଛନ୍ତି । ତାଙ୍କ ପରିବାରରେ ତାଙ୍କୁ ମିଶେଇ ସମୁଦାୟ ୫ଜଣ ସଦସ୍ୟ ଅଛନ୍ତି । ତାଙ୍କ ବାପା,ମା,ଭାଇ ଏବଂ ଜଣେ ଭଉଣୀ ଅଛନ୍ତି । ତାଙ୍କ ପିତାଙ୍କ ନାମ ‘ମୂରଲୀ ମୋହନ ପୋଥିନେନୀ’ ଅଟେ । ସେ ୫୫ବର୍ଷର ଅଟନ୍ତି ଏବଂ ସାଉଥ ଫିଲ୍ମ ଜଗତରେ ଜଣେ ପ୍ରସିଦ୍ଧ ଚଳଚିତ୍ର ନିର୍ମାତା ଅଟନ୍ତି । ସେ ସୋସିଆଲ ମିଡିଆରେ ନିଜର ଫଟୋଚିତ୍ର ଦେବାକୁ ପସନ୍ଦ କରନ୍ତି ନାହିଁ ।
ସେଥିପାଇଁ ଇନ୍ଟରନେଟ ରେ ତାଙ୍କର ଖୁବ କମ୍ ଫୋଟୋଚିତ୍ର ଥିବାର ଦେଖାଯାଏ । ତାଙ୍କ ମାତାଙ୍କ ନାମ ‘ପଦ୍ମଶ୍ରୀ ପୋଥିନେନୀ’ ଅଟେ । ତାଙ୍କୁ ବର୍ତମାନ ୫୦ବର୍ଷ ହେଇଛି । ସେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ମାତ୍ର ସେ ମଧ୍ୟ ନିଜର ଫଟୋଚିତ୍ର ସୋସିଆଲ ମେଡିଆରେ ଦେବାକୁ ପସନ୍ଦ କରନ୍ତି ନାହିଁ । ସେ ନିଜ ଘରେ ସମସ୍ତଙ୍କ ସହିତ ସମୟ ବିତେଇବାକୁ ପସନ୍ଦ କରନ୍ତି । ‘ରାମ ପୋଥିନେନୀ’ଙ୍କର ଜଣେ ବଡ ଭାଇ ଅଛନ୍ତି ଯାହାଙ୍କ ନାମ ‘କୃଷ୍ଣ ଚୈତନ୍ଯ ପୋଥିନେନୀ’ ଅଟେ ।
ସେ ନିଜ ପିତାଙ୍କ ଭଳି ଜଣେ ପ୍ରତିଭାଶାଳି ଫିଲ୍ମ ନିର୍ଦେଶକ ଅଟନ୍ତି । ଏବେ ଆସନ୍ତୁ ଜାଣିବା ତାଙ୍କ ଭଉଣୀ ବିଷୟରେ ତାଙ୍କର ଜଣେ ବଡ ଭଉଣୀ ଅଛନ୍ତି ଯାହାଙ୍କ ନାମ ‘ମଧୁସ୍ମିତା ପୋଥିନେନୀ’ ଅଟେ । ସେ ଜଣେ ନେଚର ଲଭ ଫୋଟୋଗ୍ରାଫର ଅଟନ୍ତି । ତାଙ୍କର ଫୋଟ ଗୁଡିକ ଅତ୍ୟନ୍ତ ମନୋଲୋଭ ଅଟେ । ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ ଅଭିନେତା ‘ସାରଭାନନ୍ଦ’ଙ୍କ ବଡ ଭାଇ ‘କଲ୍ୟାଣ’ ସାଙ୍ଗେ ବିବାହ କରିଛନ୍ତି । ସେ ନିଜ ସ୍ଵାମୀ ସାଙ୍ଗେ ବହୁତ ଖୁସିରେ ଘର ସଂସାର କରିଛନ୍ତି ।
ପରିବାର ଲୋକଙ୍କ ପରେ ଆସନ୍ତୁ ଜାଣିବା ଏବେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ, କହିବାକୁ ଗଲେ ବର୍ତମାନ ସେ ବିବାହ କରିନାହାନ୍ତି । କିନ୍ତୁ ସେ ଅଭିନେତ୍ରୀ ‘ଇଲିଆନ ଡିଶୋଷା’ ସାଙ୍ଗେ ପ୍ରେମ ସମ୍ପର୍କରେ ଥିଲେ । ସେ ତାଙ୍କ ସହିତ ୨୦୦୪ ମସିହାରେ “ଦେବଦାଶୁ” ଚଳଚିତ୍ରରେ ଅଭିନୟ କରିଥିଲେ । ସେହି ସମୟରେ ସେ ଅଭିନେତ୍ରୀ ‘ଇଲିଆନ ଡିଶୋଷା’ଙ୍କ ସହ ପ୍ରେମ ସମ୍ପର୍କରେ ଆସିଥିଲେ ମାତ୍ର କିଛି ଦିନ ପରେ ଅଲଗା ମଧ୍ୟ ହେଇଯାଇଥିଲେ । ବର୍ତମାନ ସେ ଏକୁଟିଆ ଅଛନ୍ତି । ବନ୍ଧୁଗଣ ଯଦି ଆପଣଙ୍କୁ ଅଭିନେତା ‘ରାମ ପୋଥିନେନୀ’ଙ୍କ ବାସ୍ତବ ପରିବାର ବିଷୟରେ ଜାଣି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।