ଗୁରୁବାର 29 ଜାନୁୟାରୀ ୨୦୨୧ ସନ୍ତୋଷୀ ମାଙ୍କ କୃପାରୁ ଆଜି ଏହି 6 ଟି ରାଶିର ବଦଳିଯିବ ଭାଗ୍ୟ

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ:

ବ୍ୟବସାୟରେ ଭାଗିଦାରୀମାନଙ୍କଠାରୁ ସାହାଯ୍ୟ ପାଇ ଭୂମି, ଧନ, ଗୋମାତା ପ୍ରାପ୍ତିହେବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ରାଜନୀତିକ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ପ୍ରତିଷ୍ଠା ବୃଦ୍ଧିହେବ । ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇବେ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ ଓ ଆର୍ଥିକସ୍ଥିତି ଭଲ ରହିବ । ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ ।

ବୃଷ:

ମିତ୍ରମାନେ ପରାମର୍ଶ ଦେଇ କିଛି ଉନ୍ନତି ମୂଳକ କାମପ୍ରତି ପ୍ରଲୋଭିତ କରିବେ । ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଲାଭବାନ ହେବେ । ଘରୋଇ କର୍ମଚାରୀଙ୍କର କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ । ମାନସିକ ଅଶାନ୍ତି ଦୂର ହେବ । ସାର୍ବଜନୀନ ସମ୍ପର୍କରେ ବିକଶିତ ହେବ ଓ ସୁଖ ଶାନ୍ତି ମିଳିବ । ବ୍ୟକ୍ତିଗତ ବାଦ ବିବାଦଠାରୁ ଦୂରେଇ ରହିବା ଉଚିତ । ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗଦାନ ଏବଂ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ଲୋକମାନଙ୍କ ସହିତ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ । ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣ ଯୋଗେ ବ୍ୟଥିତ ହେବେ ।

ମିଥୁନ:

ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭ, ସନ୍ତାନମାନଙ୍କର ଉନ୍ନତି, ନୂତନ ବାହନ, ଗୃହ ଆଦି ଲାଭ ହେବାର ସମ୍ଭାବନା ଅଛି । ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ । ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ ତେଣୁ ସମୟକୁ ହାତ ଛଡ଼ା ନ କରିବା ଉଚିତ୍ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଦୂରଯାତ୍ରା ସୁଯୋଗ ପାଇବେ । ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ।

କର୍କଟ :

ଆଜି ପାରିବାରିକ ଦାଇତ୍ବ ବଢିବାକୁ ଲାଗିବ, ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଅନ୍ୟ ଲୋକଙ୍କ ସାହାଜ୍ଯ ଦ୍ଵାରା ଆପଣ ଆଜି ଲାଭ ପ୍ରାପ୍ତ କରିବେ, ସରକାରୀ ଲାଭ ପ୍ରାପ୍ତି କରିବେ, ନୂଆ କାର୍ଯ୍ୟ ଆରମ୍ଭ କଲେ ଆପଣଙ୍କୁ ଲାଭ ପ୍ରାପ୍ତ ହୋଇବ । ଅଳପ ବହୁତ ଅସୁବିଧା ପାଇଁ ମନ ଚିନ୍ତା ରେ ରହିବ କିନ୍ତୁ ପରେ ସବୁ ଠିକ ରହିବ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତ ରୁହନ୍ତୁ ।

ସିଂହ :

ନିଜ ମନକୁ ଆଜି କେନ୍ଦ୍ରିତ କରିବା ପାଇଁ ଚେଷ୍ଟା କରନ୍ତୁ ଏହା ଦ୍ଵାରା ଆପଣଙ୍କ ଜୀବନରେ ବହୁତ କିଛି ବଦଳିଯିବ । ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବିବାହିତ ଜୀବନ ପାଇଁ ସମୟ ବହୁତ ସଠିକ ଚାଲୁଛି । ଆଜି ଆପଣଙ୍କ ମନ ଧାର୍ମିକ ରହିବ ଏବଂ ଧାର୍ମିକ କାର୍ଯ୍ୟ କଲେ ଆପଣଙ୍କ ମନ ଶାନ୍ତି ପ୍ରାପ୍ତ କରିବ ।

କନ୍ୟା :

ଆଜି ଆପଣ କିଛି ସଂଘର୍ଷ ସାମ୍ନା କରିବେ, ଏହା ଦ୍ଵାରା ସଫଳତା ପ୍ରାପ୍ତ ହବ ଏବଂ ଖୁସି ପ୍ରାପ୍ତ ହବ, ଆଜି ଦିନ ଆପଣଙ୍କ ପାଇଁ ଭଲ ହୋଇବ, ଗଣେଶ ଭଗବାନଙ୍କ କୃପାରୁ ଆଜି ଆପଣଙ୍କ ଜୀବନରୁ ସବୁ ବିନାଶକାରୀ ଶକ୍ତି ଦୂର ହୋଇଯିବେ, ଆପଣଙ୍କ ଉପରେ ନୂଆ ଦାଇତ୍ଵ ଭାର ଆସି ପାରେ । ଆଜି ଦିନ ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ, ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ ।

ତୁଳା :

ଆଜି ଆପଣଙ୍କ ଜୀବନ ରେ ସବୁ ପ୍ରକାର ସୁଖ ପ୍ରାପ୍ତ କରିବେ । ମାଁ ବାପାଙ୍କ ଦ୍ଵାରା କିଛି ଭଲ ଅନୁଭବ ପାଇପାରିବେ, ଯାହା ଦ୍ଵାରା ଆପଣଙ୍କୁ ଲାଭ ହବ । ସମୟ ସଠିକ ଭାବରେ ଉପଯୋଗ କରନ୍ତୁ ଏହା ଆପଣଙ୍କ ପାଇଁ ବହୁତ ମୂଲ୍ଯବାନ ଅଟେ, କାମରେ ଆଜି ଆପଣଙ୍କୁ ଥକା ଓ ଚିଟା ଲାଗିବ, ଆଜି ଠାରୁ କିଛି ଦିନ ପର୍ଜନ୍ତ ଆପଣଙ୍କୁ ଖର୍ଚ କମ କରିବାକୁ ପଡିବ ।

ବିଛା :

ଆଜି ଆପଣଙ୍କ ଖର୍ଚ ନିୟନ୍ତ୍ରଣରେ ରହିବ, ରୋଜଗାର କ୍ଷେତ୍ରରେ ପରିଶ୍ରମ କରିବା ବହୁତ ଆବଶ୍ୟକ ଅଟେ, ଆଜି ଆପଣଙ୍କୁ କୌଣସି ମହତ୍ଵପୂର୍ଣ କାମରେ ସଫଳତା ପ୍ରାପ୍ତ ହବ, ବହୁତ ଶତ୍ରୁ ହେଲେ ମଧ୍ୟ ଅନ୍ତିମ ରେ ଆପଣଙ୍କ ବିଜଯ ହବ, ସଫଳତା ପ୍ରବଳ ଯୋଗ ଅଛି । ଆଜି ନୂଆ କାର୍ଯ୍ୟ ଆରମ୍ଭ କଲେ ତାହା ସଫଳ ହବ ନାହିଁ, ପ୍ରେମ ସମ୍ପର୍କ ପାଇଁ ସମୟ ସଠିକ ଅଟେ କିନ୍ତୁ ନିଜ ବା ସନ୍ତାନ ଶିକ୍ଷା ପାଇଁ ଆପଣଙ୍କୁ ଚିନ୍ତା ରହିବ ।

ଧନୁ :

ଆଜି ଆପଣଙ୍କ ମନ ରେ ଆସା ନିରାଶା ମିଶ୍ରଣ ଭାବ ମନ ରେ ଆସିବ, ଆଜି ଆପଙ୍କ କିଛି ନୂଆ କାମ ଶିଖିବା ପାଇଁ ଅବସର ପ୍ରାପ୍ତ କରିବେ । ଆଜି ଦିପହର ପରେ ହଟାତ କିଛି ଖୁସି ଖବର ପ୍ରାପ୍ତ ହୋଇ ପାରେ, ଆର୍ଥିକ ରୂପରେ ଆଜି ଦିନ ଆପଣଙ୍କ ପାଇଁ ସମୃଦ୍ଧ ରହିବ, ଆଜି କରା ଯାଇ ଥିବା କାର୍ଯ୍ୟ ଆପଣଙ୍କ ପାଇଁ ଲାଭକାରୀ ଅଟେ ।

ମକର:

ବାକିଥିବା କାର୍ଯ୍ୟ ସଫଳତାପୂର୍ବକ ସମ୍ପନ୍ନ ହେବାରୁ ସନ୍ତୁଷ୍ଟି ମିଳିବ । କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ । କିଛି ଏମିତି ଲୋକଙ୍କ ସହିତ ମିଳନ ହେବ ଯେ ସେମାନେ ବିକାଶ ଧାରାରେ ସାମିଲ ହେବେ । ଅପେକ୍ଷା କରିଥିବା କାମର ଶୁଭସୂଚନା ମିଳିବ । ଅତିରିକ୍ତ ଆୟର ଦରକାର ଅନୁଭବ ହେବ ।

କୁମ୍ଭ:

ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତକାର୍ଯ୍ୟରେ ସଫଳତା ମିଳିବ । ଧନଧାନ୍ୟ, ଗୋସଂପଦ, ଭୂମି, ବସ୍ତ୍ର ଆଭୂଷଣ, ବାହାନାଦି ପ୍ରାପ୍ତି ହେବ । ବ୍ୟବସାୟ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ ।

ମୀନ:

ସ୍ୱାସ୍ଥ୍ୟ ଦୃଷ୍ଟିକୋଣରେ ସୁଧାର ଆସିବ । ସୁଖ ଶାନ୍ତି, ଯଶ ଲାଭ, ନୂତନ ବାହନଆଦି ପ୍ରାପ୍ତି ହେବ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଆମୋଦପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ । ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ ।

Leave a Reply

Your email address will not be published. Required fields are marked *