ସାଇକ୍ଲୋନ୍ Lionrockର ବଙ୍ଗୋପସାଗରରେ ପ୍ରବେଶ କରି ବଢାଇ ପାରେ ବିପଦ… ଦେଖନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ଏକ ଆନ୍ତର୍ଜାତୀୟ ପାଣି ପାଗ ସଂସ୍ଥା ସ୍କାଏନାଇଟ ପୂର୍ବାନୁମାନ କରିଛି କି ଦକ୍ଷିଣ ଚୀନ ସାଗରରେ ୨୪ ଘଣ୍ଟା ମଧ୍ୟରେ ଏକ ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ଏହା ଭିଏତନାମ, ଥାଇଲ୍ୟାଣ୍ଡ, ମିଆଁମାର ଅତିକ୍ରମ କରି ବଙ୍ଗୋପସାଗରରେ ପ୍ରବେଶ କରିବ । ବାତ୍ୟା ଗୁଲାବର ଅବଶିଷ୍ଟାନ୍ସ ଯେମିତି ଆରବ ସାଗରରେ ବାତ୍ୟା ସୃଷ୍ଟି କରିଥିଲା ଠିକ ସେହିଭଳି ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହେଉଥିବା ଏହି ବାତ୍ୟାର ଅବଶିଷ୍ଟାନ୍ସ ବଙ୍ଗୋପସାଗରରେ ପ୍ରବେଶ କରିବା ପରେ ପୁଣି ଥରେ ଘନୀଭୂତ ହୋଇ ବାତ୍ୟା ସୃଷ୍ଟି କରିପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି ।

କିନ୍ତୁ ଭାରତୀୟ ପାଣିପାଗ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବାତ୍ୟାକୁ ନେଇ କୌଣସି ବି ସତର୍କ ସୂଚନା ଜାରି କରାଯାଇ ନାହିଁ । ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ନାଁ ଲାୟନରକ ରଖାଯାଇଛି ।

କହିଦେଉଛୁ କି ୧୨ ରୁ ୧୮ ଘଣ୍ଟା ମଧ୍ୟରେ ଏହି ବାତ୍ୟା ଦକ୍ଷିଣ ଚୀନ ସାଗର ଅତିକ୍ରମ କରି ଭିଏତନାମ କୂଳକୁ ଯିବ ଓ ଭିଏତନାମ କୂଳରୁ ଥାଇଲ୍ୟାଣ୍ଡ ଯିବ । ଯିବା ସମୟରେ ଏହା ସବୁ ସ୍ଥାନରେ ପ୍ରବଳ ବର୍ଷା କରିବ । ଏହାର ଅବଶିଷ୍ଟାନ୍ସ ୯ ତାରିଖ ସମୟରେ ମିଆଁମାର ପାଖାପାଖି ରହିବ । ଯାହାକି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର ସହ ମିଶି ଏକ ଲଘୁଚାପ ସୃଷ୍ଟି କରିପାରେ ଓ ଏହା ଘନୀଭୂତ ହୋଇ ପ୍ରଥମେ ଉତ୍ତର ପଶ୍ଚିମ ଦିଗ ଆଡକୁ ଯିବ ।

ଅର୍ଥାତ ଏହି ବାତ୍ୟା ଆନ୍ଧ୍ର ଉପକୂଳକୁ ଆଡକୁ ଯିବ ଓ ୧୭ ତାରିଖରେ ଏହା ଭାରତର ସ୍ଥଲଭାଗକୁ ଛୁଇଁବ । ଯଦି ଏହିଭଳି ଭାବରେ ବାତ୍ୟା ଅତିକ୍ରମ କରିବ ତେବେ ୧୫ ରୁ ୧୭ ତାରିଖ ମଧ୍ୟରେ ଦକ୍ଷିଣ ଓଡିଶା ଉପକୂଳରେ ଅଧିକ ବର୍ଷା କରାଇବ । କିନ୍ତୁ ୯ ଓ ୧୦ ତାରିଖ ମଧ୍ୟରେ ଏହି ବାତ୍ୟାର ସମ୍ପୂର୍ଣ ସଠିକ ବିବରଣୀ ମିଳିଯିବ କି ଏହା ଭାରତର କେଉଁ ରାଜ୍ୟରେ ପ୍ରବେଶ କରିବ ନା ନାହିଁ ।

କହିଦେଉଛୁ କି ଏହି ବାତ୍ୟାର ପ୍ରଭାବ କେମିତି ରହିବ, ଏହା କେତେ ପରିମାଣରେ ବର୍ଷା କରାଇବ ଓ ଏହାର ପବନର ବେଗ କେତେ ରହିବ ଏହା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ପ୍ରକାରର ଆକଳନ କରାଯାଇ ନାହିଁ । ଏମିତିରେ ଏହି ବାତ୍ୟା କେତେବେଳେ ଭାରତର ସ୍ଥଲଭାଗ ଛୁଇଁବ ତାହାର ସମୟ ଓ ତାରିଖ ସଠିକ ରୂପରେ ବର୍ତ୍ତମାନ ପର୍ଯ୍ୟନ୍ତ ଆକଳନ କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *