ରାସନ କାର୍ଡ ଧାରୀଙ୍କ ପାଇଁ ଖୁସି ଖବର ! କେନ୍ଦ୍ରର ବଡ ନିସ୍ପତି ପୁଣି ବର୍ଷେ ମିଳିବ ମାଗଣା ଚାଉଳ… ଦେଖନ୍ତୁ କେମିତି ଉଠାଇବ ଲାଭ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ କେନ୍ଦ୍ର ସରକାର ଆଣିଛନ୍ତି ଆଉ ଏକ ଖୁସି ଖବର । ଯାହାକୁ ଜାଣିବା ପରେ ସାଧାରଣ ଖାଉଟି ମାନେ ବେସ ଖୁସି ପ୍ରକାଶ କରିବେ । ପୁଣି ବର୍ଷେ ଯାଏଁ ମାଗଣା ରାସନ । କେନ୍ଦ୍ର ସରକାର ନେଲେ ବଡ ନିସ୍ପତି । 2023 ଡିସେମ୍ବର ଯାଏଁ କାର୍ଯ୍ୟ କାରୀ ହେବ ଯୋଜନା । କେନ୍ଦ୍ର କ୍ଯାବିନେଟ ର ବଡ ନିସ୍ପତି ପୁଣି ବର୍ଷେ ଯାଏଁ ମାଗଣା ରାସନ ପାଇବେ ଲୋକ ମାନେ । ପୁରା ପୁରୀ ବର୍ଷେ ।

ଯୋଜନା ଅନୁଯାୟୀ 80 କୋଟି ଭାରତୀୟ ସରକାର ଙ୍କର ଏହି ଯୋଜନାରେ ସାମିଲ ହେବେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅଧକ୍ଷତା ରେ ବସିଥିବା କ୍ଯାବିନେଟ ବୈଠକ ରେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ କୁ ନେଇ ବଡ ନିସ୍ପତି ନିଆ ଯାଇଛି । 81.3 କୋଟି ଗରିବ ଲୋକଙ୍କୁ ବର୍ଷେ ଯାଏଁ ଅର୍ଥାତ 2023 ଡିସେମ୍ବର ଶେଷ ଯାଏଁ ମାଗଣାରେ ରାସନ ପ୍ରଦାନ ଲାଗି କେନ୍ଦ୍ର ସରକାର ନିସ୍ପତି ନେଇହନ୍ତି ।

ଏ ନେଇ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟେଲ କହିଛନ୍ତି ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ 1 ବର୍ଷ ପାଇଁ 81.3 ଲୋକଙ୍କୁ ମାଗଣାରେ ରାସନ ପ୍ରଦାନ କରାଯିବ ଯାହାର ନିସ୍ପତି ସରକାର ନେଇଛନ୍ତି । ଏଥିପାଇଁ ପ୍ରାୟ 2 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଆଉ ଏହି ସବୁ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ।

କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟେଲ ଆହୁରି ମଧ୍ୟ କହିଛନ୍ତି କି ଜାତୀୟ ଖାଦ୍ଯ ସୁରକ୍ଷା ଅଧିନିୟମ ଅନୁଯାୟୀ ଚାଉଳ କିଲୋ ପ୍ରତି 3 ଟଙ୍କା, ଗହମ କିଲୋ ପ୍ରତି 2 ଟଙ୍କା, ମୋଟା ଶସ୍ଯ କିଲୋ ପ୍ରତି 1 ଟଙ୍କା ମୂଲ୍ୟ ରେ ସରକାର ଦେଉଛନ୍ତି । ତେବେ ଏହାକୁ ଡିସେମ୍ବର 2023 ସଂପୂର୍ଣ୍ଣ ଭାବେ ମାଗଣା ପ୍ରଦାନ ଲାଗି କାର୍ଯ୍ୟ କାରୀ କରାଯିବ । ଫଳରେ 81.3 କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ ।

ତେବେ ଏହା ପୂର୍ବରୁ 2022 ମସିହା ଦୀପାବଳି ଅବସର ରେ ସାଧାରଣ ଜନତା ଙ୍କୁ ନରେନ୍ଦ୍ର ମୋଦୀ ବଡ ଭେଟି ଦେଇଥିଲେ । 2022 ବର୍ଷ ରେ ଦୀପାବଳି ପୂର୍ବରୁର 80 କୋଟି ଲୋକଙ୍କୁ କେନ୍ଦ୍ର ସରକାର ଏହି ଉପହାର ଦେଇଥିଲେ । ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ୟ ଯୋଜନା ଅବଧି 3 ମାସ ବୃଦ୍ଧି କରା ଯାଇଥିଲା ।

ମାଗଣା ରାସନ ଯୋଜନାର ଅବଧି କୁ ଆଉ 3 ମାସ ବୃଦ୍ଧି କରିବାକୁ ସରକାର ନିସ୍ପତି ନେଇଥିଲେ 2022 ବର୍ଷ ରେ । ତେବେ ପୁଣି ଥରେ ମାଗଣାରେ ରାସନ ମିଳୁଥିବା ଖବର ଆସିବା ପାଇଁ ଖାଉଟି ଙ୍କ ମନ ବେସ ଖୁସି ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *