ଆଜି ଆମେ ଆପଣଙ୍କୁ ସୋମବାର ଦିନ ୭ ଡିସେମ୍ବର ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।
ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଅପାନ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :
ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ଆପଣଙ୍କ ପ୍ରଭାବ ଲୋକମାନଙ୍କ ଉପରେ ପଡିବ । କୌଣସି ନୂଆ କମ୍ପାନୀରେ ଚାକିରିର ପ୍ରସ୍ତାବ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆର୍ଥିକ ଲାଭର ଯୋଗ ରହିଛି । ଜନ ସାଧାରଣଙ୍କର ଓ ସମ୍ପର୍କୀୟଙ୍କର କଲ୍ୟାଣ ଭାଜନ ହେବେ। ସୁଖ ସମ୍ମାନ ମିଳିବ। କର୍ତ୍ତବ୍ୟ ନିଷ୍ଠ ହେବେ। ଉତ୍ତମ ଭୋଜନ ମିଳିବ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ ହେବେ।
ବୃଷ:
ଧନ ସମ୍ବନ୍ଧିତ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ନୂଆ ପରିଯୋଜନାର ଅନୁବନ୍ଧ ମିଳିପାରେ । ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ । ହଠାତ ଧନପ୍ରାପ୍ତିର ଯୋଗ ରହିଛି। ଆୟ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ ମିଳିବାର ଯୋଗ ରହିଛି। ସନ୍ତାନ ଓ ଜୀବନସାଥୀଙ୍କ ସହଯୋଗ ପାଇବେ।
ମିଥୁନ:
ଆପଣଙ୍କ କଥାକୁ ଅନ୍ୟମାନେ ଖରାପ ଅର୍ଥରେ ନେଇପାରନ୍ତି। ଶାରୀରିକ କଷ୍ଟ ମନକୁ ଅସ୍ୱସ୍ଥ କରିପାରେ। ପାରିବାରିକ ବିବାଦ ବଢ଼ିପାରେ। ଆଖି ସମସ୍ୟା ଦେଖା ଦେଇପାରେ। ଅଯଥା ଖର୍ଚ୍ଚ ବଢ଼ିବ। ଆଧ୍ୟାତ୍ମିକ ଚିନ୍ତା କରନ୍ତୁ, ମନକୁ ଶାନ୍ତି ମିଳିବ। ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ।

କର୍କଟ:
ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ମହିଳାମାନେ ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ । ପାରିବାରିକ ସ୍ତରରେ ଭୁଲ ବୁଝାମଣାର ସମାଧାନ ହୋଇ ଉନ୍ନତିମୂଳକ ପଦକ୍ଷେପନେବେ । ଶରୀର ସୁସ୍ଥ ହେବାର ସମ୍ଭାବନା ଅଛି । ତୀର୍ଥାଟନ କରି ଯାତ୍ରା କାଳରେ ଯନ୍ତ୍ରଣା ଭୋଗିବେ । କ୍ରୋଧ ନିୟନ୍ତ୍ରଣ ନ ରଖିଲେ ଅନେକ କ୍ଷତି ହେବ । କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁଁ ଅଶାନ୍ତି ଲାଗିବ ।
ସିଂହ :
ଆଜି ଅନେକ କିଛି ନୂଆ କାର୍ଯ୍ୟ କରିବେ । ବ୍ୟବସାୟରେ ନୂଆ ନିବେଶର ସମ୍ଭାବନା ରହିଛି । ସରକାରୀ ଚାକିରିଆ ଅଶାନ୍ତିରେ ରହିପାରନ୍ତି । ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି । ଅଚାନକ ଖୁସି ଖବର ମିଳିବା ଫଳରେ ପରିବାରରେ ଆନନ୍ଦର ବାତାବରଣ ଖେଳିଯିବ । ବିଦ୍ୟାର୍ଥୀ ଆଜି ଅଧ୍ୟୟନରେ ଧ୍ୟାନ ଦେବେ । ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ । ବିଭିନ୍ନ ପ୍ରକାର ସ୍ଥିତିର ମୁକାବିଲା କରିବାରେ ସକ୍ଷମ ହେବେ । ଆୟ ବୃଦ୍ଧିର ନୂଆ ରାସ୍ତା ଖୋଲିବ । କୌଣସି ବନ୍ଧୁଙ୍କ ସହିତ ସମୟ ବିତେଇବେ । ପାରିବାରିକ ଶାନ୍ତି ବଜାୟ ରହିବ । କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ ।
କନ୍ୟା :
ବ୍ୟବସାୟରେ ସାମାନ୍ୟ ଲାଭ ଓ ବକେୟା ଅର୍ଥ ଆଦାୟ ହେବ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବର ଅଭାବ ଦେଖାଦେବ । ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ । ଶତୃମାନେ ମଥାନତ କରିବେ । ପୁରାତନ ରୋଗର ଉପସମ ଓ ବନ୍ଧୁ ସମାଗମ ହେବ । ବନ୍ଧୁଙ୍କର ମାଙ୍ଗଳିକ କାର୍ଯ୍ୟର ଦାୟିତ୍ୱ ନେଇ ଧାଁ ଦଉଡ଼ କରିବା ଫଳରେ କଷ୍ଟ ସ୍ୱୀକାର କରିବେ ।

ତୁଳା:
ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା ମନା। ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ। ବିପଦ ଏଡ଼ାଇ ଆଗକୁ ବଢ଼ି ପାରନ୍ତି। ଯଶସ୍ୱୀ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ଯଶ ଅର୍ଜନ କରି ସୁଖ ଭୋଗ କରିବେ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ।
ବିଛା:
ତରବାରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡକୁ ନଜର ଦେଇ କର୍ମ କରିବା ଉଚିତ୍ । କର୍ମକ୍ଷେତ୍ରରେ ଅସନ୍ତୋଷ, ଭ୍ରମଣକାଳରେ କ୍ଲେଶ, ସହକର୍ମୀଙ୍କ ସହ ବିବାଦ ସୃଷ୍ଟି ହେବ । ଭୟ ସତ୍ତ୍ୱେ ଜୟ, ନାନା ସମସ୍ୟାର ସମ୍ମୁଖୀନ ହେବେ । ହାତକୁ ନେଇଥିବା କାର୍ଯ୍ୟଟି କଠିନ ପରିଶ୍ରମ କରିବାକୁ ପଡିବ । କର୍ମ କ୍ଷେତ୍ରରେ ବ୍ୟସ୍ତତା ଅନୁଭବ କରିବେ । ପ୍ରତ୍ୟେକ କର୍ମରେ ବାଧା ସୃଷ୍ଟି ହେଲେ ମଧ୍ୟ ସଫଳ ହେବେ ।
ଧନୁ:
ବ୍ୟବସାୟ ଆରମ୍ଭ କରିବାକୁ ଆଜିର ଦିନଟି ଆପଣଙ୍କ ପାଇଁ ଭଲ। କାର୍ଯ୍ୟରେ ସଫଳତା ପାଇବେ। ପରୋପକାର ଭାବନା ରହିବ। ଆମୋଦ ପ୍ରମୋଦରେ ଦିନଟି କଟିବ। ଚାକିରି ଓ ବ୍ୟବସାୟରେ ଉନ୍ନତି ଘଟିବ। ଆଜିର ଦିନଟି ଆପଣଙ୍କୁ ମିଶ୍ରଫଳ ଦେବ। ବୌଦ୍ଧିକ କାର୍ଯ୍ୟ ଓ ବ୍ୟବସାୟରେ ନୂଆ ବିଚାରଧାରା ଆଣିପାରନ୍ତି। ଲେଖା ଓ ସାହିତ୍ୟରେ ରୁଚି ବଢ଼ିବ। ଶାରୀରିକ ଦୃର୍ବଳତା ରହିବ।

ମକର:
ପରିବାରରେ ସୁଖ ଶାନ୍ତି ଓ ସାମଞ୍ଜସ୍ୟ ବାତାବରଣ ରହିବ । ବ୍ୟବସାୟରେ ଯେତେ ପରିଶ୍ରମ କରିବେ ସେତେ ଲାଭ ବାନ୍ ହେବେ । ଉଚ୍ଚ ଶିକ୍ଷାପାଇଁ ସୁଯୋଗ ପାଇବେ । ସ୍ୱାସ୍ଥ୍ୟ ଠିକ୍ ରହିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ ।
କୁମ୍ଭ :
ସାମାଜିକ କ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି ଓ ପ୍ରଶଂସିତ ହେବେ । ଅଚାନକ ଧନପ୍ରାପ୍ତି, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବେ । ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ । ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସି ହେବେ । ଜନସେବାରେ ନିଜକୁ ନିୟୋଜିତ କରିବେ । କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁଁ ଶାନ୍ତି ପାଇବେ ।
ମୀନ :
ଆଜି ଆପଣଙ୍କ ମଧୁର ବ୍ୟବହାରରେ ନୂଆ ଲକ୍ଷ୍ୟ ହାସଲ କରିନେବେ । ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ବଢିବ । ଆର୍ଥିକ ଚିନ୍ତା ଦୂର ହେବ । ପରିବାରରେ କୌଣସି ବଡ ଖୁସି ଆସିପାରେ । ଶାରୀରିକ ଓ ମାନସିକ ଭାବେ ଶାନ୍ତି ପାଇବେ । ଆଜି ଆପଣ ଯାହା କାମ କରିବେ ସବୁରେ ସକାରାତ୍ମକ ଦୃଷ୍ଟିକୋଣ ରଖିବା ଜରୁରୀ ।