ରାଷ୍ଟ୍ରପତିଙ୍କ ପାଦ ଛୁଇଁ ଚାକିରି ହରାଇଲେ Engineer, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଆମ ଦେଶର ରାଷ୍ଟ୍ରପତି ଯାହାଙ୍କୁ ମହା ମହିମ ର ଆଖ୍ୟା ଦିଆ ଯାଇଛି ଆଉ ସେ ହେଉଛନ୍ତି ଆମ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ଙ୍କୁ ବେସ ଭଲ ଭାବେ ଜାଣି ଥିବେ । ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହେବା ନେଇ ସାଧାରଣରେ ଆଜି ବି ଚର୍ଚ୍ଚା ହେଉଛି । ତେବେ ରାଷ୍ଟ୍ରପତି ପଦ ପାଇବା ପରେ ଦ୍ରୌପଦୀ ମୁର୍ମୁ ଅନେକ କାର୍ଯ୍ୟ କ୍ରମରେ ଯୋଗ ଦେଉଛନ୍ତି ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବର୍ତ୍ତମାନ ତାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଭାଇରାଲ ହୋଇଥିବା ଭିଡିଓ ରେ କିଛି ଏମିତି ଦେଖିବାକୁ ମିଳିଛି ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଛନ୍ତି । ତେବେ ସୂଚନା ଅନୁଯାୟୀ ମହା ମହିମା ଙ୍କ ପାଦ ଛୁଇଁ ନିଲମ୍ବିତ ହେଲେ ସରକାରୀ ଇଞ୍ଜିନିୟର ।

ରାଜସ୍ଥାନ ରେ ଏକ କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜାନୁଆରୀ 4 ର ଘଟଣା ବିମାନ ବନ୍ଦର ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହେଲିକ୍ୟାପ୍ଟର ରେ ଓଲହାଇ ଆସୁଥିବା ବେଳେ ଜନ ସ୍ୱାସ୍ଥ୍ୟ ବିଭାଗର ଜଣେ ସରକାରୀ ମହିଳା ଇଞ୍ଜିନିୟର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପାଦ ଛୁଇଁ ନମସ୍କାର କରିଥିଲେ । ଏହା ପରେ ରାଷ୍ଟ୍ରପତି ଙ୍କ ସୁରକ୍ଷା ରେ ବଡ ତ୍ରୁଟି ହୋଇଥିବା ଗୃହ ମନ୍ତ୍ରାଳୟ ରିପୋର୍ଟ ମାଗିଥିଲେ ।

ଏହା ପରେ କାର୍ଯ୍ୟ ଅନୁଷ୍ଠାନ ସ୍ୱରୂପ ରାଜ୍ୟ ସରକାର ଜୁନିୟର ଇଞ୍ଜିନିୟର ଅମ୍ବା ସିୟୁଲ ଙ୍କୁ ନିଲମ୍ବିତ କରିଛନ୍ତି । ରାଷ୍ଟ୍ରପତି ଯେଉଁ କାର୍ଯ୍ୟ କ୍ରମ କୁ ଯାଇଥିଲେ ସେଠାରେ କାର୍ଯ୍ୟ ରତ ଥିଲେ ସରକାରୀ ଇଞ୍ଜିନିୟର । ରାଷ୍ଟ୍ରପତି ଙ୍କୁ ସ୍ଵାଗତ କରିବାକୁ ଯାଇଥିବା ଅଧିକାରୀ ଙ୍କ ସହ ବିମାନ ବନ୍ଦର କୁ ଯାଇଥିଲେ ଅମ୍ବା ସିୟୁଲ ।

ତେବେ ଅମ୍ବା ସିୟୁଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ପାଦ ଛୁଇଁ ପ୍ରଣାମ କରିବା କାରଣରୁ ତାଙ୍କୁ ତାଙ୍କ ଚାକିରି ରୁ ନିଲମ୍ବିତ କରା ଯାଇଛି । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ତେବେ ସେ ଯାହା ବି ଦ୍ରୌପଦୀ ମୁର୍ମୁ ଙ୍କ ସୁରକ୍ଷା କୁ ନେଇ ଏଠାରେ ପ୍ରଶ୍ନ ଉଠାଗଲା । ଯାହା ପାଇଁ ଅମ୍ବା ସିୟୁଲ ଙ୍କୁ ତାଙ୍କ ଚାକିରି ରୁ ନିଲମ୍ବିତ କରା ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *