ରାଷ୍ଟ୍ରପତି ହୁଅନ୍ତୁ କି ପୃଥିବୀପତି ଆଗ ମୋ ସ୍ତ୍ରୀ, ସ୍ତ୍ରୀକୁ ଛାଡି ମୁଁ…. ଦେଖନ୍ତୁ କଣ କହୁଛନ୍ତି Sura ଭାଇ

ଦର୍ଶକ ଆପଣ ମାନେ ଜାଣିଥିବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଆସିଥିଲେ । ଗତ କାଲି ଏୟାର ପୋର୍ଟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଯାଇ ଦ୍ରୌପଦୀଙ୍କୁ ସ୍ଵାଗତ କରିଥିଲେ । ଏହା ପରେ ଦ୍ରୌପଦୀ ରମାଦେବୀ କଲେଜ ଯାଇ ଏକ କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ । ସେହି ସଭାରେ ଦ୍ରୌପଦୀ ନିଜ କଲେଜ ବେଳର ସବୁ କଥା କହି ଭାବ ବିହ୍ଵଳ ହୋଇ ପଡିଥିଲେ ।

ହେଲେ ରାଷ୍ଟ୍ରପତିଙ୍କ ସ୍ଵାଗତ ପାଇଁ ସବୁ ବଡ ବଡ ନେତା ମନ୍ତ୍ରୀ ଯାଇଥିବା ବେଳେ କଂଗ୍ରେସ ବିଧାୟକ ସୁର ରାଉତରାୟ ଯାଇ ପାରି ନ ଥିଲେ । ସେଥିପାଇଁ ସୁର ରାଉତରାଯ ଗଣମାଧ୍ୟମ ରେ ନିଜର ପ୍ରତିକ୍ରିୟା ଦର୍ଶାଇ ଛନ୍ତି । ଯାହା ବିଷୟାରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁର ଭାଇ ଗଣମାଧ୍ୟମ ଆଗରେ କହିଛନ୍ତି “ରାହୁଲ ଗାନ୍ଧୀ ଆସାମ ଦେଇ ଓଡିଶା ଆସିବେ ଗୁଜୁରାଟ ଯିବେ । ଏଥର ପଦଯାତ୍ରା ହେବ । ରାହୁଲ ଗାନ୍ଧୀ ଆସିଲେ ବି ଏଥର କଂଗ୍ରେସ ଜିତିବ ଆଉ ନ ଆସିଲେ ବି ଏଥର କଂଗ୍ରେସ ଜିତିବ । ସେ ଯେତିକି ଚାଲି ଗଲେଣି 7 ହଜାର କିଲୋମିଟର ଗୋଟେ ହାୱା ହେଇ ଗଲାଣି । ରାଷ୍ଟ୍ରପତି ଆସିଛନ୍ତି କେଉଁ ପୋଲିସ ବାଲାକୁ ବନ୍ଧୁକ ଦେଇ ନାହାନ୍ତି ଭଲ କରିଛନ୍ତି । ଭଲ ଭଉଣୀ ଟିଏ ।

ଆମ ଓଡିଶାର ସମ୍ମାନ ଆଉ ଭାରତର ରାଷ୍ଟ୍ରପତି । ଯଦି ସେଇଠି କିଏ ପୁଣି ଯଦି ବନ୍ଧୁକ ଫନ୍ଧୁକ ଫୁଟେଇ ଦେବ ଗୋଟେ ଅବାଗିଆ କଥା । ପୋଲିସ ହେଇ ଯଦି ଗୁଳି ଫୁଟେଇବେ ଏତେ ପୋଲିସ ଥାଇ । ବାଡି ଉଠେଇବେ ତା ହେଲେ ଦ୍ରୌପଦୀ ମୁର୍ମୁ ଦୁଇ 2 ଟଙ୍କିଆ ଦେବେ । କାରଣ ଆଦିବାସୀ କୂଳରେ ଜନ୍ମ ଷ୍ଟାମିନା ଅଛି ଷ୍ଟ୍ରେନ୍ଥ ଅଛି ଜ୍ଞାନ ଅଛି । ବଢିଆ ଅଭିଭାଷଣ ଦେଉଛନ୍ତି ।

ମୁର୍ମୁ କହିଛନ୍ତି ମୁଁ ଯେବେ ଯାଉଥିଲି ଚିନାବାଦାମ ପାଇଁ ପଇସା ନ ଥିଲା । ବରା ପକୁଡି ଖାଇବାକୁ ମୋ ପାଖରେ ପଇସା ନ ଥିଲା କହିଥିଲେ ମୁର୍ମୁ । ସେ କାଲି ଯେଉଁ ସବୁ କଥା କହିଛନ୍ତି ପୁରା ହୃଦୟ ସ୍ପର୍ଶୀ । ଏହି ଷ୍ଟାଣ୍ଡାର୍ଡରୁ ସେ ଉଠିକି ଯାଇଛନ୍ତି କେତେ କମ ସଂଘର୍ଷ ସେ କରିଛନ୍ତି । ମୋ ସ୍ତ୍ରୀ ଅପରେସନରେ ଯଦି ମୁଁ ନ ଜଗି ଥାନ୍ତି ତା ହେଲେ ମୁଁ ନିଶ୍ଚିତ ତାଙ୍କ ପାଖକୁ ଯାଇ ଫୁଲ ଦେଇ ଆସିଥାନ୍ତି ।

ସେ ଯେତେବେଳେ ପ୍ରୋଗ୍ରାମ ମୋର ସକାଳ 6ରୁ ଦିନ 11 ଯାଏଁ ଅପରେସନ ଚାଲିଲା । ସେ ତ 9ଟା ଭିତରେ ଗଲେ ଆଉ ମୁଁ ସ୍ତ୍ରୀକୁ ଛାଡି ମୁଁ ରାଷ୍ଟ୍ରପତି କି ପୃଥିବୀପତି କି ଯିଏ ଆସିଲେ ମୁଁ ଯିବା ପାଇଁ ପ୍ରଶ୍ନ ନାହିଁ ମୋର ପ୍ରଥମେ ସ୍ତ୍ରୀ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *