ନମସ୍କାର ବନ୍ଧୁଗଣ । ଆପଣ ମାନେ ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝା ଙ୍କ ମୃତ୍ୟୁ ମାମଲା ବିଷୟରେ ନିଶ୍ଚିନ୍ତ ଭାବେ ଜାଣିଥିବେ । ତେବେ ରଶ୍ମୀରେଖା ଗତ କିଛି ଦିନ ତଳେ ନିଜେ ରହୁଥିବା ଭଡା ଘରେ ଆତ୍ମହତ୍ୟା କରିଥିବ ଘଟଣା କୁ ସାରା ଅଞ୍ଚଳ ରେ ଚାଞ୍ଚଲ୍ୟ କର ସ୍ଥିତି ଦେଖା ଯାଇଥିଲା । ତେବେ ତାଙ୍କର ପୁରୁଷ ବନ୍ଧୁ ତଥା ସ୍ଵାମୀ ସନ୍ତୋଷ ପାତ୍ର ଙ୍କୁ ତାଙ୍କ ମୃତ୍ୟୁ ମାମଲାରେ ସନ୍ଦେହ କରି ପୋଲିସ ପଚରାଉଚରା ମଧ୍ୟ କରିଥିଲା । ଯାହାକୁ ଖୁବ ଚର୍ଚ୍ଚା ଜୋର ଧରିଥିଲା । କାରଣ ରଶ୍ମୀ ମୃତ୍ୟୁ ପୂର୍ବରୁ ଏକ ହାତ ଲେଖା ଚିଠି ଛାଡି ଯାଇଥିଲେ ।
ଯେଉଁଥିରେ ଲେଖାଥିଲା କି ସନ୍ତୋଷ କୁ ଦୋଷ ଦେବ ନାହି ବାପା ମୁଁ ତାଙ୍କୁ ବହୁତ ଭପ ପାଏ ତାଙ୍କର କିଛି ହେଲେ ମୁଁ କାହାକୁ ଛାଡିବି ନାହି । ଯାହାକୁ ଆଧାର କରି ପୋଲିସ ସନ୍ତୋଷ ଙ୍କୁ ତଦନ୍ତ କରିବା ଆରମ୍ଭ କରିଥିଲା । କିନ୍ତୁ ବର୍ତ୍ତମାନର ବଡ ଖବର ଗତ କାଲି ରାତିରେ ୧୦ ତା ୩୦ ମିନିଟ ରେ ସନ୍ତୋଷ ପାତ୍ର ନିଜ ବାସ ଭାବନ ରାଉରକେଲା ଠାରେ ନିଜ ରୁମ ରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ।
ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ତେବେ ନିଜ ପୁଅର ମୃତ୍ୟୁ ମାମଲାକୁ ନେଇ ସନ୍ତୋଷ ଙ୍କ ବାପା କହିଛନ୍ତି ଯେ ସେ ଭୁବନେଶ୍ଵର ରେ ଥିବା ବେଳେ ଗୋଟେ ଝିଅ ପ୍ରେମରେ ପଡିଥିଲା ଆଉ ତାକୁ ବାହା ହେବ ବୋଲି ମଧ୍ୟ କହୁଥିଲା । ଏହା ଛଡା ସନ୍ତୋଷ ରଶ୍ମୀ ଙ୍କ ଯିବା ପରେ ନିଜେ ବି ମାରିବା ପାଇଁ କହୁଥିଲେ ଯାହା ତାଙ୍କ ବାପା କହିଛନ୍ତି । ଯାହା କାରଣରୁ ସନ୍ତୋଷ ଙ୍କ ବାପା ମା ଦୁହେଁ ତାଙ୍କୁ ଜଗୁଥିଲେ ।
କିନ୍ତୁ ଏତେ ଚେଷ୍ଟା ପରେ ବି ସନ୍ତୋଷ ଗତ କଲି ରାତିରେ ନିଜ ରୁମ ଲକ କରି ଏମିତି କାଣ୍ଡ ଘଟାଇଛନ୍ତି । ନିଜ ପୁଅ କୁ ହରାଇ ବାପା ମା ଦୁହେଁ ଦୁଖରେ ଭାଙ୍ଗି ପଡିଛନ୍ତି । ସନ୍ତୋଷ ଙ୍କ ବାପା କହିଛନ୍ତି ସନ୍ତୋଷ କେବଳ ରଶ୍ମୀ ଙ୍କ ବିଷୟରେ କହିଥିଲେ ।
କିନ୍ତୁ ତାଙ୍କର ମୃତ୍ୟୁ ପରେ ସେ ମାନସିକ ଚାପ ରେ ଅଛନ୍ତି କି ଅନ୍ୟ କୌଣସି କଥା କହି ନାହାନ୍ତି । ତେବେ ସନ୍ତୋଷ କେଉଁ କାରଣ ପାଇଁ ଏଭଳି ଚରମ ନିସ୍ପତି ନେଲେ ତାହା ଏ ଯାଏଁ କିଛି ସ୍ପଷ୍ଟ ହୋଇ ନାହି । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ତୋଷ ଙ୍କ ମୃତ ଦେହ ଉଦ୍ଧାର କରିବା ସହ ଏହି ଘଟଣା ର ଯାଞ୍ଚ ଆରମ୍ଭ କରିଛି ।
ତେବେ ନିଜ ସ୍ତ୍ରୀ ବା ପ୍ରେମିକାକୁ ହରାଇ ଦୁଖରେ ମର୍ମାହତ ହେବ କାରଣରୁ ବୋଧ ହୁଏ ସନ୍ତୋଷ ଏମିତି କରିଛନ୍ତି ବୋଲି ଅନୁମାନ କରା ଯାଉଛି ।ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।