ରୋଷେଇ ଘରେ ତାୱା ଓ କଡେଇ ଏମିତି ଭୁଲରେ ବି ରଖନ୍ତୁ ନାହିଁ, ପୁରା ପରିବାର ହୋଇଯିବେ ବର୍ବାଦ- Vaastu Tips

ସମସ୍ତଙ୍କ ଘରେ ରୋଷେଇ ଘର ନିଶ୍ଚୟ ଥିବ, ତେବେ କଣ ଆପଣ ବାସ୍ତୁ ଶାସ୍ତ୍ର ଉପରେ ଭରସା କରନ୍ତି । କଣ ଆପଣ ଜାଣିଛନ୍ତି ରୋଷେଇ ଘରେ ରଖାହୋଇଥିବା କେତେକ ଜିନିଷ ଆମ ଜୀବନରେ ବହୁତ ମହତ୍ଵ ରଖିଥାନ୍ତି । ଆଉ ଏହି ସବୁ ଜିନିଷ ଭୁଲ ଜାଗାରେ ରଖିଲେ ବା ଭୁଲ ଭାବରେ ବ୍ୟବହାର ହେଲେ ଏହାର ଖରାପ ପ୍ରଭାବ ଆମକୁ ଆମ ଜୀବନ ଉପରେ ଦେଖିବାକୁ ମିଳିଥାଏ । ରୋଷେଇ ଘରେ ଏମିତି ଦୁଇଟି ଜିନିଷ ଅଛି ଯାହାର ସିଧା ସମ୍ପର୍କ ରାହୁ ସହ ହୋଇଥାଏ, ତେବେ ଆପଣ ମାନେ ଜାଣିଛନ୍ତି କି ତାୱା ଆଉ କଡେଇ ଦୁଇଟି ଜିନିଷ ଅଟେ ଯାହା ମଣିଷ ଜୀବନରେ ବହୁତ ମହତ୍ଵ ରଖିଥାଏ ।

ଏହାର ଭୁଲ ବ୍ୟବହାର ବା ସ୍ଥାନରେ ରଖିଲେ ଆପଣଙ୍କ ଉପରେ ରାହୁ କୋପ ପଡିଥାଏ ଆଉ ଆପଣ ଦରିଦ୍ର ହୋଇଥାନ୍ତି । ତେବେ ଆସନ୍ତୁ ଏହାକୁ କେମିତି ବ୍ୟବହାର କରିବା ଆଉ କେଉଁ ସ୍ଥାନରେ ରଖିବା ସେ ବିଷୟରେ ଜାଣିବା । ଯେଉଁ ଲୋକଙ୍କ ଉପରେ ରାହୁ କୋପ ପଡିଥାଏ ସେହି ଲୋକଙ୍କ ଜୀବନରେ ଆର୍ଥିକ ସମସ୍ୟା ସବୁବେଳେ ଲାଗି ରହିଥାଏ । ଏହା ଛଡା ଜୀବନରେ ଯେତେ ଭଲ କାମ କଲେ ମଧ୍ୟ ଏହାର ଓଲଟା ଆପଣଙ୍କୁ ଦେଖିବାକୁ ମିଳିଥାଏ ।

କଣ ଆପଣ ମାନେ ଜାଣିଛନ୍ତି ଯେ ରାହୁ ଖରାପ ଦଶା ଯେଉଁ ଲୋକଙ୍କ ଉପରେ ପଡିଥାଏ ସେହି ଲୋକ କୌଣସି ବଡ ରୋଗ ଦ୍ଵାରା ପୀଡିତ ହୁଅନ୍ତି ଆଉ କଷ୍ଟ ଭୋଗ କରନ୍ତି ସେଥିପାଇଁ ଲୋକ ରାହୁ ଦୋଷ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତି ।

ରାହୁ ପ୍ରଭାବ ଯେତେ ଖରାପ ହେଲେ ମଧ୍ୟ କେବଳ ରାହୁ ଦୋଷ ଦ୍ଵାରା କାହା ଜୀବନ ପ୍ରତି ବିପଦ ଆସିନଥାଏ, ତେବେ ଆପଣଙ୍କୁ ଏହା ଜାଣି ରଖିବା ଆବଶ୍ୟକ ଯେ ରାହୁ ଆପଣଙ୍କୁ କଷ୍ଟ ଦିଅନ୍ତି କିନ୍ତୁ ମୁକ୍ତି ନୁହେଁ । ପ୍ରାୟତଃ ଏହା ଦେଖା ଯାଇଛି ଯେ ରାହୁ ପ୍ରଭାବ ପଡିବା ଦ୍ଵାରା ମଣିଷ ଅଳସୁଆ ହୋଇଥାଏ, ଏହା ଛଡା ଖରାପ କାର୍ଯ୍ୟ କରିଥାଏ ଯାହା ଦ୍ଵାରା ହାନି ହବାକୁ ଲାଗିଥାଏ, ଏହା ଛଡା ମଣିଷ ନିଜସ୍ୱ ହରାଇଥାଏ ।

ତେବେ ରାହୁ ଦୋଷ ପଡିଲେ ମଣିଷ ସବୁ ଖରାପ କାମ କରିବା ଆରମ୍ଭ କରିଥାଏ ଯାହା ଫଳ ତାକୁ ସମୟ ଆସିଲେ ଭୋଗିବାକୁ ପଡିଥାଏ । ରାହୁଙ୍କ ଖରାପ ପ୍ରଭାବ ଦ୍ଵାରା ସବୁଠାରୁ ଅଧିକ ମହିଳା ମାନେ ପୀଡିତ ହୋଇଥାନ୍ତି । ଆପଣ ନିଜ ଜୀବନରେ ଯେତେ ଭଲ କାମ କଲେ ମଧ୍ୟ ରାହୁ ଦୋଷ ପଡିଲେ ତା ଓଲଟା ଫଳ ଆପଣଙ୍କୁ ପ୍ରାପ୍ତ ହୋଇଥାଏ ।

ତେବେ କଣ କରିବା ଆବଶ୍ୟକ ଆସନ୍ତୁ ଜାଣିବା । ତାୱା ଓ କଢେଇ କେବେ ବି ଅସନା ରୋଷେଇ ଘରେ ଛାଡିବେ ନାହିଁ । ଏହାକୁ ବ୍ୟବହାର କରିବା ପରେ ସଫା କରି ରୋଷେଇ ଘରେ ରଖିବା ଉଚିତ ହୋଇଥାଏ । ଆପଣଙ୍କୁ ଏହା ଜାଣିବା ଆବଶ୍ୟକ ଯେ ଗରମ ତାୱା ଉପରେ କେବେ ପାଣି ପକାଇବେ ନାହିଁ । ନଚେତ ଆପଣଙ୍କ ଗ୍ରହ ନକ୍ଷତ୍ର ଖରାପ କରି ପାରେ ।

ତାୱା ଉପରେ ଲୁଣ ପକାଇ ରୁଟି ବନାନ୍ତୁ ଏହା ଦ୍ଵାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଆଉ ପ୍ରଥମ ରୁଟି ଗାଇକୁ ଖାଇବାକୁ ଦିଅନ୍ତୁ ଆପଣଙ୍କ ସବୁ ବାସ୍ତୁ ଦୋଷ ଦୂର ହବ । ତାୱା ଏବଂ କଢାଇ କେବେ ଓଲଟା କରି ରଖିବେ ନାହିଁ ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *