ରାମାୟଣରେ ଭଗବାନ ରାମଚନ୍ଦ୍ର ରାବଣର ବଦ୍ଧ କରି ଧର୍ମ ସ୍ଥାପନ କରିଥିଲେ । ଏହାକୁ ନେଇ କିଛି ସମୟରେ ପ୍ରଶ୍ନ ଉଠେ କଣ ସତରେ ପ୍ରଭୁ ରାମଚନ୍ଦ୍ର ଜନ୍ମ ନେଇଥିଲେ ? କଣ ରାବଣର ଦଶଭୁଜା ଥିଲା ଓ ପ୍ରଭୁ ହନୁମାନ ନିଜ ରୂପ ନିଜ ଇଚ୍ଛାରେ ବଦଳାଉଥିଲେ ? ଆଜି ଆମେ ଆପଣ ମାନଙ୍କୁ ରାମାୟଣ ଓ ପ୍ରଭୁ ରାମଚନ୍ଦ୍ରଙ୍କ ସହ ଜଡିତ ଏମିତି କିଛି ତଥ୍ୟ ବିଷୟରେ କହିବାକୁ ଯାଉଛୁ । ରାମାୟଣରେ ରାବଣ ମା ସୀତାଙ୍କୁ ହରଣ କରି ନେଇ ଯେଉଁ ଗୁମ୍ଫାରେ ରଖିଥିଲା ସେହି ଗୁମ୍ଫା ଆଜି ବି ରହିଛି ଯାହା କୋବ୍ରା ସାପ ଭଳି ଦେଖିବାକୁ ।
ପ୍ରଭୁ ହନୁମାନ ଭଗବନା ରାମଚନ୍ଦ୍ରଙ୍କ ଅପେକ୍ଷାରେ ଯେଉଁ ମନ୍ଦିରରେ ରହୁଥିଲେ ତାହାର ନାଁ ହେଉଛି ହନୁମାନ ଗଦି ଯାହା ଏବେ ବି ଅଜୋଧ୍ୟାରେ ଦେଖିବାକୁ ମିଳିଥାଏ । ମା ସୀତାଙ୍କୁ ରାବଣ କବଳରୁ ଉଦ୍ଧାର କରିବା ପାଇଁ ପ୍ରଭୁ ହନୁମାନ ଶ୍ରୀଲଙ୍କା ଯାଇଥିବା ସମୟରେ ଯେଉଁ ପଦ ଚିହ୍ନ ଛାଡିଥିଲେ ତାହା ଆଜି ବି ମହଜୁଦ ଅଛି ।
ରାମସେତୁ ଯାହା ମା ସୀତାଙ୍କୁ ରାବଣ କବଳରୁ ଉଦ୍ଧାର କରିବା ପାଇଁ ପ୍ରଭୁ ରାମଚନ୍ଦ୍ରଙ୍କ ସହ ମିଶି ହନୁମାନ କରିଥିଲେ ତାହା ଆଜି ବି ଶ୍ରୀଲଙ୍କାର ଦ୍ଵିପରେ ଦେଖାଯାଏ । ରାମାୟଣରେ ଲକ୍ଷ୍ମଣ ମେଘନାଦଙ୍କ ଯୁଦ୍ଧ କରିବା ସମୟରେ ଆହତ ହୋଇଥିଲେ ।
ସେହି ସମୟରେ ପ୍ରଭୁ ହନୁମାନ ସଞ୍ଜିବନୀ ଔଷଧ ଆଣିବାକୁ ଯାଇ ପୁରା ପାହାଡକୁ ଉଠାଇ ଆଣିଥିଲେ । ଆଜି ବି ସେ ପାହାଡ ଶ୍ରୀଲଙ୍କାରେ ଦୃଶ୍ୟମାନ ହେଉଛି । ରାମାୟଣରେ ମା ସୀତାଙ୍କୁ ରାବଣ ହରଣ କରି ଆଣିବା ପରେ ତାଙ୍କ ମହଲରେ ରଖିବା ପାଇଁ ଚାହିଁଥିଲେ କିନ୍ତୁ ମା ସୀତା ମନା କରିଥିଲେ । ତେଣୁ ମା ସୀତାଙ୍କୁ ଅଶୋକ ବଟିକାରେ ରକ୍ଷା ଯାଇଥିଲା ।
ଆଜି ବି ଶ୍ରୀଲଙ୍କାରେ ଏହି ଅଶୋକ ବଟିକା ଏଲିଅନ ନାଁ ରେ ଜଣା ଯାଉଛି । ମା ସୀତାଙ୍କୁ ରାବଣ ହରଣ କରି ନେବା ସମୟରେ ଏହାର ବିରୋଧ କରିବାକୁ ଯାଇ ଜଟାଇ ପକ୍ଷୀ ରାବଣକୁ ରୋକିବାକୁ ଚେଷ୍ଟା କରିଥିଲା । କିନ୍ତୁ ରାବଣର ହାତରେ ଆହତ ହୋଇ ଜଟାୟୁ ପକ୍ଷୀ ଯେଉଁଠାରେ ପଡିଥିଲା ତାହାକୁ ଲେପାଖି ପକ୍ଷୀ ମନ୍ଦିର ନାମରେ ଜଣାଯାଏ ଯାହା ଆଜି ବି ରହିଛି ।
ରାମାୟଣରେ ଯେତେବେଳେ ମା ସୀତାଙ୍କୁ ରକ୍ଷା କରିବା ପାଇଁ ହନୁମାନ ପହଞ୍ଚି ଥିଲେ ସେତେବେଳେ ସେ ଲଙ୍କାକୁ ନିଆଁ ଲଗାଇ ଦେଇଥିଲେ । ଯାହାକୁ ଦେଖିବା ପରେ ରାବାନ ଭୟଭୀତ ହୋଇ ମା ସୀତାଙ୍କୁ ଅଶୋକ ବାଟିକାରୁ ଆଣି କୋଣ୍ଡାକଟୁକ ଗୁମ୍ଫାରେ ରଖିଥିଲେ ।
ଆଜି ବି ଏହି ଗୁମ୍ଫା ଦୃଶ୍ୟମାନ ହେଉଛି । ଶ୍ରୀଲଙ୍କାରେ ଆଜି ବି ଏମିତି ଏକ ମହଲ ରହିଛି ଯାହା ରାମାୟଣର ରାବଣର ମହଲ ଥିଲା । ଯେତେବେଳେ ହନୁମାନ ନିଜ ପୁଛରେ ଲଙ୍କାରେ ନିଆଁ ଲଗାଇ ଦେଇଥିଲେ ସେହି ସମୟରେ ସେଠିକାର ମାଟି କଳା ହୋଇ ଯାଇଥିଲା । ସେହି ମାଟି ଆଜି ବି କଳା ଭାବେ ଦେଖା ଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।