ରୋଜଗାର କି ଚାକିରି ନାହିଁ? ତେବେ ଏହି ମୁଦି ପିନ୍ଧନ୍ତୁ ଆଉ ଦେଖନ୍ତୁ ଚମତ୍କାର

ବାସ୍ତୁଶାସ୍ତ୍ର ଅନୁସାରେ କଇଁଛ ଶୁଭ ବୋଲି କୁହାଯାଇଛି । ଏହି ମୁଦି ବ୍ୟକ୍ତିର ଦୋଷ ଦୁର୍ବଳତା ନଷ୍ଟ କରିଥାଏ । ମନୁଷ୍ଯର ଅତ୍ମବିସ୍ବାସ ବଢାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ କଇଁଛ ପାଣିରେ ରହିଥାଏ ଏହାକୁ ଉନ୍ନତିର ପ୍ରତିକ ବୋଲି କୁହାଯାଇଥାଏ । ଏହି କଇଁଛ ଭଗବାନ ବିଷ୍ଣୁ ଙ୍କ ଅବତାର ବୋଲି କୁହାଯାଇଛି।ପୌରାଣିକ କଥା ଅନୁସାରେ ସମୁଦ୍ର ମନ୍ଥନ ସମୟରେ କଇଁଛ ଉତ୍ପନ୍ନ ହୋଇଥିଲା ଏହା ସହିତ ମାତା ଲକ୍ଷ୍ମୀ ମଧ୍ଯ ସେହିଠାରୁ ଆସିଥିଲେ । କଇଁଛ କୁ ସମୃଦ୍ଧିର ପ୍ରତିକ ବୋଲି କୁହାଯାଏ । ଏହି କାରଣ ହେତୁ କଇଁଛ କୁ ଅଧିକ ମହତ୍ବ ଦିଆଯାଇଛି ।

କଇଁଛ କୁ ମାତା ଲକ୍ଷ୍ମୀ ଙ୍କ ସହ ଯୋଡି ଧନ ବୃଦ୍ଧି ର ପ୍ରତିକ ବୋଲି କୁହାଯାଇଛି।ଏତେ ଲାଭ ପାଉଥିବାରୁ ଆପଣ ଯଦି କଇଁଛ ମୁଦି କୁ ପିନ୍ଧିବାକୁ ଚାହୁଁଛନ୍ତି କେତେକ ସାବଧାନତା ମଧ୍ଯ ଜାଣି ରଖନ୍ତୁ । କଇଁଛ ମୁଦି ସାମାନ୍ଯତ ଚାନ୍ଦିରେ କରି ପିନ୍ଧାଯାଇଥାଏ । ଯଦି ଆପଣ ଚାହୁଁଛନ୍ତି ଅନ୍ୟ ଧାତୁରେ କିମ୍ବା ପଥର ବସିଥିବା ଡିଜାଇନ ର ପିନ୍ଧିବାକୁ ।

ସେଥିଲାଗି ଆପଣ ଏହି ମୁଦିକୁ ଏପରି ତିଆରି କରନ୍ତୁ ଯେ ଯେପରି କଇଁଛ ର ମୁଣ୍ଡ ଆପଣଙ୍କ ଆଡକୁ ଥିବ। କାରଣ ମୁଣ୍ଡ ବାହାର ପଟକୁ ହେଲେ ଧନ ବଢ଼ିବା ବଦଳରେ କମିଥାଏ। ଏହାକୁ ଡାହାଣ ହାତ ଆଙ୍ଗୁଠିର ପିନ୍ଧାଯାଏ। ଡାହାଣ ହାତର ବିଷି ଆଙ୍ଗୁଳି ରେ ପିନ୍ଧାଯାଏ କୁମ୍ଭ ଧନୁ ବିଛା ତୁଲା ରାଶିର ଲୋକ ମାନେ ଏହାକୁ ବିଶି ଆଙ୍ଗୁଳି ରେ ପିନ୍ଧି ପାରିବେ।

ମେଷ ମୀନ ତୁଳା କର୍କଟ ରାଶିର ଲୋକ ଏହାକୁ ମଝି ଆଙ୍ଗୁଳି ରେ ପିନ୍ଧିବା ଦରକାର।ବୃଷ ଓ ମିଥୁନ ରାଶିର ଲୋକ ଏହାକୁ ପରି ଆଙ୍ଗୁଳି ରେ ପିନ୍ଧି ପାରିବେ।ଶୁକ୍ରବାର ଏହି ମୁଦିକୁ ଆଣି ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି ସାମ୍ନାରେ ରଖି ଖିର ଓ ପାଣିକୁ ମିଶାଇ ଏହାକୁ ଧୋଇବେ ଓ ଏହା ପରେ ମାତା ଲକ୍ଷ୍ମୀ ଙ୍କର ବୀଜ ମନ୍ତ୍ର କୁ 108 ଥର ଜପ କରି ଧୂପ ଦୀପ ଦେଇ ଏହାକୁ ଧାରଣ କରିବେ।

କନ୍ଯା ବିଛା ଓ ମୀନ ରାଶିର ଲୋକଙ୍କ ପାଇଁ ଏହି ମୁଦିକୁ ମଙ୍ଗଳ ବାର ଦିନ ଧାରଣ କରନ୍ତୁ।ଏହି ମୁଦିକୁ ଧାରଣ କରିବା ପରେ ଏହାକୁ ବାରମ୍ବାର ମୋଡିବେ ନାହିଁ କାରଣ ଏହା କରିବା ଦ୍ବାର କଇଁଛ ର ମୁଣ୍ଡ ବୁଲି ଥାଏ ଆପଣଙ୍କ ପାଇଁ ଏହା ଅନିଷ୍ଟ ହୋଇଥାଏ।

Leave a Reply

Your email address will not be published. Required fields are marked *