ରାତିରେ ଶୋଇବା ପୂର୍ବରୁ ସ୍ତ୍ରୀ ଲୋକମାନେ ଏହି କାମ କରିବା ଅନୁଚିତ, ଘରର ସୁଖ ଶାନ୍ତି ହୋଇଥାଏ ଭଙ୍ଗ

ଘରର ମହିଳାଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ ଏବଂ ହିନ୍ଦୁ ଶାସ୍ତ୍ର ଅନୁସାରେ ଘରର ଶାନ୍ତି ଓ ଖୁସି ବଜାୟ ରଖିବା ତାଙ୍କର କାମ ହୋଇଥାଏ । ଯଦି ଘରର ମହିଳା କିଛି ଭୁଲ କାମ କରିବେ ତାର ପ୍ରଭାବ ପରିବାରର ଅନ୍ୟ ସଦସ୍ୟଙ୍କ ଉପରେ ପଡିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଏମିତି କିଛି କାମ ଯାହା ଘରର ମହିଳାମାନେ ଖାସ କରି ରାତିରେ କରିବା ଅନୁଚିତ । ଆସନ୍ତୁ ଜାଣିବା କେଉଁ କାମ ରାତିରେ କରିବା ନାହିଁ ।

 

ସନ୍ଧ୍ୟା ହେବା ପରେ ବାହାର ଲୋକଙ୍କୁ ଦିଅ ନାହିଁ ଏହି ଜିନିଷ

ଘରର ମହିଳା ମାନେ କେବେବି ସନ୍ଧ୍ୟା ପରେ କୌଣସି ବି ବାହାର ଲୋକକୁ ନିଜ ରୋଷେଇ ଘରୁ ଦହି କିମ୍ବା କ୍ଷୀର ଦିଅନ୍ତୁ ନାହିଁ । ଏମିତି କଲେ ଘରେ କେବେବି ଲକ୍ଷ୍ମୀ ରୁହନ୍ତି ନାହିଁ । ଏହା ଛଡା ଘରର ମହିଳା ମାନେ ଶୋଇବା ପୂର୍ବରୁ ରୋଷେଇ ଘରକୁ ସଫା କରିବା ଉଚିତ, ଏହା ଦ୍ଵାରା ଘରର ଖୁସି ସବୁଦିନ ପାଇଁ ରହିଥାଏ ।

ମହିଳା ମାନେ ରାତିରେ ବାଳ ଖୋଲି ଶୋଇବା ଉଚିତ ନୁହେଁ

ରାତିରେ ସବୁ ମହିଳା ମାନେ ବାଳ ଖୋଲି ଶୋଇବାକୁ ପସନ୍ଦ କରନ୍ତି କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା କରିବା ଦ୍ଵାରା ପରିବାରରେ ଅଶାନ୍ତି ଲାଗି ରହିଥାଏ । ଏହା କୁହାଯାଏ କି ଯେଉଁ ମହିଳା ମାନେ ଏମିତି କରନ୍ତି ତାଙ୍କ ଘରେ ନକରାତ୍ମକ ଶକ୍ତି ବାସ କରିଥାନ୍ତି । ସେଥି ପାଇଁ ମହିଳା ମାନେ କେବେବି ରାତିରେ ବାଳ ଖୋଲି ଶୋଇବା କଥା ନୁହେଁ ।

ମହିଳା ମାନେ କେବେବି ମୁଣ୍ଡ ପାଖରେ ପାଣି ରଖି ଶୋଇବା କଥା ନୁହେଁ

ରାତିରେ ବହୁତ ଲୋକ ମୁଣ୍ଡ ପାଖରେ ପାଣି ରଖି ଶୋଇବାକୁ ପସନ୍ଦ କରନ୍ତି, କାରଣ ରାତିରେ ଶୋଷ ଲାଗିଲେ ବାହାରକୁ ଯିବାକୁ ପଡିନଥାଏ । କିନ୍ତୁ ମହିଳା ମାନେ କେବେବି ନିଜ ମୁଣ୍ଡ ପାଖରେ ପାଣି ରଖି ଶୋଇବା କଥା ନୁହେଁ । ଏମିତି କରିବା ଦ୍ଵାରା ଘରେ ଲକ୍ଷ୍ମୀ କେବେବି ରହି ନଥାନ୍ତି ଏବଂ ସବୁବେଳେ ପଇସାର କମି ରହିଥାଏ । ଉପରେ କୁହାଯାଇଥିବା ଉପାୟ ଯଦି ସବୁ ମହିଳା ମାନେ ପାଳନ କରନ୍ତି ତାହେଲେ ଆପଣଙ୍କ ଘରେ କେବେବି ପଇସାର କମି ରହିବ ନାହିଁ ।

ଆଶା କରୁଛୁ ଆମର ଏହି ଆର୍ଟିକ୍ଲ ଆପଣଙ୍କୁ ପସନ୍ଦ ଆସିଥିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *