ଏ ରାସ୍ତା ନୁହେଁ ଯମ ଘରକୁ ଯିବାର ବାଟ, ଦେଖନ୍ତୁ କେମିତି ସରକାରଙ୍କ ଅବହେଳା ପାଇଁ ରାସ୍ତା ପାଲଟିଲା ଯମଦ୍ଵାର

ଆପଣ ଜାଣିଥିବେ କି ସବୁ ଆଡେ କିଭଳି ଭାବେ ସଡକ କାମ ଅଧା ହୋଇ ପଡିଛି । ଆପଣ ଏହା ମଧ୍ୟ ଜାଣି ଥିବେ କି ଏହି ଭଳି କିଛି ସଡକ କାମ ପାଇଁ ଅନେକ ବାର ଦୁର୍ଘଟଣା ମଧ୍ୟ ହୋଇଛି । କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଏହା ପାଇଁ ପ୍ରଶାନ କିମ୍ବା ସ୍ଥାନୀୟ ଲୋକ ମାନେ ଦାଇ ନଥିବା ବେଳେ ଅଧିକା ରୁ ଅଧିକା କ୍ଷତି ହେବା ହେଉଛି ସ୍ଥାନୀୟ ଲୋକ ମାନଙ୍କର । ଚୌଦ୍ବାର ରେ ମୁଣ୍ଡଳି ଛକରୁ ନେଇକି ଏହାର ଶେଷ ଯାଏ ।

ରାସ୍ତା କାମ ଅଧାରେ ରହି ଯାଇଥିବା ରୁ ସବୁ ଦିନ ଗାଡି ମଟର ଛାଇବା ସମୟରେ ଅଧିକ ଧୁଳି ଉଡୁଛି ଯାହା ପାଇଁ ସବୁ ଲୋକ ସାମନାରେ ଆସୁଥିବା ଗାଡିକୁ ଦେଖି ପାରୁ ନାହାନ୍ତି । ଏହା ଜାତୀୟ ରାଜ ପଥ ହୋଇଥିବା ରୁ ଏହି ରାସ୍ତାରେ ଦିନ ସାରା ଗାଡି ମଟର ଯିବା ଆସିବା ହଉଛି । ଏହା 55 ନମ୍ବର ଜାତୀୟ ରାଯ ପଥ । ତେଣୁ କରି ଏହି ରାସ୍ତାରେ ଅନେକ ଦୁର୍ଘଟଣା ହେଉଛି ।

ଏହି କାମକୁ ନେଇଥିବା ଗାଇତ୍ରୀ ସଂସ୍ଥା ରାସ୍ତା କୁ ସବବୁ ଜାଗାରୁ ଖୋଲିବା ସହ ସବୁ ଆଡୁ ବାଲି ମାଟି ମଧ୍ୟ ଜମା କରି ରଖିଛି । ଏହା ସଫା ନ୍ହେବା ଦ୍ଵାରା ଧୂଆଁ ସହ ଧୂଳିରେ ଗାଡି ଚାଳକ ମାନଙ୍କୁ ରାସ୍ତା ପରିଷ୍କାର ଭାବେ ଦେଖା ଯାଉଣୀ ବୋଲି ଅନେକ ଥର ସ୍ଥାନୀୟ ଲୋକ ଓ କିଛି ଡ୍ରାଇଭର ମାନେ କହିଛନ୍ତି ।

ବାଇପାସ ରୋଡ କାମକୁ ଅଧା କରିକି ରଖିଥିବା ବେଳେ । ଏହାକୁ ଜାଗରଣ ଟିମ ଅନେକ ଥର ପ୍ରତିରୋଧ କରିଛନ୍ତି । ସେ ଏହି କାକୁ ଜଲ୍ଦି ଶେଷ ହେବା ପାଇଁ କହିଥିବା ବେଳେ ଏହାକୁ କର୍ଣ ପାଟ କରୁନି କମ୍ପାନୀ । ସେ ନିଜ କାମକୁ ନାସାରିବା ଦ୍ଵାରା ହେଉଥିବା ଧନ ହାନି ଓ ଜୀବନ ହାନି କୁ ନେଇ ଏହି ଜାଗରଣ ଟିମ ତରଫରୁ ଅନେକ ଥର ଆନ୍ଦୋଳନ ମଧ୍ୟ କରାଯାଇଛି । ଶ୍ରୀକାନ୍ତ ପାକଳ କହିଛନ୍ତି ଜାଗରଣ ମଞ୍ଚ ର ସଦସ୍ୟ ସେ କହିଛନ୍ତି କି ନଭେମ୍ବର ଯାଇକି ଆଉ ଏକ ନଭେମ୍ବର ଆସିଲାଣି । କାମ ସାରି ଦେଇଛନ୍ତି କହିଲେ କେଆବଳ ମେଟାଲ ପକାଇ ଦେଇଛନ୍ତି । କିନ୍ତୁ ଏହାକୁ ସଜାଡି ନାହାନ୍ତି ।

ଏହା ପାଇଁ ସେଠାକାର ବାଶିନ୍ଦା ନାହି ନଥିବା ଅସୁକିଧାର ସମୁଖୀନ ହେଉଛନ୍ତି ଏହା ପରେ ଏବେ କମ୍ପାନୀ ଲୋକ ଓ ମିନିଷ୍ପାଲଟି ଲୋକ ମାନେ ଆସି ଥିବାର ଖବର ପାଇ ସେମାନଙ୍କୁ ସ୍ଥାନିୟ ଲୋକମାନେ ଘେରି ଯାଇଥିଲେ । ସେମାନେ ଏହା ପରେ ଆଖିଥିଲେ କି ଏହି କାମ ଖୁବ ଶୀଘ୍ର ସରିଯିବ ବୋଲି ଏକ ପଟେ ପରିବେଶ ପ୍ରଦୂଷଣ ଓ ଆରପାଖରେ ଜନଜୀବନ କୁ ଦେଖି ସେମାନେ ଏହାକୁ ଖୁବ କମ ଡାୟାନାରେ ସାରିଦେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *