Ramayan ରେ ଲବ କୁଶର ଅଭିନୟ କରିଥିବା କୁନି କଳାକାର ଆଜି ହୋଇଯାଇଛନ୍ତି ବଡ ଓ ଏମାନେ ହେଲେ ତାଙ୍କ Real ଲାଇଫ ପାର୍ଟନର

ଆପଣ ମାନେ “ରାମାୟଣ” ସିରିଏଲ ନିଶ୍ଚୟ ଦେଖିଥିବେ । ଏହି ସିରିଏଲ ଋ ରାମାନନ୍ଦ ସାଗର ଙ୍କ ଦ୍ଵାରା ଆଧାରିତ କରା ଯାଇଥିଲା । “ରାମାୟଣ” ସିରିଏଲ ବହୁତ ଚର୍ଚ୍ଚା ରେ ରହିଥିବା ବେଳେ “ଉତ୍ତର ରାମାୟଣ” ନାମକ ଅନ୍ୟ ଏକ ସିରିଏଲ ପ୍ରସାରିତ ହୋଇଥିଲା । ଯେଉଁଥିରେ ପ୍ରଭୁ ରାମଚନ୍ଦ୍ର ଓ ମା ସୀତା ଙ୍କର ଦୁଇ ପୁତ୍ର ଲବ ଓ କୁଶ ଙ୍କର କଥା ଲେଖା ଯାଇଥିଲା । ଏହି ସିରିଏଲ କୁ ମଧ୍ୟ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ ।

ଏହି ସିରିଏଲରେ ଲବ ଓ କୁଶ ଚରିତ୍ରରେ ଅଭିନୟ କରିଥିବା ଦୁଇ ଶିଶୁ କଳାକାର ମାନେ ବହୁତ ସାହସୀ ଓ ଆଜ୍ଞାଧିନ ପୁତ୍ର ଭୂମିକାରେ ଅଭିନୟ କରିଥିଲେ ଯାହା ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥିଲା ।

ଆଜି ଆମେ ଆପଣ ମାନଙ୍କୁ ଲବ ଓ କୁଶ ଚରିତ୍ର ରେ ଅଭିନୟ କରିଥିବା ଏହି ଦୁଇ କଳାକାର ଆଜି ଦେଖିବାକୁ କେମିତି ଲାଗୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । “ଉତ୍ତର ରାମାୟଣ” ରେ ଲବ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକରାଙ୍କ ପ୍ରକୃତ ନାଁ ହେଉଛି ମୟୂରେଶ କ୍ଷତ୍ରମାତ୍ରେ । ଏହା ପରେ କୁଶ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାରଙ୍କ ପ୍ରକୃତ ନାଁ ହେଉଛି ସ୍ଵପ୍ନଲ ଜୋଶୀ । ଏହି ଦୁଇ ଶିଶୁ କଳାକାର ମାନେ “ଉତ୍ତର ରାମାୟଣ”ରେ ପ୍ରଥମ ଥର ପାଇଁ ଅଭିନୟ କ୍ଯାରିୟରରେ ପାଦ ଦେଇଥିଲେ ।

ଯାହା ପାଇଁ ଏମାନେ ଦୁହେଁ ବହୁତ ଫ୍ୟାମ୍ସ ମଧ୍ୟ ହୋଇଥିଲେ । କୁଶ ଚରିତ୍ରରେ ଅଭିନୟ କରିଥିବା ସ୍ଵପ୍ନିଲ ଜୋଶୀ ଆଜି ୪୧ ବର୍ଷର ହୋଇ ଗଲେଣି । ସ୍ଵପ୍ନିଲ ଆଜିକା ଡେଟରେ ଦେଖିବାକୁ ବହୁତ ହ୍ୟାଣ୍ଡସମ ଲଗୁଛନ୍ତି । ସ୍ଵପ୍ନିଲ ଏହି ସିରିଏଲରେ ଅଭିନୟ କରିବା ପରେ ନିଜର ଅଭିନୟ ଜାରି ରଖିବା ସହ ଅନେକ ମରାଠୀ ଫିଲ୍ମରେ ଅଭିନୟ କରିଛନ୍ତି । ଏହା ଛଡା ସେ ଛୋଟ ପରଦାରେ ଅନେକ ସୋ ରେ କାମ କରିଛନ୍ତି ଯେମିତିକି “କ୍ରୀଷ୍ଣା ଦେଶ ମେ ନିକଲା ହୋଗା ଚାନ୍ଦ”, “ଗୋଳମାଲ ହେ ଭାଇ ସବ ଗୋଲମାଲ ହେ” ସୋ ରେ ଅଭିନୟ କରିଛନ୍ତି ।

ତାଙ୍କର ସ୍ତ୍ରୀ ଙ୍କ ନାଁ ହେଉଛି ଲୀନା ଆରାଧ୍ୟା ଓ ଝିଅର ନାଁ ହେଉଛି ମାଏରା । ଅନ୍ୟ ପଟେ ଲବ ଚରିତ୍ରରେ ଅଭିନୟ କରିଥିବା ମୟୂରେଶ ଆଜି ୪୩ ବର୍ଷର ହେଲେଣି । ଆଜିକା ଡେଟରେ ସେ ଦେଖିବାକୁ ବହୁତ ହ୍ୟାଣ୍ଡସମ ଲାଗୁଛନ୍ତି । ଏହି ସିରିଏଲ ପରେ ସେ ଟିଭି ଇଣ୍ଡଷ୍ଟ୍ରି ରୁ ନିଜକୁ ଦୂରେଇ ରଖିଛନ୍ତି । ବର୍ତ୍ତମାନ ମୟୂରେଶ ଆମେରିକାରେ ଆଇଡି କମ୍ପାନୀ ରେ କାମ କରୁଛନ୍ତି । ବର୍ତ୍ତମାନ ଯାଏଁ ମୟୂରେଶ ମ୍ୟାରେଜ କରି ନାହାନ୍ତି ବରଂ ଶିଂଗଲ ଅଛନ୍ତି । ସେ ତାଙ୍କ କ୍ଯାରିୟର ରେ ଫୋକସ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଲବ ଓ କୁଶ ଚରିତ୍ରରେ ଅଭିନୟ କରିଥିବା ମୟୂରେଶ ଓ ସ୍ଵପ୍ନିଲ ଙ୍କ ଅଭିନୟ ମଧ୍ୟ ରୁ କାହାର ଅଭିନୟ ଭଲ ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *