Rocking Star Yashଙ୍କ ବିଷୟରେ କିଛି ଏମିତି କଥା ଯାହା କେହି ଜାଣି ନଥିବେ…

ସାଉଥର ବ୍ଲକ ବାଷ୍ଟର ଫିଲ୍ମ KGF ନିଶ୍ଚିତ ଦେଖିଥିବେ । ଏହି ଫିଲ୍ମରେ ମୁଖ୍ୟ ଅଭିନେତା ରୂପରେ ନଜର ଆସିଥିବା ଅଭିନେତା ୟଶ ଏହି ଫିଲ୍ମ କାରଣରୁ ରାତାରାତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାରମାନଙ୍କ ମଧ୍ୟରେ ନିଜର ନାଁ ସାମିଲ କରିଦେଲେ । ୟଶ ପୂର୍ବରୁ ବି ବହୁତ ସାଉଥ ଫିଲ୍ମରେ କାମ କରିଛନ୍ତି କିନ୍ତୁ ଅଧିକ ଲୋକ ଲୋଚନକୁ ଆସି ପାରି ନ ଥିଲେ । କିନ୍ତୁ ଏହି ଫିଲ୍ମ କାରଣରୁ ଆଜି ପୁରା ଭାରତ ଛଡା ବିଦେଶରେ ବି ତାଙ୍କର ଫ୍ୟାନଙ୍କ ସଂଖ୍ୟା କୋଟି କୋଟିରେ ଅଟେ । ଆଜି ଆମେ ୟଶଙ୍କ ଜୀବନୀ ବିଷୟରେ କହିବୁ ।

୮ ଜାନୁୟାରୀ ୧୯୮୬ରେ ଭାରତର କର୍ନାଟକ ରାଜ୍ୟର ହସନ ସହରର ଗୋଟିଏ ଛୋଟ ଗାଁ ଭୁବନଅଲିରେ ପିତା ଅରୁଣ କୁମାର ଓ ମା ପୁଷ୍ପଲତାଙ୍କ ଘରେ ନବୀନ କୁମାର ଗୌଡାଙ୍କ ଜନ୍ମ ହୋଇଥିଲା । ଯିଏକି କିଛି ସମୟ ପରେ ୟଶ ନାଁ ରେ ପରିଚିତ ହେଲେ ।

ୟଶଙ୍କ ପିତା ଜଣେ ବସ ଡ୍ରାଇଭର ଅଟନ୍ତି ଓ ତାଙ୍କର ମା ଜଣେ ଗୃହିଣୀ ଅଟନ୍ତି । ୟଶ ପିଲାଦିନ ମୈସୂରରେ ଅଧିକ ଦିନ ରହୁଥିଲେ । ଯେଉଁ ସ୍ଥାନରେ ସେ ନିଜର ଶିକ୍ଷା ପୁରା କରିଛନ୍ତି । ଏହା ମଧ୍ୟରେ ସେ ଅଭିନେତା ହେବାର ସ୍ଵପ୍ନ ବି ଦେଖୁଥିଲେ । ସେଥିପାଇଁ ସେ ପିଲାଦିନେ ବହୁତ ସ୍କୁଲ ନାଟକ ଓ ଡାନ୍ସରେ ଅଂସ ଗରହଣ କରୁଥିଲେ । ସ୍କୁଲ ଶିକ୍ଷା ସମାପ୍ତ ପରେ ଯେତେବେଳେ ୟଶ ନିଜର ସ୍ଵପ୍ନ ବିଷୟରେ ନିଜର ମାତା ପିତାଙ୍କୁ କହିଲେ ତେବେ ୟଶର ପିତା ତାଙ୍କୁ ମନା କରିଦେଲେ ।

କାରଣ ୟଶଙ୍କୁ ତାଙ୍କ ପିତା ଜଣେ ସରକାରୀ ଅଫିସର ରୂପରେ ଦେଖିବାକୁ ଚାହୁଁଥିଲେ । ବହୁତ ଚେଷ୍ଟା କରିବା ସତ୍ବେ ବି ଯେତେବେଳେ ମାତା ପିତାଙ୍କ ଅନୁମତି ମିଳିଲା ନାହିଁ ତେବେ ୟଶ ନିଜର କିଛି ବନ୍ଧୁ ଓ ଆଖପାଖର ଲୋକମାନଙ୍କୁ ମାତ୍ର ୩୦୦ ତାଙ୍କ ନେଇ ବାଂଗଲୋର ଆସିଗଲେ । ବାଂଗଲୋର ଭଳି ସହରରେ ଗୋଟିଏ ସାଧାରଣ ପିଲାର ଚଳିବା ବହୁତ କଷ୍ଟର ଥିଲା । ୟଶ ଏକ ଥିଏଟରରେ କାମ କରିଲେ । ଏହି ସ୍ଥାନଋ ହିଁ ତାଙ୍କୁ ଗୋଟିଏ ଫିଲ୍ମରେ ଆସିଷ୍ଟାନ୍ତ ଡାଏରେକ୍ଟର କାମ ମିଳିଗଲା ।

କିନ୍ତୁ ସେହି ଫିଲ୍ମ ରିଲିଜ ନ ହେବା କାରଣରୁ ୟଶଙ୍କୁ କୌଣସି ବି ପ୍ରକାରର ଟଙ୍କା ମିଳିଲା ନାହିଁ । କିନ୍ତୁ ସେ ଏଥିରେ ଭାଙ୍ଗିଲେ ନାହିଁ । ସେ ବଂଲୋରରେ ରହି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ କେତେକ ସ୍ଥାନକୁ ଫିଲ୍ମ ଓ ସିରିୟଲ ଯାଇ ଅଡିସନ ଦେବା ଆରମ୍ଭ କରିଲେ । ଏହି ଅଡିସନ କାରଣରୁ ୟଶଙ୍କୁ କେତେକ ଟିଭି ସିରିୟଲରେ କାମ ମିଳିଲା । ଯେଉଁଥିରେ ବର୍ଷ ୨୦୦୪ରେ ପ୍ରଦର୍ଶିତ ସିରିୟଲ ‘ନନ୍ଦଗୋକୁଳା’ ପ୍ରମୁଖ ଅଟେ । ଏହି ସିରିୟଲରୁ ୟଶଙ୍କ ପତ୍ନୀ ରାଧିକା ପଣ୍ଡିତ ବି ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ଏହି ସିରିୟଲରେ ରାଧିକା ୟଶଙ୍କ ଭଉଣୀର କିରଦାର କରିଥିଲେ । ଏହା ପରେ ୟଶ ସାଉଥର ଗୋଟିଏ ଫିଲ୍ମରେ ସହ କଳାକର ରୂପରେ ନଜର ଆସିଲେ । ଏହି ଫିଲ୍ମରେ ତାଙ୍କର ଅଭିନୟକୁ ଦେଖି କନ୍ନଡ ଫିଲ୍ମରେ ତାଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ଅଫର ମିଳିବାକୁ ଲାଗିଲା । ଯେଉଁଥିରେ ବର୍ଷ ୨୦୦୮ରେ ରିଲିଜ ହୋଇଥିବା ଫିଲ୍ମ ରକି, ଗୋକୁଳା ଇତ୍ୟାଦି ଫିଲ୍ମ ସାମିଲ ଥିଲା । ସେ ଧୀରେ ଧୀରେ କନ୍ନଡର କିଛି ଫିଲ୍ମରେ ମୁଖ୍ୟ ଅଭିନେତା ରୂପରେ ନଜର ଆସିଲେ ।

ଏହା ମଧ୍ୟରେ ପାଖାପାଖି ୧୦ ବର୍ଷ ମଧ୍ୟରେ ୟଶ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠୁ ଅଧକ ଫିସ ନେଉଥିବା ଅଭିନେତା ହୋଇଗଲେ । ତାଙ୍କର ସବୁଠୁ ଅଧିକ ବଜେଟ ବାଲା ଫିଲ୍ମ କେଜିଏଫ ଫିଲ୍ମ ୨୦୧୮ ଶେଷ ଆଡକୁ ରିଲିଜ ହେଲା । ୮୦ କୋଟି ବଜେଟ ବାଲା ଏହି ଫିଲ୍ମ ୨୫୦ କୋଟି ଟଙ୍କା ଆୟ କରିଲା । ଯାହାକି ୟଶକୁ ଭାରତର ସିନେମାରେ ସୁପର ଷ୍ଟାର କରିଦେଲା । ଏହାର ଦ୍ଵିତୀୟ ଭାଗ ବହୁତ ଜଲ୍ଦି ରିଲିଜ ହେବ ।

Leave a Reply

Your email address will not be published. Required fields are marked *