ରାଷ୍ଟ୍ରପତି ଜାଗାରେ କହିଲେ ରାଷ୍ଟ୍ରପତ୍ନୀ, ପଚାରିବାରୁ କଣ କହୁଛନ୍ତି AR Chowdhury… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଭାରତର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରି ସାରିଛନ୍ତି । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଦେଖା କରିବା ପାଇଁ ଅନେକ ବଡ ବଡ ନେତା ମାନେ ତାଙ୍କ ଭବନ କୁ ଆଗମନ କରୁଛନ୍ତି । ଓଡିଶାର ଝିଅ ଭାବେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ପଦବୀ ହାସଲ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । କାରଣ ମୁର୍ମୁ ଙ୍କୁ ଅନେକ ଦଳ ସମର୍ଥନ କରିଥିଲେ ଯାହା ପାଇଁ ସେ ଆଜି ରାଷ୍ଟ୍ରପତି ଭଳି ଉଚ୍ଚ ପଦବୀ ହାସଲ କରିବାରେ ସଫଳ ହୋଇଛନ୍ତି ।

ତେବେ ଏହାରି ମଧ୍ୟରେ ଏକ ଘଟଣା ସାମନାକୁ ଆସିଛି । ତେବେ ଏହାରି ମଧ୍ୟରେ କଂଗ୍ରେସ ନେତା AR ଚୌଧୁରୀ ରାଷ୍ଟ୍ରପତି ମୁର୍ମୁ ଙ୍କୁ ଦେଖା କରିବାକୁ ଯାଇଥିଲେ ଆଉ ତାଙ୍କ ସହ କିଛି ଆଲୋଚନା କରିବାକୁ ଚାହୁଁଥିଲେ । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଦେଖା କରିବା ପାଇଁ କଂଗ୍ରେସ ନେତା AR ଚୌଧୁରୀ କିଛି ଏମିତି କଥା କହିଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ସେ କହିଛନ୍ତି କି ସେ ରାଷ୍ଟ୍ରପତି ଭବନକୁ ଯିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଯିବାକୁ ଦିଆଯାଉ ନାହି । ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ଭେଟ କରିବାକୁ ଚାହୁଁଥିଲେ ମଧ୍ୟ ମିଡିଆ ବାଲା ଅନେକ ହଇରାଣ ହରକତ କରୁଛନ୍ତି । ଭାରତର ରାଷ୍ଟ୍ରପତି ହିନ୍ଦୁ, ମୁସ୍ଲିମ, ବ୍ରାମ୍ହଣ ହୁଅନ୍ତୁ ବା ଆଦିବାସୀ ହୁଅନ୍ତୁ କିନ୍ତୁ ଆମ ପାଇଁ ସେ ରାଷ୍ଟ୍ରପତି ଅଟନ୍ତି ବୋଲି ଚୌଧୁରୀ ମତ ଦେଇଛନ୍ତି ।

ଗତ କାଲି ଓ ତା ପୂର୍ବର ଦିନ ସେ ନିଜର ପ୍ରଦର୍ଶନ ଜାରି ରଖିଥିଲେ କେମିତି ରାଷ୍ଟ୍ରପତି ଭବନ କୁ ଯିବେ ଆଉ ରାଷ୍ଟ୍ରପତି ଙ୍କୁ ଦେଖା କରିବା ପାଇଁ । କିନ୍ତୁ ଗଣ ମାଧ୍ୟମ ଆଗରେ ଏତିକି କହିବା ସମୟରେ ଚୌଧୁରୀ ଙ୍କ ମୁହଁ ରୁ ଭୁଲରେ ରାଷ୍ଟ୍ରପତି ଙ୍କ ବଦଳରେ ରାଷ୍ଟ୍ରପତ୍ନୀ ଶବ୍ଦ ବାହାରିବା କାରଣରୁ ଗଣ ମାଧ୍ୟମ ତାଙ୍କୁ ଭୁଲ ବୁଝିଛନ୍ତି ।

ତେବେ ଚୌଧୁରୀ ଆଗକୁ କହିଛନ୍ତି କି ଭୁଲରେ ଅଚାନକ ତାଙ୍କ ମୁହଁ ରୁ ଏଭଳି ଅପଶବ୍ଦ ଭାରି ଗଲା ଯାହାକୁ ଲୋକଲୋଚନ କୁ ନ ଆଣିବା ପାଇଁ ସେ ଗଣ ଅମଧ୍ୟମକୁ ନିବେଦନ କରିଥିଲେ । କିନ୍ତୁ ଗଣ ମାଧ୍ୟମ ତାଙ୍କ କଥା କିଛି ବି ଶୁଣି ନ ଥିଲେ । ଯାହା ଫଳରେ ସେ ଦୁଇ ଦିନ ହେବ ରାଷ୍ଟ୍ରପତି ଙ୍କୁ ଦେଖା କରିବାକୁ ତାଙ୍କ ଭବନ କୁ ଯିବା ପାଇଁ ଚେଷ୍ଟା କରୁଛନ୍ତି କି ତାଙ୍କୁ କେହି ଯିବାକୁ ଦେଉ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *