ଶୁକ୍ରବାର 6 ଡିସେମ୍ବର 2019 – ଏହି ୫ଟି ରାଶିଙ୍କୁ ଧନ, ବଳ ଏବଂ ସୁଖ ସମୃଦ୍ଧି ଦେବା ପାଇଁ ୩ଟି ଗ୍ରହ ଏକତ୍ର ହେବେ

ରାଶିଫଳ ଆମ ଜୀବନରେ ବହୁତ ମହତ୍ଵ ରଖେ, ଦୈନଦିନ ଘଟିବାକୁ ଥିବା ସୂଚନା ଏହା ଆମକୁ ଦେଇଥାଏ । ଆମେ ଆମ ରାଶିଫଳ ଜରିଆରେ ଆଗକୁ ହେବାକୁ ଥିବା ଘଟଣା ବିଷୟରେ ଜାଣିପାରୁ । ଯାହା ପାଇଁ ଯଦି କିଛି ଖରାପ ହେବାକାଉ ଥାଏ ସେଥି ପ୍ରତି ସାବଧାନ ରହୁ ବା କିଛି ପ୍ରତିକାର କରାଇ ନେଉ । ଏହି ରାଶିଫଳ ସାହାଯ୍ୟରେ ଆମେ ସ୍ୱାସ୍ଥ୍ୟ, କର୍ମ, ଶିକ୍ଷା, ପରିବାର ବିଷୟରେ ଅନେକ ସୂଚନା ପାଇଥାଉ । ଆପଣ ମଧ୍ୟ ଜାଣି ବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ ରାଶି :

ଆଜି ଘର କାମରେ ବୃଦ୍ଧି ହବ, ଆଜି ଦିନ ଆପଣଙ୍କ ପାଇଁ ବହୁତ ବ୍ୟସ୍ତ ରହିବ ଯାହା ଦ୍ଵାରା ଆପଣ ନିଜ ଜୀବନସାଥୀ ସହ ଭଲରେ କଥା ମଧ୍ୟ ହୋଇ ପାରିବେ ନାହିଁ । ସମସ୍ତେ ଆପଣଙ୍କ ଉପରେ ଖୁସି ରହିବେ, ପ୍ରେମ ସମ୍ବନ୍ଧ ପାଇଁ ଆଜି ଦିନ ବହୁତ ଭଲ ଓ ସୁଖମୟ ଅଟେ । କିଛି ଅନିଷ୍ଠ ହୋଇ ପାରେ ସାବଧାନ ରୁହନ୍ତୁ ।

ବୃଷ ରାଶି :

ଆଜି ଆପଣଙ୍କ ଦିନ ବହୁତ ବ୍ୟସ୍ତ ଏବଂ କଠିନ ହୋଇ ପାରେ, ଆପଣ ଯେଉଁ କାମ ହାତରେ ନେଇ ଛନ୍ତି ତା ବିଷୟରେ ଗଭୀରତା ରେ ବିଚାର କରନ୍ତୁ । ପ୍ରେମ ସମ୍ପର୍କ ଭଲ ରହିବ, ବିଦ୍ୟାର୍ଥୀମାନଙ୍କ ପାଇଁ ଦିନ ଅତ୍ୟନ୍ତ ଶୁଭ ଅଟେ । କିଛି ସରକାରୀ କାମ ଯାହା ଅଟକିଥିବ ଆଜି ପୂର୍ଣ ହୋଇ ପାରେ, ଆପଣଙ୍କ ମନ ପସନ୍ଦ ଜିନିଷ ଆପଣ ଉପହାର ରେ ପାଇ ପାରନ୍ତି ।

ମିଥୁନ ରାଶି :

ଅଫିସ କାମ ବହୁତ ଶୀଘ୍ର କରିବା ପାଇଁ ଚେଷ୍ଟା କରି ପାରନ୍ତି, ବିବାହିତ ଲୋକଙ୍କ ଜୀବନ ରେ ସୁଖ ରହିବ, ମହିଳା ଏହି ଦିନ ଶାନ୍ତ ଓ ପବିତ୍ର ରୁହନ୍ତୁ । ଆଜି କଥା ସ୍ପଷ୍ଟ ହବାରୁ ସମସ୍ୟା ସମାଧାନ ହୋଇବ, ଆପଣ ସାଙ୍ଗମାନଙ୍କ ସହ ନୂଆ କାମ ଆରମ୍ଭ କରି ପାରନ୍ତି ଏବଂ ଆପଣ ଏହା ଦ୍ଵାରା ସମସ୍ତଙ୍କ ସମର୍ଥନ ମଧ୍ୟ ପାଇବେ ।

କର୍କଟ ରାଶି :

ଆଜି ବାହାର କାମ ଆପଣଙ୍କ ପାଇଁ ଲାଭକାରୀ ଅଟେ, ଆଜି ପ୍ରଥମେ ସେହି କାମ କରନ୍ତୁ ଯାହା ଆପଣଙ୍କ ପାଇଁ ଅତିଆବଶ୍ୟକ ଅଟେ । ସ୍ୱାସ୍ଥ୍ୟ ବହୁତ ଭଲ ରହିବ, ନୂଆ କାମ ପ୍ରାରମ୍ଭ ପାଇଁ ଏହା ଶୁଭ ସମୟ । କାମକାର୍ଯ୍ୟ ରେ କୌଣସି ପ୍ରକାର ଅସୁବିଧା ଆସିଲେ କିଛି ଶିଖିବା ପାଇଁ ମିଳିବ, ଯେଉଁ ଲୋକ କଳା ପ୍ରେମୀ ଅଛନ୍ତି ତାଙ୍କ ପାଇଁ ଅନେକ ନୂଆ ରାସ୍ତା ଖୋଲିବ ।

ସିଂହ ରାଶି :

ଆଜି କାହା ସହ ଝଗଡା ହୋଇ ପାରେ, ନିଜ କଥା ଉପରେ ଏବଂ ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣ କୌଣସି ଧାର୍ମିକ କାର୍ଯ୍ୟ ପାଇଁ ଯାଇ ପାରନ୍ତି,  ପରିଶ୍ରମ ଫଳ ପ୍ରାପ୍ତ ହେବ, ସାଙ୍ଗ ବା ସମ୍ପର୍କୀୟ ଲୋକଙ୍କୁ ସାହାଯ୍ୟ କରିବାର ଯୋଗ ଅଛି । ଆପଣଙ୍କୁ ନିଜ ଭବିଷ୍ୟତ ବିଷୟରେ ବିଚାର କରିବା ଆବଶ୍ୟକ ଅଟେ ।

କନ୍ୟା ରାଶି :

ଆଜି ଆପଣଙ୍କ ସାଙ୍ଗ ସହାୟକ ହୋଇବେ, ପରିବାର ମଧ୍ୟ ରେ ଅଶାନ୍ତି ଓ ଚିନ୍ତା ରହିବ । ଘର ପରିବାର ସୁଖ ଶାନ୍ତି ନୂଆ ଅସୁବିଧା ପାଇଁ ଭଙ୍ଗ ହୋଇବ, କୌଣସି ପ୍ରିୟ ସାଙ୍ଗ ଦେଖା ହୋଇ ପାରେ । କଥା ଓ ବ୍ୟବହାର ନରମ ରଖିବା ପାଇଁ ଭଗବାନ ଗଣେଶ କୁହନ୍ତି, କୌଣସି ମହତ୍ବପୂର୍ଣ ଲୋକ ଦେଖା ହୋଇ ପାରନ୍ତି । ଏହି ରାଶି ର ବେରୋଜଗାର ଲୋକଙ୍କୁ ଚାକିରି ମିଳିବାର ଯୋଗ ହେଉଛି ।

ତୁଳା ରାଶି :

ଆଜି ଆପଣଙ୍କ ଦାଇତ୍ଵ ବଢି ପାରେ, ବିଦ୍ୟାର୍ଥୀ ନିଜ ପରିଶ୍ରମ ପାଇଁ ନିଶ୍ଚିନ୍ତ ସଫଳ ହେବେ । ଜୀବନସାଥୀ ପୂର୍ଣ ସାହାଯ୍ୟ ପ୍ରାପ୍ତ ହବ, ଆଜି ଦିନ ସ୍ତ୍ରୀ ଲୋକଙ୍କ ପାଇଁ ଲାଭକାରୀ ଅଟେ । ସମସ୍ତଙ୍କ କଥା ଧ୍ୟାନ ଦେଇ ଶୁଣନ୍ତୁ ଏବଂ ସମସ୍ତଙ୍କର ସମାନ ମଧ୍ୟ କରନ୍ତୁ, ସମସ୍ତେ ମିଳି ମିସି ପରିଶ୍ରମ କଲେ ସଫଳତା ନିଶ୍ଚିନ୍ତ ମିଳିବ ।

ବିଛା ରାଶି :

ଧାର୍ମିକ କାମ ପାଇଁ ମନ ଧ୍ୟାନ ଦେଇ କାମ କରନ୍ତୁ, ଅଟକିଥିବା ସବୁ କାର୍ଯ୍ୟ ପୂର୍ଣ ହବ । ମାନସିକ ଚିନ୍ତା ସ୍ୱାସ୍ଥ୍ୟ ଖରାପ କରି ପାରେ, ବ୍ୟବସାୟ କ୍ଷେତ୍ର ରେ ଆପଣ ବହୁତ କଷ୍ଟ ଓ ପରିଶ୍ରମ କରିବେ । ଆପଣ ଯେତିକି ପରିଶ୍ରମ କରିବେ ସେତିକି ଫଳ ପାଇ ପାରିବେ । ଗାଈ କୁ ରୁଟି ଖୁଆନ୍ତୁ ଆପଣଙ୍କ ସବୁ ପ୍ରକାର ଅସୁବିଧା ଦୂର ହବ ।

ଧନୁ ରାଶି :

ଆଜି ଆପଣ ଅନ୍ୟ ଲୋକଙ୍କ ଆଗରେ ନିଜ କଥା ରଖି ପାରିବେ, ଯାତ୍ରା ଆପଣଙ୍କ ପାଇଁ ସୁଖମୟ ଏବଂ ବ୍ୟବସାୟ ପାଇଁ ନୂଆ ରାସ୍ତା ଦେଖେଇବ । ନୂଆ କାମ ପାଇଁ ଅସୁବିଧା ହୋଇପାରେ କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ କାମ ହୋଇଯିବ । ଯଦି ଆପଣ ଅହିଂସା କାମ କରୁଛନ୍ତି ତେବେ ଫଳ ପାଇଁ ପ୍ରସ୍ତୁତ ରୁହନ୍ତୁ, ଧନ ଖର୍ଚ ଭାବି ଚିନ୍ତି କରନ୍ତୁ ।

ମକର ରାଶି :

ଆଜି ଆପଣଙ୍କ ଆତ୍ମବିଶ୍ଵାସ ବଢିବ, ଉଚ୍ଚ ପଦ ଅଧିକାରୀମାନଙ୍କ ଦ୍ଵାରା ପ୍ରୋତ୍ସାହନ ପାଇବେ । ଆପଣଙ୍କ ଜୀବନ ବଦଳି ପାରେ ଯୋଗ ହେଉଛି, ଭାଗ୍ୟ ସାହାଯ୍ୟ କରି ପାରେ । ପାରିବାରିକ ସମ୍ବନ୍ଧ ଆପଣଙ୍କ ଶକ୍ତି ବଢେଇବ, କାହାକୁ ଧନ ଉଧାର ଦିଅନ୍ତୁ ନାହିଁ । ଆପଣଙ୍କୁ କୌଣସି ଭଲ କମ୍ପନୀରୁ ଚାକିରି ପାଇଁ ସନ୍ଦେଶ ଆସି ପାରେ ।

କୁମ୍ଭ ରାଶି :

ଆଜି ଚାକିରି ଓ ବ୍ୟବସାୟ ରେ ଅସୁବିଧା ହୋଇ ପାରେ, ଉଚ୍ଚ ପଦ ଲୋକଙ୍କ ସହ ଝଗଡା କରିବା ଉଚିତ ନୁହଁ । ଦିନ ଭଲ ଭାବରେ କଟିବା ପାଇଁ ସାଙ୍ଗମାନେ ବା ପରିବାର ଲୋକଙ୍କ ସହ ସମୟ ବିତାନ୍ତୁ ଦିନ ମଙ୍ଗଳ ମୟ ହେବ । ଆଜି ଆପଣଙ୍କ ଲାଭ ହବାର ଯୋଗ ଅଛି, ନୂଆ ଲୋକଙ୍କ ସହ ସମ୍ବନ୍ଧ ହୋଇବ ।

ମୀନ ରାଶି :

ଆଜି ଆପଣଙ୍କ ଜୀବନ ସବୁ ପ୍ରକାର ଅସୁବିଧା ଦୂର ହେବ, ମିଥ୍ୟା ଆରୋପ ଲାଗିବାର ସମ୍ଭାବନା ଅଛି । ଆପଣଙ୍କ ପାଇଁ ଧର୍ଯ୍ୟ ଓ ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ ଅଟେ । ପରିବାର ଦାଇତ୍ଵ ଉପରେ ଧ୍ୟାନ ଦବା ଅତି ଆବଶ୍ୟକ ଅଟେ, ଆପଣଙ୍କ କାର୍ଯ୍ୟ ଦେଖି ଉପର ଅଧିକାରୀ ପ୍ରଭାବିତ ହେବେ ।

Leave a Reply

Your email address will not be published. Required fields are marked *