ନମସ୍କାର ବନ୍ଧୁଗଣ, ଭଗବାନ ସତରେ ଏତେ ଦୁଃଖ ଜଣଙ୍କ ଭାଗ୍ୟରେ ଲେଖିଥାନ୍ତି ! ଏକା ସଙ୍ଗେ ଚାଲିଗଲେ ବାପା ଏବଂ ଦୁଇ ବର୍ଷର ଶିଶୁ । ଖବର ଅନୁଯାୟୀ ମାସେ ପୂର୍ବରୁ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସୁକାନ୍ତଙ୍କ ଦୁଇ ବର୍ଷର ପୁଅର ଏବେ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଦେଉଛି । ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା କିଭଳି ଘଟିଲା ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ ।
ଆପଣ ମାନଙ୍କର ନିହାତି ମନେ ଥିବା ମାସେ ପୂର୍ବରୁ ରାଣୀ ପଣ୍ଡାଙ୍କ କାର ଧକ୍କା ଦେଇଥିଲା ଏକ ବାଇକକୁ । ଯାହାଫଳରେ ସେହି ବାଇକ ଆରୋହିଙ୍କର ମୃତ୍ୟୁ ଘଟିଥିଲା । ରାଣୀ ପଣ୍ଡା ବିଳମ୍ବିତ ରାତିରେ ଗୋଟିଏ ବାହାଘରରୁ ଫେରୁଥିବା ବେଳେ ଆଠଗଡ ମୁଣ୍ଡଳି ରାସ୍ତାର ଡାଳଖାଇ ଛକରେ ଏକ ବାଇକକୁ ଧକ୍କା ଦେଇଥିଲା । ସେହି ବାଇକ ଆରୋହି ଜଣଙ୍କ ଥିଲେ ସୁକାନ୍ତ ବେହେରାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ରାଣୀ ପଣ୍ଡାକୁ ନେଇ ଆନେକ ବାଦ ବିବାଦ ଦେଖାଦେଇଥିଲା ।
କିଏ କହୁଥିଲା ରାଣୀ ଫଟୋ ଉଠାଉଥିଲେ ତ କିଏ କହୁଥିଲା ରାଣୀଙ୍କ ଡ୍ରାଇଭର ନିଶାରେ ଥିଲା । ଏହି ଘଟଣାକୁ ରାଣୀ ମଧ୍ୟ ନିଜର ମନ୍ତବ୍ୟ ରଖିଥିଲେ । ତାଙ୍କ ପରିବାର ଲୋକଙ୍କୁ ସାହାର୍ଯ୍ୟ କରିବାର ପ୍ରତିଶୃତି ଦେଇଥିଲେ । କିନ୍ତୁ ନିଜ ସ୍ଵାମୀଙ୍କୁ ହରାଇଥିବା ସ୍ତ୍ରୀ ଏବେ କୌଣସି ସାହାର୍ଯ୍ୟ ମଧ୍ୟ ନିଜ ସ୍ଵାମୀକୁଆଉ ଫେରି ପାଇବନି ଭାବି ହୃଦୟ ଫଟାଇ ଆଖିରୁ ଝର ଝର କରି ଲୁହା ଗଡାଇ ଚାଲିଥିଲେ ।
ଭଗବାନ ତାଙ୍କ ଠାରୁ ସ୍ଵାମୀ ଛଡାଇ ନେଇଗଲା ପରେ ସେ ତାଙ୍କ ଛୋଟ ପିଲାର ମୁହଁକୁ ଚାହିଁ ଜୀବନ ବଞ୍ଚିବାର ଆଶା ସଂଚାର କରିବା ବେଳକୁ ଭଗବାନ ସାଜିଲେ ନିଷ୍ଠୁର । ମାସେ ପୂର୍ବରୁ ସ୍ଵାମୀକୁ ହରାଇଥିବା ସ୍ତ୍ରୀର କୋଳରୁ ଦଇବ ଛଡାଇ ନେଲା ଦୁଇ ବର୍ଷର ପୁଅକୁ । ପୁଅ ଦେହରେ ଗରମ ପେଜ ଢାଳି ଯାଇଥିଲା ଏବଂ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେହି ଶିଶୁଟିର ଜୀବନ ଚାଲିଗଲା ।
ସ୍ଵାମୀର ବିୟୋଗର ଦୁଃଖ ମନରୁ ନ ଯାଉଣୁ ନିଜ କୋଳରୁ ପୁଅକୁ ହରାଇବାର ଦୁଃଖ କେତେ ଯେ କଷ୍ଟ ଦାୟକ ତାହାର କଳ୍ପନା ମଧ୍ୟ କରିହେବ ନାହିଁ । ଏହି କଥାକୁ ସହଜରେ ମା ଗ୍ରହଣ କରିପାରୁନି । କେମିତି ବା ଗ୍ରହଣ କରିବ ଏଭଳି ଏକ ଅବିଶ୍ଵସନୀୟ ଘଟଣାକୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।