ରାଶି ଅନୁସାରେ ଜାଣନ୍ତୁ କେଉଁ ରଙ୍ଗର ଗାଡି ଆପଣଙ୍କ ପାଇଁ ଶୁଭ

ଆଜିକାଲି ସମସ୍ତେ ନିଜର ସୁବିଧା ଅନୁସାରେ କାର ଓ ବାଇକ କିଣୁଛନ୍ତି । ଜ୍ୟୋତିଷୀ ହିସାବରେ ପ୍ରତ୍ୟକ ବ୍ୟକ୍ତି ସବୁ ରଙ୍ଗ ସୁ-ଟ କରି ନ ଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ରାଶି ଅନୁସାରେ କହିବୁ କି ଆପଣଙ୍କ ପାଇଁ କେଉଁ ରଙ୍ଗର ଗାଡି ଶୁଭ ହେବ । ଆସନ୍ତୁ ଜାଣିବା କେଉଁ ରାଶିର ଲୋକମାନେ କେଉଁ ରଙ୍ଗର ଗାଡି କିଣିବା ଉଚିତ ।

ମେଷ

ମେଷ ରାଶିର ଲୋକମାନଙ୍କ ପାଇଁ ଧଳା, ହାଲୁକା ସବୁଜ, ଗୋଲାପି ରଙ୍ଗର ଗାଡି ଶୁଭ ହୋଇଥାଏ । ସେଥିପାଇଁ ଏହି ରାଶିର ଲୋକମାନେ ଏମାନଙ୍କ ମଧ୍ୟରୁ କୌଣସି ବି ରଙ୍ଗର ଗାଡି କିଣି ପାରିବେ । ଏହା ଛଡା ମେଷ ରାଶିର ଲୋକମାନେ ଭୁଲରେ ବି କଳା ରଙ୍ଗର ଗାଡି କିଣିବା ଉଚିତ ନୁହେଁ ।

ବୃଷ

ହାଲୁକା ଗୋଲାପି, କ୍ରିମ ରଙ୍ଗ, କଳା, ଧଳା ଓ ଗଭୀର ନୀଳ ରଙ୍ଗ ଶୁଭ ହୋଇଥାଏ ଏହି ରାଶିମାନଙ୍କ ପାଇଁ । ନାଲି ରଙ୍ଗର ଗାଡି ଭୁଲରେ କିଣିବେ ନାହିଁ ।

ମିଥୁନ

ଏହି ରାଶିଙ୍କ ପାଇଁ ହଳଦିଆ, କଳା, ଗୋଲାପି, ନାଲି ଧଳା କିମ୍ବା ଏହି ରଙ୍ଗ ଭଳି ଗାଡି କିଣିବା ଉଚିତ ।

କର୍କଟ

କର୍କଟ ରାଶିର ଲୋକମାନେ ନୀଳ, ଧଳା, ଗଭୀର ସବୁଜ ଓ ହାଲୁକା ହଳଦିଆ ରଙ୍ଗର ଗାଡି କିଣି ପାରିବେ । କଳା ରଙ୍ଗର ଗାଡି କେବେ ବି କିଣିବେ ନାହିଁ ।

ସିଂହ

ସିଂହ ରାଶିର ଲୋକମାନଙ୍କ ପାଇଁ ନାରଙ୍ଗି, କେସରିଆ ରଙ୍ଗ, ଅଳ୍ପ ହଳଦିଆ ରଙ୍ଗ, ବାଇଗିଣୀ, ଗୋଲ୍ଡେନ କିମ୍ବା ନାଲି ରଙ୍ଗ ଶୁଭ ହୋଇଥାଏ ।

କନ୍ୟା

କନ୍ୟା ରାଶିର ଲୋକମାନେ କୌଣସି ବି ରଙ୍ଗର ଗାଡି କିଣି ପାରିବେ । କିନ୍ତୁ ଆପଣଙ୍କ ପାଇଁ କଳା ଓ ସବୁଜ ରଙ୍ଗର ଗାଡି ଅଧିକ ଲାଭଦାୟକ ହୋଇଥାଏ ।

ତୁଳା

ତୁଳା ରାଶି ପାଇଁ ଧଳା କିମ୍ବା ଗଭୀର ନାଲି ରଙ୍ଗ ଭଲ ହୋଇଥାଏ । ଏହା ଛଡା ନୀଳ ରଙ୍ଗ, ଗୋଲାପି ରଙ୍ଗର ଗାଡି ବି କିଣି ପାରିବେ ।

ବିଚ୍ଛା

ବିଚ୍ଛା ରାଶିର ଜାତକମାନଙ୍କ ପାଇଁ ବାଇଗଣି, ସବୁଜ ଓ କଳା ରଙ୍ଗର ଗାଡି ଲାଭଦାୟକ ହୋଇଥାଏ ।

ଧନୁ

ଧନୁ ରାଶିର ଲୋକମାନଙ୍କ ପାଇଁ ସବୁଜ, ନୀଳ, ହଳଦିଆ, ନାରଙ୍ଗି ଶୁଭ ହୋଇଥାଏ । କିନ୍ତୁ ଆପଣମାନେ କଳା ରଙ୍ଗ ଠାରୁ ଦୂରେଇ ରୁହନ୍ତୁ ।

ମକର

ଏହି ରାଶିର ଲୋକମାନଙ୍କ ପାଇଁ ପାଉଁଶିଆ, ନୀଳ ରଙ୍ଗର ଗାଡି କିଣିବା ଶୁଭ ହୋଇଥାଏ । ନାଲି ରଙ୍ଗ ଆପଣଙ୍କ ପାଇଁ ଦୁର୍ଭାଗ୍ୟର ପ୍ରତୀକ ଅଟେ ସେଥିପାଇଁ ନାଲି ରଙ୍ଗ ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ

କୁମ୍ଭ ରାଶିର ଲୋକମାନଙ୍କ ପାଇଁ କଳା, ନୀଳ, ବାଇଗିଣୀ ତଥା ସବୁଜ ରଙ୍ଗ ଶୁଭ ହୋଇଥାଏ ।

ମୀନ

ମୀନ ରାଶିର ଲୋକମାନଙ୍କ ପାଇଁ ଗୋଲାପି, ହଳଦିଆ ତଥା ଗାଢା ନୀଳ ରଙ୍ଗର ଗାଡି ଅଧିକ ଉପଯୁକ୍ତ ଅଟେ । ସବୁଜ ରଙ୍ଗ ଗାଡି ଠାରୁ ଦୂରେଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *