ରାତିରେ ଶୋଇଲା ବେଳେ ବାସ ଖାଆନ୍ତୁ ଗୁଡ ଓ ଦେଖନ୍ତୁ ଚମତ୍କାର

ମିଠା ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ହୋଇଥାଏ ଓ ଲୋକ ଏହାର ସେବନ କରିବା ବହୁତ ପସନ୍ଦ କରନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ କୌଣସି ମିଠା ଜିନିଷ ତିଆରି କରିବା ପାଇଁ କେତେ ଚିନୀ ବ୍ୟବହାର ହୋଇଥାଏ ଓ ଚିନୀ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଖରାପ ହୋଇଥାଏ । ଡକ୍ଟର ମଧ୍ୟ ଚିନୀ କମ ଖାଇବା ପାଇଁ କୁହନ୍ତି ଓ ଚିନୀ ଅଧିକ ସେବନ କରିବା ଦ୍ଵାରା ମଧୁମେହ ଭଳି ଭୟଙ୍କର ରୋଗ ହୋଇଥାଏ । କେବଳ ଚିନୀ ଦ୍ଵାରା ଆପଣଙ୍କ ଶରୀରରେ ବହୁତ ପ୍ରକାର ସମସ୍ଯା ହୋଇଥାଏ, ଚିନୀ ଖାଇବା ଦ୍ଵାରା ଆପଣଙ୍କୁ କେବଳ ମଧୁମେହ ହୋଇନଥାଏ କେତେ ପ୍ରକାର ରୋଗ ମାଡି ଆସିଥାଏ ।

Image Courtesy: Google

ଯଦି ଆପଣଙ୍କୁ ମିଠା ଖାଇବା ଏତେ ପସନ୍ଦ ଓ ଆପଣ ଚିନୀ ଖାଇବା ଛାଡି ପାରୁ ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କୁ ମିଠା ମଧ୍ୟ ଲାଗିବ ଓ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହବ ନାହିଁ । ଯଦି ଆପଣଙ୍କୁ ମିଠା ଖାଇବା ପସନ୍ଦ ତେବେ ଆପଣ ପ୍ରତି ଦିନ ରାତିରେ ଗୁଡ ଖାନ୍ତୁ ଗୁଡ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ ଓ ଆପଣଙ୍କ ମିଠା ଖାଇବା ଅଭିଲାସା ମଧ୍ୟ ପୂର୍ଣ କରିଥାଏ ।

Image Courtesy: Google

କିନ୍ତୁ ଗୋଟେ କଥା ମନେ ରଖନ୍ତୁ ଗୁଡ ମଧ୍ୟ ଅଧିକ ସେବନ କରିବା ଉଚିତ ନୁହ କାହିଁକିନା ଏହାର ଅଧିକ ସେବନ ଆପଣଙ୍କ ପେଟ ଖରାପ କରିଥାଏ । ଗୁଡ ଖାଇବା ଦ୍ଵାରା ଏହା ଆପଣଙ୍କ ଶରୀରକୁ ଗରମ କରିଥାଏ ସେଥିପାଇଁ ଗୁଡ ମଧ୍ୟ ସାମାନ୍ଯ ରୂପରେ ସେବନ କରିବା ଉଚିତ ଅଧିକ ମାତ୍ରା କୌଣସି ଜିନିଷ ହାନିକାରକ ଅଟେ । ଗୁଡରେ କ୍ୟାଲସିୟମ ଓ ଫସଫୋରସ ହୋଇଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ ଅଟେ କିନ୍ତୁ ଚିନୀ ଏତେ ତାପମାତ୍ରାରେ ତିଆରି କରା ଯାଏ ଯାହା ଫଳ ସ୍ୱରୂପ ଫସଫୋରସ ଅଂସ ଆଖୁ ରସରୁ ସମାପ୍ତ ହୋଇଯାଇଥାଏ ଓ ଏହା ଆଉ ଆମ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ନଥାଏ ।

Image Courtesy: Google

ଗୁଡ ସେବନ କରିବା ଦ୍ଵାରା ଆପଣଙ୍କ ଉଚ୍ଚ ରକ୍ତ ଚାପ ସମସ୍ଯା ମଧ୍ୟ ନିୟନ୍ତ୍ରିତ ହୋଇଥାଏ ତେବେ ବିପି ଥିବା ଲୋକଙ୍କୁ ସବୁ ଦିନ ଗୁଡ ସେବନ କରିବା ଉଚିତ । ଗୁଡ ଦ୍ଵାରା ହୃଦୟ ରୋଗ ମଧ୍ୟ ନିୟନ୍ତ୍ରିତ ଥାଏ, ଗୁଡ ଅଧିକ ଖାଇଲେ ଗରମ ହୋଇଥାଏ କିନ୍ତୁ ଏହା ପାଣି ସହ ଗୋଳେଇ ପିଳେ ଏହା ଆମ ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ ଓ ଆମ ସ୍ୱାସ୍ଥ୍ୟ ସ୍ଵସ୍ଥ ହୋଇଥାଏ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *