ରାଷ୍ଟ୍ରପତି ନିର୍ବାଚନ ଜିତିବେ ନା ନାହିଁ ? ଆଉ ଏତିକି ଭୋଟ ପଛରେ ଅଛନ୍ତି Draupadi Murmu

ନମସ୍କାର ବନ୍ଧୁଗଣ । ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ଭୋଟ ମୂଲ୍ୟ ହେଉଛି ୧୦ ଲକ୍ଷ ୮୬ ହଜାର ୪୩୧ । ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ମୋଟ ମୂଲ୍ୟର ଅଧା ଯୁକ୍ତ ଏକ ଭୋଟ ମୂଲ୍ୟ ଆବଶ୍ୟକ ହୋଇଥାଏ । ଅର୍ଥାତ ରାଷ୍ଟ୍ରପତି ହେବା ପାଇଁ ସବନିମ୍ନ ୫ ଲକ୍ଷ ୪୩ ହଜାର ୨୧୬ ଭୋଟ ମୂଲ୍ୟ ଦରକାର ପଡିଥାଏ । ବିଜେପି ନେତୃତାଧୀନ ଏନଡିଏ ପାଖରେ ରହିଛି ମୋଟ ୫ ଲକ୍ଷ ୨୬ ହଜାର ଭୋଟ ମୁଲ୍ୟ । ଅର୍ଥାତ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ଜିତିବା ପାଇଁ ଅତିରିକ୍ତ ୧୩ ହଜାର ଭୋଟ ମୂଲ୍ୟ ଜରୁରୀ ଅଟେ ।

ଭୋଟ ଓ ଭୋଟ ମୂଲ୍ୟକୁ ନେଇ ଯଦି ଆପଣଙ୍କ ମନରେ ଦ୍ଵନ୍ଦ ଆସୁଛି ଆମେ ସୁଚାଇ ଦେବାକୁ ଚାହିଁବୁ ଯେ ସାଧାରଣ ନିର୍ବାଚନ ଭଳି ରାଷ୍ଟ୍ରପତି ନିର୍ବାଚନରେ ଭୀତ ନୁହେଁ ବରଂ ଭୋଟ ମୂଲ୍ୟ ଅନୁସାରେ ଗଣନା କରାଯାଏ । କାରଣ ରାଷ୍ଟ୍ରପତି ଲୋକଙ୍କ ଦ୍ଵାରା ସିଧା ସଳଖ ନିର୍ବାଚନ ହେବା ବଦଳରେ ସାଂସଦ ଓ ବିଧାୟକ ଙ୍କ ଭୋଟରେ ନିର୍ବାଚିତ ହୋଇଥାନ୍ତି ।

ତେଣୁ ସାଂସଦ ଓ ବିଧାୟଙ୍କ ଭୀତ କୁ ଜନସଂଖ୍ୟା ଅନୁସାରେ ଆକଳନ କରାଯାଇ ଭୋଟ ମୂଲ୍ୟ ନିର୍ଧାରଣ କରା ଯାଇଥାଏ । ଏବେ ଆସନ୍ତୁ ଦେଖିବା ରାଷ୍ଟ୍ରପତି ନିର୍ବଚନ ରେ ଭୋଟ ଗଣତି ର ସଂଖ୍ୟା ଉପରେ । ବିଜେପି ନେତୃତ୍ଵ ଅଧିକ NDA ପାଖରେ ଓଟ ୫ ଲକ୍ଷ ୨୬ ହଜାର ଭୋଟ ମୂଲ୍ୟ ରହିଛି । ଅର୍ଥାତ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ ଜିତିବା ପାଇଁ ଅତିରିକ୍ତ ୧୩ ହଜାର ଭୋଟ ମୂଲ୍ୟ ରକାର ।

କିନ୍ତୁ JDO, NSP, AID, MNF ଭଳି କିଛି ଦଳ ବିଜେପିର ହାତ ଛାଡି ଦେଇଛନ୍ତି । ତେଣୁ ଦ୍ରୌପଦୀ ମୁର୍ମୁ ଙ୍କ ଭଳି ଜଣେ ଆଦିବାସୀ ଦକ୍ଷ ମହିଳାଙ୍କୁ NDA ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ବିପକ୍ଷ ରେ ଥିବା କିଛି ଦଳ NDA ପ୍ରାର୍ଥୀ ଙ୍କୁ ସମର୍ଥନ କରିବାକୁ ଆଗେଇ ଆସିଛନ୍ତି ।

ବହୁ ଜନ ସମାଜବାଦୀ ପାର୍ଟି ରେ ମାୟାବତୀ, ବିଜେଡି ସୁପ୍ରିମ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜେଏମଏମ କାର୍ଯ୍ୟ ଅଧ୍ୟକ୍ଷ ତଥା ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସରେନ ଓ YSRCP କଂଗ୍ରେସ ଭଳି ଦଳ ଦ୍ରୌପଦୀ ମୁର୍ମୁ ଙ୍କୁ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି । ଏହି ସବୁ ଦଳ ସମର୍ଥନ ପାଇବା ପରେ ଦ୍ରୌପଦୀ ମୁର୍ମୁ ବିଜୟୀ ହେବର ସମ୍ଭାବନା ବଢି ଯାଇଛି ।

ତେବେ ଦେଖାଯାଉ ଦ୍ରୌପଦୀ ମୁର୍ମୁ ଙ୍କୁ ଆବଶ୍ୟକ ଥିବା ଭୋଟ ମୂଲ୍ୟ ଦେବା ପାଇଁ ଯେଉଁ ଦଳ ମାନେ ଆଗେଇ ଆସିଛନ୍ତି ସେମାନେ କେତେ ଦୂର ସଫଳ ହେଉଛନ୍ତି ବା ନିଜର ପ୍ରତିଶ୍ରୁତି ରକ୍ଷା କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *