‘ରାଷ୍ଟ୍ରପତିଙ୍କ କାର ମୁଁ କଣ ଚଳେଇପାରିବି ?’ Draupadi Murmu ରାଷ୍ଟ୍ରପତି ହେବା ଜାଣି ଖୁସିରେ କାନ୍ଦି ପକେଇଲେ ତାଙ୍କ ଗାଡି ଡ୍ରାଇଭର, କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଜଣେ ବ୍ୟକ୍ତି କହିଛନ୍ତି ଆଜ୍ଞା ମୁଁ ବହୁତ ଖୁସି । ଖୁସି ହେବିନି କାହିଁକି ଆମ ମ୍ୟାଡମ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ଟିକେ ଦୁଖ ଲାଗୁଛି ମ୍ୟାଡମ ଙ୍କ କାର ଆଉ ଚଲାଇ ପାରିବିନି । ଦୀର୍ଘ ୧୫ ବର୍ଷ ହେଲା ଗାଡି ଚଲାଉଥିଲି । ମ୍ୟାଡମ ଙ୍କ ସାଥିରେ ସାଥିରେ ଥିଲି । ମ୍ୟାଡମ କହିଛନ୍ତି କିଛି ଅସୁବିଧା ହେଲେ ଫୋନ କରିବୁ । ତେବେ ଏହଭଳି ମନ୍ତବ୍ୟ ଦେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଦ୍ରୌପଦୀ ମୁର୍ମୁ ଙ୍କ ଡ୍ରାଇଭର ଥିବା ନରେନ୍ଦ୍ରଙ୍କ ଆବେଗ ପୂର୍ଣ୍ଣ ମନ୍ତବ୍ୟ । ଦ୍ରୌପଦୀ ମୁର୍ମୁ ଏବେ ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ହେବା ଭାବେ ଏବେ ରାଷ୍ଟ୍ରପତି ହେବା ମଧ୍ୟ ସମ୍ଭାବନା ରହିଛି ।

ଆଉ ଯଦି ସେ ରାଷ୍ଟ୍ରପତି ହୋଇ ଯାନତି ତେବେ ସେ ଚଢିବେ ମର୍ସିଜିଡ ବେଞ୍ଚ ଏସ-୬୦୦ । ଯେଉଁ ଗାଡିକୁ ଚଲାନ୍ତି ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଡ୍ରାଇଭର । ତେବେ ଦ୍ରୌପଦୀ ମୁର୍ମୁ ଙ୍କୁ ଡ୍ରାଇଭର ନରେନ୍ଦ୍ର ମତ ଦେଇଛନ୍ତି କି ଯେତେ ମ୍ୟାଡମ ବଡ ଲୋକେ ହେଲେ ମଧ୍ୟ ଆମ ସହ ସମ୍ପର୍କ ସେମିତି ରହିବ । ଭାଗ୍ୟରେ ଯାହା ଥିବ ତାହା ହିଁ ଲେଖା ହେବ ।

ଭୁବନେଶ୍ଵର ଏୟାରସେଲ ରୁ ଏୟାରପୋର୍ଟ କୁ ନେଇକି ଆସିବା ସମୟରେ ମ୍ୟାଡମ ଦ୍ରୌପଦୀ ଡ୍ରାଇଭର ନରେନ୍ଦ୍ର ଙ୍କୁ କହୁଥିଲେ କି ଲୋକ ମାନେ ତାଙ୍କର ବହୁତ ଆଦର କରୁଥିଲେ । ମ୍ୟାଡମ ବହୁତ ଭଲ ମଣିଷ ହେବା ସହ ମେଳାପୀ ମହିଳା ଅଟନ୍ତି ବୋଲି ଡ୍ରାଇଭର ନରେନ୍ଦ୍ର କହିଛନ୍ତି । ସେ ଲୋକଙ୍କ ସହ ମିଶିବାକୁ ଚାହୁଁଥିଲେ କିନ୍ତୁ ରାଷ୍ଟ୍ରପତି ପଦ ପାଇଁ ଏମିତି ହୋଇପାରୁ ନାହି ।

ତେବେ ସେ ବର୍ତ୍ତମାନ ସମୟରେ ରାଷ୍ଟ୍ରପତି ପଦ ପଦବୀକୁ ଆସି ଗଲେଣି ଆଉ ମିଶିପାରୁ ନାହାନ୍ତି ବୋଲି ନରେନ୍ଦ୍ର କହିଛନ୍ତି । ତାଙ୍କ ମନରେ ଟିକେ ଗର୍ବ ବା ଅହଂକାର ନାହି ବୋଲି ନରେନ୍ଦ୍ର କହିଛନ୍ତି । ତେବେ ମ୍ୟାଡମ ଦ୍ରୌପଦୀ ରାଷ୍ଟ୍ରପତି ହେଲେ ମଧ୍ୟ ସୁବିଧା ଅସୁବିଧା ଜଣାଇବାକୁ ନିଜ ଡ୍ରାଇଭର ନରେନ୍ଦ୍ର ଙ୍କୁ କହିଛନ୍ତି ।

ଭାରତର ରାଷ୍ଟ୍ରପତି ବ୍ୟବହାର କରନ୍ତି ସୁରକ୍ଷା ସମ୍ପନ୍ନ ମର୍ସିଡିଜ ବେଞ୍ଚ ଏସ-୬୦୦ । ରାଷ୍ଟ୍ରପତିଙ୍କ ଏହି ଗାଡି ସ୍ପେଶାଲ ଷ୍ଟିଲ ରେ ନିର୍ମାଣ ହୋଇଥାଏ । ଏହି ଗାଡି ବୁଲେଟ ପୃବ, ବୋମା ଓ ଗ୍ରେନେଡ ବି କ୍ଷତି କରିପାରିବ ନାହି । ଏହି ଗାଡିରେ ବସି ସିଧା ସଳଖ ମନ୍ତ୍ରାଳୟ ସହ ଯୋଗାଯୋଗ କରି ପାରିବେ ।

ବିଶ୍ଵର ପ୍ରତିଷ୍ଠିତ ତଥା କ୍ଷମତା ସମ୍ପନ୍ନ ବ୍ୟକ୍ତି ଏଭଳି କାର ବ୍ୟବହାର କରନ୍ତି । ଯଦି ରାଷ୍ଟ୍ରପତି ହୁଅନ୍ତି ତେବେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ତେବେ ସବୁ ରାଷ୍ଟ୍ରପତିତିଙ୍କ ଭଳି ଏହି ମର୍ସିଡିଜ ବେଞ୍ଚ ଏସ-୬୦୦ ଗାଡିରେ ଯାତାୟାତ କରିବେ । ବନ୍ଧୁଗଣ ଆପଣ ମାନଙ୍କର ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ହେବାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *