ରାସ୍ତା କଡରେ ଅଛି ଯେଉଁ ପାଣି, ତାହା ଦ୍ଵାରା ହିଁ ବିକ୍ରି ହେଉଛି ଗୁପଚୁପ, ମନ ଖରାପ କରିଦେବ ଏହି ଭିଡିଓ

ନାଗପୁରରେ ସନ୍ଧ୍ୟା ହେବା ମାତ୍ରେ ହିଁ ରାସ୍ତା କଡରେ ଗୁପଚୁପ ବାଲା ମାନଙ୍କର ଭିଡ ଲାଗିଯାଏ । ସମସ୍ତ ବୟସର ଲୋକମାନେ ଗୁପଚୁପ ଖାଇବା ପାଇଁ ଲାଇନରେ ଛିଡା ହୋଇଥିବାର ନଜର ଆସି ଯାଆନ୍ତି । କିନ୍ତୁ ବର୍ତ୍ତମାନ ଗୁପଚୁପ ଖାଉଥିବା ଲୋକମାନେ ସାବଧାନ ହୋଇ ଯାଆନ୍ତୁ । ନାଗପୁରରେ ଗୁପଚୁପ ବିକ୍ରି କରୁଥିବା ବ୍ୟକ୍ତି ଆପଣଙ୍କର ସ୍ୱାସ୍ଥ୍ୟ ସହ ଖେଳ ଖେଳୁଛି ।

ବର୍ତ୍ତମାନ ନାଗପୁର ସହରରେ ଏକ ଗୁପଚୁପ ବାଲା ର ଏକ ଏମତି ହିଁ ଭିଡିଓ ଭାଇରାଲ ହୋଇଛି । ଯାହାକୁ ନନ୍ଦନବନ କ୍ଷେତ୍ର ର ଗୁରୁଦେବନଗର ଚୌକର ପାଖାପାଖିର କୁହାଯାଉଛି । କହିବାକୁ ଗଲେ ଏଠି ଏହି ଗୁପଚୁପ ବାଲା ଜଣକ ରାସ୍ତା କଡରେ ଜମା ପାଣିକୁ ବାଲ୍ଟିରେ ଭର୍ତି କରି ନେଇ ଯାଉଛି । ଚର୍ଚା ଅଛି କି ଏହି ପାଣିର ପ୍ରୟୋଗ ସେ ନିଜ ଠେଲା ଗାଡିରେ କରୁଥିଲା ।

କିଛି ଲୋକମାନେ ମଥୁରାବାସୀ ଚାଟ ସେଂଟର ନାମକ ଠେଲା ଗାଡି ପାଖକୁ ସେହି ବ୍ୟକ୍ତି ଜଣକ ଯାଉଥିବାର ଦେଖିଥିଲେ । ଏହି ସମୟରେ କେହି ଜଣେ ତାହର ଏହି କାରନାମାର ଭିଡିଓ କରିଦେଇଛି ଓ ସେହି ଭିଡିଓକୁ ଭାଇରାଲ କରି ଦେଇଛି ।

https://youtu.be/p-UDNKDb1ck

କହିବାକୁ ଗଲେ ପୂର୍ବରୁ ବି ଏହିଭଳି ବହୁତ ମାମଲା ସାମ୍ନାକୁ ଆସିଛି । ସେଥିପାଇଁ ଲୋକମାନକୁ ସିଧା ପ୍ରଶ୍ନ ଅଟେ କି ଖାଦ୍ୟ ଆପୂର୍ତି ବିଭାଗ ତରଫରୁ ଏହିଭଳି ଗମ୍ଭୀର ମାମଲା ଉପରେ ଗମ୍ଭୀରତା କାହିଁକି ଦେଖା ଯାଊ ନାହିଁ ।

Leave a Reply

Your email address will not be published. Required fields are marked *