ନମସ୍କାର ବନ୍ଧୁଗଣ । ଏହି ମାସ ଅର୍ଥାତ ଜୁଲାଇ ମାସରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ବର୍ତ୍ତମାବର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟ କାଳ ସରିବା ପରେ ସେ କେଉଁଠି ରହିବେ, କିପରି ରହିବେ ଓ ତାଙ୍କୁ ଭାରତ ସରକାର ଙ୍କ ପକ୍ଷ ରୁ କେଉଁ କେଉଁ ସୁବିଧା ସୁଯୋଗ ମିଳିବ ତାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି । ଏବେ ଆସନ୍ତୁ ଜାଣିବା ରାମନାଥ କୋବିନ୍ଦ ଙ୍କ ଠିକଣା ଏବେ କେଉଁଠି ହେବ । ସୂଚନା ଅନୁଯାୟୀ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି ମାସ ୨୪ ତାରିଖରେ ସରୁଛି ତାଙ୍କର କାର୍ଯ୍ୟ କାଳ । ଏହା ପରେ ରାମନାଥ କୋବିନ୍ଦ ଙ୍କ ନୂଆ ଠିକଣା ୧୨ ଜନପଥ ହେବ ।
ରାଷ୍ଟ୍ରପତି ପଦରୁ ଅବସର ଗ୍ରହଣ ପରେ ଏଇ ଠାରେ ରହି ପାରନ୍ତି କୋବିନ୍ଦ । କୁହା ଯାଉଛି କି କୋବିନ୍ଦ ଙ୍କ ୧୨ ଜନପଥରେ ଘର ବି ତିଆରି ସରିଲାଣି । ଏହି ବଙ୍ଗଳାରେ ପୂର୍ବ ରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନା ରହୁଥିଲେ । ଲୁଟିୟାନ ଦିଲ୍ଲୀ ରେ ଥିବା ବଡ ବଡ ବଙ୍ଗଳା ମଧ୍ୟ ରୁ ଏହା ଅନ୍ୟତମ ଅଟେ । ୨୦୨୦ରେ ରାମବିଳାସ ପାସୱାନ ଙ୍କ ଦେହାନ୍ତ ପରେ ଏହି ବଙ୍ଗଳା କୁ ଖାଲି କରା ଯାଇଥିଲା । ଏହା ପରେ ଲମ୍ବା ସମୟ ଧରି ଏହାର ମରାମତି କରା ଯାଇଥିଲା । କିନ୍ତୁ ପୁଣି ଥରେ କୋବିନ୍ଦ ସେଠାରେ ରହିବେ ବୋଲି ଜଣା ପଡିଛି ।
ପଦବୀ ରୁ ଅବସର ପରେ ରାଷ୍ଟ୍ରପତି ଇମୋଲ୍ୟୁମେଣ୍ଟସ୍ ଆକ୍ଟ 1951 ଅନୁଯାୟୀ କୋବିନ୍ଦ ଙ୍କୁ ଭାରତର ସରକାରଙ୍କ ପକ୍ଷ ରୁ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏମିତିକି ଭାରତୀୟ ନିୟମ ଅନୁଯାୟୀ କୋବିନ୍ଦ ଙ୍କୁ ଜୀବନ ବ୍ୟାପୀ ବୀମା ସହ ମାଗଣାରେ ରେଲୱେ ଓ ଫ୍ଲାଇଟ ରେ ଯିବା ଆସିବା ପାଇଁ ବ୍ୟବସ୍ଥା କରାଯିବ । କୋବିନ୍ଦ ଙ୍କ ଅବସର ପରେ ସେ ମାସକୁ ୫ ଲକ୍ଷ ରୁ ଅଧିକ ଟଙ୍କା ପେନସନ ପାଇବେ । କେବେଳ ଏତିକି ନୁହେଁ ବରଂ ତାଙ୍କର ଦେଖାଶୁଣା କରିବା ଲାଗି ସଚିବ ଓ ପୋଲିସ ମୁତୟନ ହେବେ ।
ଏହା ବ୍ୟତୀତ ଲ୍ୟାଣ୍ଡ ଲାଇନ ଫୋନ, ମୋବାଇଲ, ପାଣି, ବିଜୁଳି ଓ ଇଣ୍ଟରନେଟ ସହ ୫ ଜଣ ବ୍ୟକ୍ତିଗତ ସହାୟତା ତାଙ୍କୁ ମିଳିଥାଏ ଯେଉଁ ମାନେ ରାଷ୍ଟ୍ରପତି ପଦବୀ ରୁ ଅବସର ହୋଇଥାନ୍ତି । କେବଳ ଏତିକି ନୁହେଁ ବରଂ ଗାଡି ରେ ଯିବା ଆସିବା ପାଇଁ ଗାଡି, ଡ୍ରାଇଭର ଓ ତେଲ ମଧ୍ୟ ମିଳିଥାଏ । କେବଳ ରାଷ୍ଟ୍ରପତି ନୁହେଁ ବରଂ ତାଙ୍କ ସ୍ତ୍ରୀ ଙ୍କୁ ବାର୍ଷିକ ଭତ୍ତା ମଧ୍ୟ ମିଳିଥାଏ । ଏହା ବ୍ୟତୀତ ଆହୁରି ଅନେକ ପ୍ରକାରର ସରକାରି ସୁବିଧା କୋବିନ୍ଦ ଙ୍କୁ ମିଳିବାକୁ ଯାଉଛି ।
ଏଠାରେ କହି ରଖୁଛୁ କି ରାମନାଥ କୋବିନ୍ଦଙ୍କ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଦିଲ୍ଲୀରେ ରହିବାକୁ ଇଚ୍ଛା କରିଥିଲେ । ଅବସର ପରେ ୧୦ ରାଜାଜିମା ଥିବା ବଙ୍ଗଳାରେ ରହୁଥିଲେ ପ୍ରଣବ ମୁଖାର୍ଜୀ । ପ୍ରଣବଙ୍କ ପୂର୍ବରୁ ଏହି ବଙ୍ଗଳାରେ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ରହୁଥିଲେ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।